ଏହି ସବୁ ରାଜ୍ୟରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ
ନିୟମ ବଦଳାଇବାର ଅଧିକାର ରାଜ୍ୟର ନାହିଁ। ଯଦି କେନ୍ଦ୍ର ଦ୍ୱାରା ପ୍ରଣୟନ ହୋଇଥିବା ଆଇନକୁ ରାଜ୍ୟ ବଦଳାଏ, ତେବେ ତାହା ସମ୍ବିଧାନର ଅବମାନନା ଭାବେ ପରିଗଣିତ ହେବ।
ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୧ ତାରିଖରେ ଲାଗୁ ହୋଇଥିଲା ନୂଆ ମୋଟର ଭେହିକିଲ ଆକ୍ଟ ୨୦୧୯। ଏହି ନିୟମକୁ ଲାଗୁ ହେବାର ୩ ମାସ ବିତି ସାରିଲାଣି। ମାତ୍ର ଦେଶର ଅନେକ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି। ଏହି ନୂଆ ନିୟମକୁ ନେଇ ସମଗ୍ର ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନୂଆ ନିୟମର କଡ଼ା ଆଇନ କାରଣରୁ ଆନେକ ରାଜ୍ୟର ମୁଖିଆ ଏହାକୁ ଲାଗୁ କରିବା ପାଇଁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ କିଛି ରାଜ୍ୟ ମୁଖିଆ ଧାର୍ଯ୍ୟ କରିଥିବା ଜୋରିମନାକୁ କମାଇବା ପାଇଁ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରିଥିଲେ। ସେହିପରି ଓଡ଼ିଶା ମଧ୍ୟ ରାଜ୍ୟରେ ଉକ୍ତ ଆଇନକୁ ସମ୍ପୂର୍ଣ୍ଣ ଭାବେ ଲଗାଇନାହିଁ।
ଜୋରିମନା ରାଶିକୁ କମ କରିବାକୁ ରାଜ୍ୟ ସରକାରଙ୍କ କ୍ଷମତା ନାହିଁ ନରେନ୍ଦ୍ର ମୋଦି।
କେନ୍ଦ୍ରର ନିୟମକୁ ବଦଳାଇବା ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ନେବାର ଆବଶ୍ୟକତା ରହିଛି।
୪ ରାଜ୍ୟ ନିୟମକୁ ବଦଳାଇ ଜୋରିମନା ରାଶିକୁ କମ କରାଇଛନ୍ତି।
ସେପଟେ ଏହି ଆଇନକୁ ବିରୋଧ କରୁଥିବା ରାଜ୍ୟକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି, ମୋଟର ଭେହିକିଲ ସଂଶୋଧନ ଆକ୍ଟରେ ପରିବର୍ତ୍ତନ କରାଯାଇଥିବା ଜୋରିମନା ରାଶିକୁ କମ କରାଇବା ପାଇଁ ରାଜ୍ୟ ମାନଙ୍କର କୌଣସି ଅଧିକାର ନାହିଁ। ମୋଦି କହିଛନ୍ତି ରାଜ୍ୟ ସ୍ତରରେ କେନ୍ଦ୍ର ସରକାରଙ୍କ ଆଇନକୁ ସଂଶୋଧନ କରିବା ପାଇଁ କୌଣସି ଅଧିକାର ନଥିବା କେନ୍ଦ୍ର ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୋଦି କହିଛନ୍ତି। ଯଦି ଏହିପରି କିଛି କାର୍ଯ୍ୟନୁଷ୍ଠାନ ରାଜ୍ୟ ସରକାର ନିଅନ୍ତି ବା ଗ୍ରହଣ କରନ୍ତି ତେବେ ତାହା ସାମ୍ବିଧାନିକ ଅବମାନନା କରାଯାଉଛି ବୋଲି ଧରାଯିବ। ଏହା ସହିତ ଉକ୍ତ ରାଜ୍ୟର ସରକାରଙ୍କୁ କ୍ଷମତାଚ୍ୟୁତ କରାଯିବା ସହିତ ରାଷ୍ଟ୍ରପତି ଶାସନ ଜାରି କରାଯିବ ବୋଲି ମୋଦି କହିଥିଲେ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଏନେଇ ଆଡଭାଇଜାରୀ ଜାରି କରାଯାଇଛି। ଉକ୍ତ ଆଡଭାଇଜାରୀରେ ମୋଟର ଭେହିକିଲ୍ ଆକ୍ଟ ୨୦୧୯ ଏକ ସଂସଦୀୟ ଆଇନ ଅଟେ। ତେବେ ରାଜ୍ୟ ସରକାର ଏଥିରେ ଉଲ୍ଲେଖ ଥିବା ନିୟମ କିମ୍ବା ଜୋରିମନା ରାଶିର ପରିମାଣରେ କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ ବୋଲି ଉକ୍ତ ଆଡଭାଇଜାରୀରେ ଉଲ୍ଲେଖ କରାଯାଇଛି। ଯଦି ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଚାହୁଁଛନ୍ତି, ତେବେ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ନେବାକୁ ହେବ ବୋଲି ଉକ୍ତ ଆଡଭାଇଜାରୀରେ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।