ନୂଆଦିଲ୍ଲୀ: ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ଚିନ୍ତା କରିଛନ୍ତି ପ୍ରବାସୀ ଓଡ଼ିଆ। ଏଥିପାଇଁ ଏକ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି ଦିଲ୍ଲୀରେ ରହୁଥିବା କିଛି ପ୍ରବାସୀ ଓଡ଼ିଆ। ଏହି ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଗଠିତ ପ୍ରବାସୀ ଓଡ଼ିଆ ବିକାଶ ସମିତି ସଂଗଠନ ଆନୂକୁଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ଓଡିଶାର ପର୍ଯ୍ୟାଟନର ବିକାଶ ପାଇଁ ଜାତୀୟ ସ୍ଥରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଉଦଘାଟକ ଭାବେ ଏୟାର ଇଣ୍ତିଆର ବାଣିଜ୍ୟ ନିର୍ଦ୍ଦେଶକ ମିନାକାଶୀ ମଲ୍ଲିକ ଯୋଗ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ସେ କହିଥିଲେ, ଓଡିଶାର ଅର୍ଥନୀତି ବିକାଶ ପାଇଁ ପର୍ଯ୍ୟାଟନର ବିକାଶ ନିତ୍ୟାନ୍ତ ଦରକାର ଅଛି ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ଯଥେଷ୍ଟ ବିକାଶ କରିବା ଆବଶ୍ୟକ ରହିଛି । ରାଜ୍ୟର କଳାସଂସ୍କୃତି ଯେଉଁ ଭାବରେ ଅଗ୍ରଗତି କରିଛି, ସେହି ତୁଳନାରେ ପର୍ଯ୍ୟଟନର ବିକାଶ ହୋଇ ନାହିଁ ବୋଲି ସେ ବକ୍ତବ୍ୟ ରଖିଥିଲେ।  ମୁଖ୍ୟ ଅତିଥି ନ୍ୟାସନେଲ ଗ୍ୟାଲେରୀ ମଡର୍ଣ୍ଣ ଆକ୍ଟ ଡିଜି ଆଦିତ୍ୟ ଗଡନାୟକ । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ସଞ୍ଜିବ ପାଟ୍ଟଯୋଶୀ, ଯୁଗ୍ମ ଆବାସିକ କମିଶନର ମିନା ମହାପାତ୍ର ଓ ଜେନିଥ ଲିଜର ହଲିଡେଜ ପ୍ରାଇଭେଟ ଲିଃ।ର ମୁଖ୍ୟ ପାର୍ଥ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।


ଶ୍ରୀ ଶତପଥୀ କହିଥିଲେ, ରାଜ୍ୟ ପର୍ଯ୍ୟଟନର ବିକାଶରେ ହିଁ ଓଡିଶାର ବିକାଶ । ସେହିପରି ଥାଇଲାଣ୍ତ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ ଇର୍ସା ଷ୍ଟାପନନାସିଥ କହିଥିଲେ, ପର୍ଯ୍ୟଟନ ବିକାଶ ହେଲେ ଦେଶ ଓ ରାଜ୍ୟ ନିଯୁକ୍ତି ବଢିବା ସଙ୍ଗେ ସଙ୍ଗେ ଅର୍ଥନୀତିର ବିକାଶ ଘଟିବ । ନିତି ଆୟୋଗ ସର୍ମିଷ୍ଠା ସିହ୍ନା ନିଜ ବକ୍ତବ୍ୟରେ କହିଥିଲେ, ଦେଶକୁ ସମୃଦ୍ଧ କରିବାକୁ ହେଲେ ଓଡିଶା ପର୍ଯ୍ୟଟନ ସ୍ଥଳୀକୁ ଯୋଗାଯୋଗ କରୁଥିବା ରାସ୍ତାର ବିକାଶ କରିବା ଜରୁରୀ । ଆଲୋଚନା ଚକ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସମିତିର ସଭାପତି ରାଜେଶ ଶର୍ମା ଓ ସଂପାଦକ ପ୍ରସନ୍ନ କୁମାର ପରିଡ଼ା ଅତିଥିଙ୍କୁ ସମ୍ୱର୍ଦ୍ଧନା କରି ସ୍ୱସ୍ତି ଗ୍ରୁପକୁ ସର୍ବଶ୍ରେଷ୍ଠ ଟୁର ଅପରେଟର ଭାବରେ ପୁରଷ୍କୃତ କରାଯାଇଥିଲା ।