ଆଜି ଏନପିଆର ବୈଠକ, ଯୋଗଦେବନି ପଶ୍ଚିମବଙ୍ଗ
ଆଜି ନୂଆଦିଲ୍ଲୀ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର) ବୈଠକ ହେବ। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ତେବେ ଏହି ବୈଠକକୁ ବୟକଟ କରିଛି ପଶ୍ଚିମବଙ୍ଗ। ବୈଠକରେ ସାମିଲ ହେବ ନାହିଁ ପଶ୍ଚିମବଙ୍ଗ।
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନପିଆର) ବୈଠକ ହେବ। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିମନ୍ତ୍ରଣ କରିଛନ୍ତି। ତେବେ ଏହି ବୈଠକକୁ ବୟକଟ କରିଛି ପଶ୍ଚିମବଙ୍ଗ। ବୈଠକରେ ସାମିଲ ହେବ ନାହିଁ ପଶ୍ଚିମବଙ୍ଗ।
ଆଜିର ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଯୋଗଦେବେ। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟା ନନ୍ଦ ରାୟ ଙ୍କ ଅଧକ୍ଷତାରେ ହେଉଥିବା ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ମଧ୍ୟ ଉପସ୍ଥିତ ରହିବେ।
ଏନପିଆର ଲାଗୁ କରିବା ପାଇଁ ଅମିତ ଶାହା ପ୍ରସ୍ତାବ ଦେବା ପରଠାରୁ ହିଁ ବିବାଦ ଦେଖାଦେଇଛି. ଆରମ୍ଭରୁ ହିଁ ବୈଠକରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ପଶ୍ଚିମବଙ୍ଗ ନୁହେଁ, ଏହାକୁ କେରଳ ମଧ୍ୟ ବିରୋଧ କରିଆସୁଛି। ଗୁରୁବାର କେରଳ ସରକାର ଏନପିଆର ପ୍ରକ୍ରିୟା ଉପରେ ମଧ୍ୟ ରୋକ ଲଗାଇଛନ୍ତି। ଏହା ସହିତ ଏନପିଆର ବୈଠକରେ ଯେଉଁ ଅଧିକାରୀମାନେ ଯୋଗ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ।