ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା
ଆସନ୍ତା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ୨୦୧୯-୨୦ ବର୍ଷର ମାଟ୍ରିକ ପରୀକ୍ଷା । ଫେବୃଆରୀ ମାସରୁ ଏହା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷା ଲାଗି ଅନେକ କିଛି ନୂତନ ପଦକ୍ଷେପ ନେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ତୃତୀୟ ଭାଷା ପରୀକ୍ଷା ଲାଗି ପୃଥକ ପୃଥକ ଦିନରେ ପରୀକ୍ଷା ହେଉଥିବା ବେଳେ ଚଳିତବର୍ଷ ଗୋଟିଏ ଦିନରେ ସମସ୍ତ ପରୀକ୍ଷା ହେବ । ଏଥି ସହିତ କପି ଓ ପ୍ରଶ୍ନପତ୍ର ଭାଇରାଲକୁ ଏଡାଇବା ପାଇଁ ଏଥର ପ୍ରଶ୍ନପତ୍ରରେ ବାରକୋଡ୍ର ବ୍ୟବସ୍ଥା କରାଯାଉଥିବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ୨୦୧୯-୨୦ ବର୍ଷର ମାଟ୍ରିକ ପରୀକ୍ଷା । ଫେବୃଆରୀ ମାସରୁ ଏହା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷା ଲାଗି ଅନେକ କିଛି ନୂତନ ପଦକ୍ଷେପ ନେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ତୃତୀୟ ଭାଷା ପରୀକ୍ଷା ଲାଗି ପୃଥକ ପୃଥକ ଦିନରେ ପରୀକ୍ଷା ହେଉଥିବା ବେଳେ ଚଳିତବର୍ଷ ଗୋଟିଏ ଦିନରେ ସମସ୍ତ ପରୀକ୍ଷା ହେବ । ଏଥି ସହିତ କପି ଓ ପ୍ରଶ୍ନପତ୍ର ଭାଇରାଲକୁ ଏଡାଇବା ପାଇଁ ଏଥର ପ୍ରଶ୍ନପତ୍ରରେ ବାରକୋଡ୍ର ବ୍ୟବସ୍ଥା କରାଯାଉଥିବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପରୀକ୍ଷା ସମୟ ପୂର୍ବବର୍ଷ ଭଳି ଅପରିବର୍ତ୍ତିତ ରହିଛି । ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ଦିନ ୧୨.୩୦ ମିନିଟରେ ଶେଷ ହେବ ପରୀକ୍ଷା । କେବଳ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟର ସମୟ ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି ବୋର୍ଡ । ତେବେ ଆସନ୍ତୁ ନଜର ପକାଇବା କେଉଁ ଦିନ ରହିଛି କେଉଁ ପରୀକ୍ଷା ।
ଫେବୃୟାରୀ ୧୯ | ପ୍ରଥମ ଭାଷା (ସାହିତ୍ୟ,ବଙ୍ଗଳା,ହିନ୍ଧୀ,ଉର୍ଦ୍ଧୁ,ତେଲୁଗୁ) |
ଫେବୃୟାରୀ ୨୨ | ଦ୍ୱିତୀୟ ଭାଷା (ଇଂରାଜୀ) |
ଫେବୃୟାରୀ ୨୪ | ତୃତୀୟ ଭାଷା (ହିନ୍ଧୀ, ସଂସ୍କୃତ,ଓଡିଆ,ପାର୍ଶି) |
ଫେବୃୟାରୀ ୨୬ | ଗଣିତ |
ଫେବୃୟାରୀ ୨୮ | ବିଜ୍ଞାନ |
ମାର୍ଚ୍ଚ ୨ | ସମାଜିକ ବିଜ୍ଞାନ |
ଏଥର ମଧ୍ୟ ମାଟ୍ରିକ ପରୀକ୍ଷାରେ ଅନେକ କିଛି ସଂସ୍କାର ଆଣିବା ଲାଗି ପଦକ୍ଷେପ ନେବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ । ୨୦୧୯-୨୦ ମାଟ୍ରିକ ପରୀକ୍ଷାରେ ତୃତୀୟ ଭାଷା ସମ୍ପର୍କୀତ ସମସ୍ତ ପରୀକ୍ଷା ଗୋଟିଏ ଦିନରେ ଅନୁଷ୍ଠିତ ହେବ । ସେହିପରି ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ବେଶି ଚିନ୍ତା ବଢାଇଥାଏ ବୋର୍ଡ ପାଇଁ । ତେଣୁ ଏହାକୁ ରୋକିବା ପାଇଁ ପ୍ରଶ୍ନପତ୍ରରେ ବାର କୋର୍ଡର ବ୍ୟବସ୍ଥା କରାଯିବ ବୋଲି ଯୋଜନା କରିଛି ବୋର୍ଡ । ଏଥିସହ ପରୀକ୍ଷା ପରିଚାଳନାରେ ନିୟୋଜିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଟ୍ରେନିଂ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି ବୋର୍ଡର ସଭାପତି ରାମାଶିଷ ହାଜରା । ମାଟ୍ରିକ ପରୀକ୍ଷା ପାଇଁ ଅନେକ ସଂସ୍କାର ଅଣାଯାଉଥିଲେ ମଧ୍ୟ ପରୀକ୍ଷା ସମୟରେ ସେ ସବୁର କିଛି ସୁଫଳ ମିଲିପାରୁନାହିଁ । ଏପିରିସ୍ଥିତିରେ ଏଥର ପରୀକ୍ଷା ପରିଚଳନା କିପରି କରୁଛି ବୋର୍ଡ ତାହା ଉପରେ ଏବେ ସମସ୍ତଙ୍କ ନଜର ।