ଧର୍ମଗଡ: ସରକାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ନାମରେ ଶିଶୁ ଓ  ଗର୍ଭବତୀଙ୍କୁ  ଉତ୍ତମ ପୁଷ୍ଟିକର  ଖାଦ୍ୟ ଯୋଗାଇ ଦେବାର ଯୋଜନା କରିଛନ୍ତି। ହେଲେ ଏହା  କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଜୟନ୍ତପୁର ଗାଁରେ  ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ମାଆ  ଛେଉଣ୍ଡ ଏକ ବର୍ଷର ଶିଶୁ କନ୍ୟା ମୌସୁମୀ ପୁଷ୍ଟିକର ଖାଦ୍ୟ ନପାଇ ଅପପୁଷ୍ଟି ରୋଗରେ ଶିକାର ହୋଇଛି । 


COMMERCIAL BREAK
SCROLL TO CONTINUE READING

ମାଆ ଛେଉଣ୍ଡ ଏକ ବର୍ଷର ଶିଶୁକନ୍ୟା ମୌସୁମୀ। ପୁଷ୍ଟିକର ଖାଦ୍ୟ ପାଉନଥିବାରୁ ଅପପୁଷ୍ଟିରେ ଶିକାର ହୋଇଛି। ଅନ୍ୟପଟେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ  ମୌସୁମୀକୁ ପୁଷ୍ଟିକର ଖାଦ୍ୟ ଯୋଗାଇପାରୁନାହାନ୍ତି  ବୋଲି ତାଙ୍କ ବାପା କହିଛନ୍ତି। ଗାଁରେ ଥିବା ଅଙ୍ଗାନୱାଡି କେନ୍ଦ୍ରରୁ ମଧ୍ୟ ଶିଶୁଟିକୁ  ପୁଷ୍ଟିକର ଖାଦ୍ୟ ମିଳୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।  


ମୌସୁମୀକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଚିକିତ୍ସା କରିବାକୁ  ଗ୍ରାମବାସୀ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ  କିଛି ସୁଫଳ ମିଳିନାହିଁ । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ଶିଶୁଟି ପାଇଁ ସମସ୍ତ  ବ୍ୟବସ୍ଥା କରାଯିବ ବୋଲି  ଗୋଳାମୁଣ୍ଡା ବିଡିଓ  ପ୍ରତିଶ୍ରୁତି ଦେଇଛନ୍ତି। 


 ତେବେ ପ୍ରଶାସନ ତରଫରୁ ଶିଶୁଟିର  ଚିକିତ୍ସା ବ୍ୟବସ୍ଥା ସହ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଗଲେ  ମୌସୁମୀ ସୁସ୍ଥ ହେବା ସହ ତା ମୁହଁରେ ହସ ଫୁଟି ପାରନ୍ତା।