ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଆମେ ଶରୀରକୁ ସୁସ୍ଥ ରଖିବା ପାଇଁ କେତେ କଣ କରିଥାଉ । ସେଥି ମଧ୍ୟରୁ  ମହୁ ଏପରି ଏକ ଜିନିଷ ଯାହା ପ୍ରତିଦିନ ବ୍ୟବହାର କଲେ ଶରୀର ସୁସ୍ଥ ରହେ । ମହୁକୁ ଘରୋଇ ଭାବେ ବ୍ୟବହାର କଲେ ବେଶ ସହାୟକ ହୋଇଥାଏ । ଆଜି କାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଖାଦ୍ୟ ପାନୀୟ ଠିକ ଭାବେ ନେଇନଥାଉ । ଫଳରେ ଓଜନ ବୃଦ୍ଧି, କାମ କରିବାକୁ  ଶକ୍ତି ନମିଳିବା, ଥକ୍କାପଣ, ଶୁଷ୍କ ଓ ନିର୍ଜୀବ ତ୍ୱଚା ପରି ସମସ୍ୟା ଦେଖାଦିଏ । ଫଳରେ ଯେତିକି ବୟସ ହୋଇଛି ତାହା ଠାରୁ ଅଧିକ ଦେଖାଯାଇଥାଏ । ଏହି ସବୁ କାରଣରୁ ମହିଳାଙ୍କ ଆତ୍ମବିଶ୍ୱାସ ଦୋହଲି ଯାଇଥାଏ । ଏଥିପାଇଁ ବେଶୀ କିଛି କରିବା ଆବଶ୍ୟକ ପଡେ ନାହିଁ । ସବୁବେଳେ ଫିଟ ରହିବା ପାଇଁ ଯଦି ଆପଣ ଚିନି ବ୍ୟବହାର କରୁଥିବେ ତେବେ ତାହା  ଛାଡି଼ କେବଳ ମହୁକୁ ଆପଣାନ୍ତୁ  ।


COMMERCIAL BREAK
SCROLL TO CONTINUE READING

ଚିନି ଛାଡ଼ି, ମହୁ ଆପଣାନ୍ତୁ


ଯଦି ଆପଣ ସବୁବେଳେ ଫିଟ୍ ଓ ସୁନ୍ଦର ଦେଖିବାକୁ ଚାହୁଁଛନ୍ତି ତେବେ ଆପଣ ଖାଦ୍ୟ ପାନୀୟର ଅଭ୍ୟାସରେ ସୁଧାର ଆଣିବା ଆବଶ୍ୟକ । ଯଦି ଆପଣ ପ୍ରତିଦିନ  କ୍ଷୀର, ମିଲ୍ପ ସେକ,  ଲସି, ଲେମ୍ୱୁପାଣି, ଚା ଓ ସର୍ବତ ଆଦି  ଖାଦ୍ୟ ପାନୀୟ ରେ ଚିନି ବ୍ୟବହାର କରୁଛନ୍ତି, ତେବେ ତାହା ଠାରୁ ଦୂରରେ ରହି ମହୁ ବ୍ୟବହାର କରିପାରିବେ । ମହୁ ଚିନି ଅପେକ୍ଷା ଶରୀରକୁ ଅଧିକ ସୁସ୍ଥ ରଖେ ।   


ମହୁ ବ୍ୟବହାର କଲେ କି କି ପ୍ରକାର ସୁବିଧା ମିଳେ


ମହୁ  ପ୍ରତିଦିନ ସେବନ କରିବା ଦ୍ୱାରା  କାମ କରିବା ପାଇଁ ଭରପୂର ଏନର୍ଜି ମିଳେ । ଶରୀର ସୁସ୍ଥ  ରହେ ।  ଏଥି ସହ ତ୍ୱଚା ସତେଜ ରହେ । ମହୁରେ ମ୍ୟାଗନେସିୟମ, ପୋଟାସିୟମ, ସୋଡିୟମ, କ୍ୟାଲସିୟମ, ସଲଫର ଓ ଆଇରନ, କପର, ଜିଙ୍ଗ ଓ ଆୟୋଡିନ ରହିଛି । ଯାହା ଶରୀରକୁ ଏନର୍ଜି ଯୋଗାଏ । 


୧.  ଚିନି ତୁଳନାରେ ମହୁ ରେ ୨୦ ପ୍ରତିଶତ କମ କ୍ୟାଲୋରୀ ରହିଛି ।  ଯାହାର ସେବନ ଦ୍ୱାରା ଶରୀରକୁ ଭରପୂର ଉର୍ଜା ଓ କମ ପରିମାଣର କ୍ୟାଲୋରୀ ମିଳେ । ଏହାକୁ ସବୁବେଳେ ବ୍ୟବହାର ଦ୍ୱାରା  ଆପଣଙ୍କ ଶରୀର ସ୍ଲିମ ରହିବା ସହ ଫିଟ ରହିଥାଏ । 


୨. ମହୁରେ ଅନ୍ୟ ନ୍ୟୁଟ୍ରେସନ ବ୍ୟତୀତ ଜରୁରୀ ଭିଟାମିନ୍ B-2, B-5, B-6 ଓ ଭିଟାମିନ୍ C ରହିଛି  ଯାହା ଆମ ଶରୀର ଇମ୍ୟୁନିଟି ଷ୍ଟଙ୍ଗ କରିବାରେ ସହାୟକ ହୁଏ । 


୩. ମହୁରେ ଥିବା Antioxidant ତ୍ୱଚାକୁ  ସତେଜ ରଖେ ।  ଏହା ଶରୀରକୁ ଅନ୍ୟ ବେମାର ସହ କ୍ୟାନ୍ସର ସହ ଲଢିବାକୁ ଶକ୍ତି ଯୋଗାଇଥାଏ ।  ଏହା ସହ ମହୁ ଶରୀରରେ ଜମାଟ ବାନ୍ଧିଥିବା ହାନିକାରକ  ତ୍ୱଚାକୁ ବାହାର କରିବାରେ ସହାୟକ ହୋଇଥାଏ । 


୪. ବ୍ଲଡ ପ୍ୟୁରିଫିକେସନ ପାଇଁ ମହୁ ସବୁଠାରୁ ବେଶୀ ସହାୟକ ହୋଇଥାଏ ।  ପ୍ରତିଦିନ ଏକ ଚାମଚ ମହୁ ମିଶାଇ ଉଷୁମ ପାଣି ପିଇବା ଦ୍ୱାରା  ମେଟାବୋଲିସମ ବଢାଏ ।  ମହୁ ଶରୀରର  ଏକ୍ସଟ୍ରା ଫ୍ୟାଟ ହ୍ରାସ କରେ । ତେଣୁ ଆପଣ ମହୁକୁ ପ୍ରତିଦିନ ପାଣିରେ ପିଇବାର ଅଭ୍ୟାସ କରନ୍ତୁ । 


୫. ମହୁ  ଚିନି ତୁଳନାରେ ଅଧିକ  ହଜମ କରିବାରେ ସହାୟକ କରେ ।