ଇଡେନରେ ଭାରତର ବାଜିମାତ୍, ଈଶାନ୍ତ ଶ୍ରେଷ୍ଠ ଖେଳାଳି
ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମ ଦିବାରାତ୍ରି ଟେଷ୍ଟ ଖେଳୁଥିବା ବେଳେ ଏହାକୁ ଜିତି ନିଜ ନାଁରେ କରିଛି କୋହଲି ଆଣ୍ଡ କୋ ।
କୋଲକାତା: ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମ ଦିବାରାତ୍ରି ଟେଷ୍ଟ ଖେଳୁଥିବା ବେଳେ ଏହାକୁ ଜିତି ନିଜ ନାଁରେ କରିଛି କୋହଲି ଆଣ୍ଡ କୋ ।
ମାତ୍ର ୩ ଦିନରେ ଖେଳ ଖତମ । ବୋଲିଂ ପରେ ବ୍ୟାଟିଂରେ ମଧ୍ୟ ଫେଲ୍ ମାରିଲେ ବାଂଲାଦେଶ ଖେଳାଳି । ଗୋଟାଏ ପରେ ଗୋଟାଏ ପ୍ୟାଭିଲିଅନ୍ ଫେରିଲେ । ଇନ୍ଦୋର ଭଳି ଇଡେନ ଗାର୍ଡେନରେ ମଧ୍ୟ ଚାଲିଲାନି ବ୍ୟାଟ୍ । ରହିମଙ୍କୁ ଛାଡ଼ି ଆତ୍ମସମର୍ପଣ କଲେ ଅନ୍ୟ ସବୁ ଖେଳାଳି । ସେମାନଙ୍କ ପାଇଁ ବେଶ୍ ଭାରି ପଡ଼ିଲେ ଈଶାନ୍ତ ଓ ଉମେଶ ଯାଦବ । ଦିବାରାତ୍ରି ଟେଷ୍ଟର ମାତ୍ର ୩ ଦିନରେ ହାରିଲା ବାଂଲାଦେଶ ।