ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି ରହିଥିବା ବେଳେ ଘନ କୁହୁଡି କାଳ ପାଲଟିଛି । ଘନ କୁହୁଡି ଯୋଗୁଁ ବିମାନ, ରେଳ ଏବଂ ସାଧାରଣ ରାସ୍ତାଘାଟରେ ମଧ୍ୟ ଯିବା ଆସିବା ସମ୍ଭବ ହେଉନି । ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ରବିବାର ମଧ୍ୟ ରାତିରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ କାରଟି ଏକ ଆଗକୁ ଦେଖି ନ ପାରି ଏକ କେନାଲକୁ ଖସି ପଡିଥିଲା । ତେବେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାରରେ ସମୁଦାୟ ୧୧ ଜଣ ଥିଲେ । 


ଆହୁରି ପଢ଼ନ୍ତୁ; ଦିନେ ଯେଉଁଠି ୧୧ ଜଣ ଆତ୍ମହତ୍ୟା କରିଥିଲେ, ଏବେ ତାହା 'ଜୀବନ ରକ୍ଷାକାରୀ ଘର'