ମୋହନ ଭାଗବତଙ୍କ ହିନ୍ଦୁରାଷ୍ଟ୍ର ବୟାନକୁ ନେଇ ଏମିତି କହିଲେ ମାୟାବତୀ
ଭାରତ ହିନ୍ଦୁସ୍ଥାନ ଏବଂ ହିନ୍ଦୁରାଷ୍ଟ୍ର । ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତଙ୍କ ଏହି ବୟାନକୁ ନେଇ ସରଗରମ ରାଜନୀତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ପ୍ରଚାରରେ ଏହି ପ୍ରସଙ୍ଗ ଉଠାଇଲେ ଉତ୍ତରପ୍ରଦେଶର ପୂର୍ବଚନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ । ଭାଗବତଙ୍କ ଏହି ବୟାନଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି ସେ ।
ନାଗପୁର: ଭାରତ ହିନ୍ଦୁସ୍ଥାନ ଏବଂ ହିନ୍ଦୁରାଷ୍ଟ୍ର । ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତଙ୍କ ଏହି ବୟାନକୁ ନେଇ ସରଗରମ ରାଜନୀତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ପ୍ରଚାରରେ ଏହି ପ୍ରସଙ୍ଗ ଉଠାଇଲେ ଉତ୍ତରପ୍ରଦେଶର ପୂର୍ବଚନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀ । ଭାଗବତଙ୍କ ଏହି ବୟାନଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି ସେ ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନଙ୍କୁ ଓହ୍ଲାଇଛନ୍ତି ବିଏସପି ସୁପ୍ରିମୋ । ଏକ ନିର୍ବାଚନୀ ପ୍ରଚାରରେ ଆରଏସଏସ ପ୍ରମୁଖଙ୍କ ହିନ୍ଦୁରାଷ୍ଟ୍ର ବୟାନକୁ ପ୍ରସଙ୍ଗ କରିଛନ୍ତି ମାୟାବତୀ । ସେ କହିଛନ୍ତି ବାବାସାହେବ ଆମ୍ବେଦକର ଧର୍ମନିରପେକ୍ଷତା ଭିତ୍ତିରେ ସମ୍ବିଧାନ ବନାଇଥିଲେ । ମାତ୍ର ଏବେ ସଂଖ୍ୟାଲଘୁଙ୍କ ସ୍ଥିତି ଚିନ୍ତାଜନକ । ତେଣୁ ଆରଏସଏସ ପ୍ରମୁଖ ଏଭଳି ବୟାନ ଦେବା ପୂର୍ବରୁ ପ୍ରଥମେ ସଚ୍ଚର ସମିତିର ରିପୋର୍ଟ ପଢିବା ଦରକାର । ଜଷ୍ଟିସ ରାଜେନ୍ଦ୍ର ସଚ୍ଚରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ଏହି ସମିତି । ଆଉ ଏହାର ରିପୋର୍ଟ ସଂଖ୍ୟାଲଘୁଙ୍କ ପାଇଁ ବେଶ ଚିନ୍ତାଜନକ ବୋଲି କହିଛନ୍ତି ବିଏସପି ସୁପ୍ରିମୋ ।
ସେହିପରି ସରକାରୀ ଚାକିରି କ୍ଷେତ୍ରରେ ଦଳିତ ଏବଂ ଅନୁସୂଚିତ ଜନଜାତିଙ୍କ ପଦୋନ୍ନତି କଥା ଉଠାଇଛନ୍ତି ମାୟାବତୀ । ଏହାକୁ ବନ୍ଦ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଭିତିରିଆ ବୁଝାମଣା କରିଛନ୍ତି । ଏପରିକି ଦଳିତ ଏବଂ ଅନୁସୂଚିତ ଜନଜାତିଙ୍କ ହିତ ପାଇଁ ତିଆରି ହୋଇଥିବା ଆଇନ କାନୁନଙ୍କୁ ବର୍ତ୍ତମାନ ନିଷ୍ପ୍ରଭ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ବିଜୟାଦଶମୀ ଅବସରରେ ଆରଏସଏସ ପ୍ରମୁଖ ମୋହନ ଭାଗବତ ଏହି ହିନ୍ଦୁରାଷ୍ଟ୍ର ବୟାନ ଦେଇଥିଲେ । ଏକ କାର୍ଯ୍ୟକ୍ରମରେ ମୋହନ କହିଥିଲେ ଭାରତ ହିନ୍ଦୁସ୍ଥାନ ଏବଂ ହିନ୍ଦୁରାଷ୍ଟ୍ର । ସେ ଆହୁରି ମଧ୍ୟ କହିଥିଲେ, ଭାରତରେ ମୁସଲିମ ଖୁସି ଅଛନ୍ତି । କାହିଁକିନା ଭାରତ ଏକ ହିନ୍ଦୁରାଷ୍ଟ୍ର । ଆଉ ଆରଏସଏସ ପ୍ରମୁଖଙ୍କ ଏହି ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି ।