ଘରେ ରହି ଇଦ ନମାଜ ପଢିବାକୁ ଝାଡଖଣ୍ଡ ଡିଜିପିଙ୍କ ନିବେଦନ
ଇଦ ପାଇଁ ଘରେ ରହି ନମାଜ ପଢିବାକୁ ମୁସଲମାନ ଲୋକଙ୍କୁ ନିବେଦନ କରିଛନ୍ତି ଝାଡଖଣ୍ଡ ଡିଜିପି |
ରାଞ୍ଚି: କୋଭିଡ19 ମୁକାବିଲା ଲାଗି ଦେଶରେ ଚଚୁର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଉଛି ଗୁରୁତ୍ୱ | ଏହାକୁ ଦୃଷ୍ଟିରେ ରଖି ମନ୍ଦିର ମସଜିଦ ଭଳି ଧର୍ମାନୁଷ୍ଠାନରେ ଲୋକକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି | କୋରୋନା ଭାଇରସ କବଳରୁ ମୁକ୍ତି ପାଇବା ଲାଗି ଏକ ବଡ ମାଧ୍ୟମ |
ଚଳିତ ବର୍ଷର ଇଦ ନମାଜ ଘରେ ରହି ପଢିବାକୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି ଝାଡଖଣ୍ଡ ପୋଲିସ ଡିଜି ଏମବି ରାଓ | ଏହା ସହିତ ଇଦ ପାଇଁ ଆଗୁଆ ବଧାଇ ଦେଇଛନ୍ତି ସେ | ଏହା ସହିତ କହିଛନ୍ତି "ଇଦ ହେଉଛି ଆମର ଯାହା ଅଛି ତାହାକୁ ବାଣ୍ଟିବା ଏବଂ ଅନ୍ୟମାନଙ୍କ ଯତ୍ନ ନେବାର ଦିନ | ଏ ବର୍ଷର ଇଦ ବହୁତ ଦମଦାର ହେଉ | ଘରେ ରହି ଏହି ଖୁସି ଉତ୍ସବ ପାଳନ କରିବାକୁ ନିବେଦନ କରୁଛି | ଆପଣ ଏବଂ ଆପଣଙ୍କ ପରିବାରକୁ କୋଭିଡ19 କବଳରୁ ସୁରକ୍ଷିତ ରୁହନ୍ତୁ | "
ରମଜାନ ଉଲ ମୁବାରକ ମାସ ପରେ ଇଦ ମୁବାରକ ଦିନ ସକାଳେ ମୁସାଲମାନ ସମ୍ପ୍ରଦାୟର ଲୋକ ଇଦ ଗାହା ଠାରେ ଏକତ୍ରୀତ ହୋଇ ନମାଜ ପଢିଥାନ୍ତି | ବର୍ତ୍ତମାନ ଜାରି ରହିଥିବା ଲକଡାଉନ କାରଣରୁ ଘରେ ଇଦ ନମାଜ ପଢିବାକୁ ହେବ | କାରଣ ସାମ୍ପ୍ରତିକ ସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି | ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି | ରମଜାନ ମାସର ଶେଷ ପର୍ଯ୍ୟାୟରେ ଇଦ ପାଳିତ ହୋଇଥାଏ | ଯାହା ଇସଲାମ ଧର୍ମରେ ଏକ ପବିତ୍ର ପର୍ବ | ଚଳିତ ବର୍ଷ ଇଦ ଉଲ ଫିତର ୨୫ କିମ୍ବା ମେ ୨୬ ତାରିଖରେ ପାଳିତ ହେବାର ଅଛି | ଏହି ଦିନର ବିଶେଷ ମହତ୍ତ୍ୱ ରହିଛି |