ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲା ନିର୍ଭୟା ମାମଲା । ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସର ଦ୍ୱାରସ୍ଥ ହୋଇଛନ୍ତି ନିର୍ଭୟା ଦୋଷୀ । ଅକ୍ଷୟ, ପବନ ଓ ବିନୟ ଅନ୍ତର୍ଜାତୀୟ କୋର୍ଟରେ ଫାଶୀ ଉପରେ ରହିତାଦେଶ ଆବେଦନ କରିବାନେଇ ଜଣାପଡ଼ିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ ଆସନ୍ତା ୨୦ ତାରିଖ ସକାଳ ସାଢେ ୫ଟାରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ହେବାର ଥିଲା । ଏଥିପାଇଁ ତିହାର ଜେଲ ପ୍ରଶାସନ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲା । ଆସନ୍ତା କାଲି ଜହ୍ଲାଦ ପବନ ତିହାର ଆସି ଡମି ଫାଶୀର ମଧ୍ୟ ବ୍ୟବସ୍ଥା କରିବାର ଥିଲା । 


ଗତ ୫ ତାରିଖରେ ନିର୍ଭୟା ଦୋଷୀଙ୍କ ପାଇଁ ଚତୁର୍ଥ ଥର ମୃତ୍ୟୁ ପରଓ୍ୱାନା ଜାରି କରିଥିଲେ ପଟିଆଲା ହାଉସ କୋର୍ଟ । ସେପଟେ ମୁକେଶର ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।