ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ୍ ଯୋଗୁ ପ୍ରଥମ ମୃତ୍ୟୁ ଘଟିଛି । କରୋନା ଭାଇରସ୍ ଭାରତରେ ଦ୍ୱିତୀୟ ମୃତ୍ୟୁ ଘଟାଇଥିବାବେଳେ ପ୍ରଥମ ମାମଲା ଦିଲ୍ଲୀରେ ହୋଇଛି । ଦିଲ୍ଲୀରେ ରହୁଥିବା 68 ବର୍ଷୀୟା ମହିଳାଙ୍କୁ ଏହି ଭୂତାଣୁରେ ମୃତ୍ୟୁ ହୋଇଛି ।



COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ତାଙ୍କ ପୁଅଙ୍କ ସ୍ପର୍ଶରେ ଆସିଥିଲେ, ଯିଏ ବିଦେଶ ଗସ୍ତରୁ ଫେରି ଆସିଥିଲେ ଏବଂ କରୋନାରେ ସଂକ୍ରମିତ ହୋଇଥିଲେ । ମହିଳା ଜଣକ ତାଙ୍କ ସମ୍ପର୍କ ହେତୁ ସଂକ୍ରମିତ ହୋଇଥିଲେ ଏବଂ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣକ ପଶ୍ଚିମ ଦିଲ୍ଲୀର ବାସିନ୍ଦା ଥିଲେ ଏବଂ ବିପି ଏବଂ ମଧୁମେହ ରୋଗରେ ମଧ୍ୟ ତାଙ୍କର ଅଭିଯୋଗ ଥିଲା । ତାଙ୍କ ପୁଅ ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲୀର ଗସ୍ତରେ ଯାଇଥିଲେ ।


ଏହା ପୂର୍ବରୁ କର୍ଣ୍ଣାଟକର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ଏହି ଭାଇରସ୍ ଦ୍ୱାରା ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଥିଲେ । ଏପର୍ଯ୍ୟନ୍ତ ଦେଶରେ ୮୧ ଜଣ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲେଣି ।


ବର୍ତ୍ତମାନ ଯାଏ 89ଟି କୋରୋନା ଭାଇରସର ମାମଲାରୁ ଦିଲ୍ଲୀରେ 6ଟି ମାମଲା, ହରିୟାଣାରେ 17ଟି ମାମଲା, କେରଳରେ 22ଟି ମାମଲା, ରାଜସ୍ଥାନରେ 3ଟି ମାମଲା, ତେଲେଙ୍ଗାନାରେ ଗୋଟିଏ ମାମଲା, ଉତ୍ତରପ୍ରଦେଶରେ 11ଟି ମାମଲା, ଲଦାଖରେ 3ଟି, ତାମିଲନାଡୁରେ ଗୋଟିଏ ମାମଲା, ଜମ୍ମୁରେ- କାଶ୍ମୀରରେ 2ଟି ମାମଲା, ପଞ୍ଜାବରେ ଗୋଟିଏ ମାମଲା, କର୍ଣ୍ଣାଟକରେ 7ଟି ମାମଲା, ଆନ୍ଧ୍ରପ୍ରଦେଶରେ ଗୋଟିଏ ଏବଂ ମହାରାଷ୍ଟ୍ରରେ 17 ଟି ମାମଲା ସାମ୍ନାକୁ ଆସିଛି ।