ସଙ୍କଟରେ ପୃଥିବୀ! ୧୧୦୦୦ ବୈଜ୍ଞାନିକ ଜାରି କଲେ ଚେତାବନୀ
ଆମ ପୃଥିବୀ ଉପରେ ଏକ ଭୟାବହ ସଙ୍କଟ ମାଡ଼ି ଆସୁଛି । ଏଥିପାଇଁ ପ୍ରାକୃତିକ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । କାରଣ ଆର୍କଟିକରେ ସର୍ବ ପୁରାତନ ଓ ସବୁଠାରୁ ସ୍ଥିର ଆଇସବର୍ଗ ବହୁତ ଦ୍ରୁତ ଗତିରେ ତରଳବାକୁ ଲାଗିଛି । ସେଥିପାଇଁ ୧୩୦ ଦେଶର ୧୧ ହଜାର ବୈଜ୍ଞାନିକ ଚେତାବନୀ ଜାରି କରିଛନ୍ତି ।
ନୂଆଦିଲ୍ଲୀ: ଆମ ପୃଥିବୀ ଉପରେ ଏକ ଭୟାବହ ସଙ୍କଟ ମାଡ଼ି ଆସୁଛି । ଏଥିପାଇଁ ପ୍ରାକୃତିକ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । କାରଣ ଆର୍କଟିକରେ ସର୍ବ ପୁରାତନ ଓ ସବୁଠାରୁ ସ୍ଥିର ଆଇସବର୍ଗ ବହୁତ ଦ୍ରୁତ ଗତିରେ ତରଳବାକୁ ଲାଗିଛି । ସେଥିପାଇଁ ୧୩୦ ଦେଶର ୧୧ ହଜାର ବୈଜ୍ଞାନିକ ଚେତାବନୀ ଜାରି କରିଛନ୍ତି ।
ଆସନ୍ତୁ ଜାଣିବା ଏହି ୧୩୦ ଦେଶର ୧୧ ହଜାର ବୈଜ୍ଞାନିକ କଣ ଚେତାବନୀ ଜାରି କରିଛନ୍ତି...
ସଂପୂର୍ଣ୍ଣ ଭାବେ ତରଳି ଯିବ 'ଦ ଲାଷ୍ଟ ଆଇସ ଏରିଆ'
୧୩୦ ଦେଶର ୧୧ ହାଜର ବୈଜ୍ଞାନିକ ଆର୍କଟିକର ଯେଉଁ ଅଂଶର କଥା କହୁଛନ୍ତି, ତାହାକୁ ଦ ଲାଷ୍ଟ ଆଇସ ଏରିଆ କୁହାଯାଇଥାଏ ।ଏହା ଦୁନିଆର ସର୍ବ ପୁରାତନ ଓ ସ୍ଥିର ବରଫ ଅଞ୍ଚଳ । କିନ୍ତୁ ବର୍ତ୍ତମାନ ସମୟରେ ଏହା ଦ୍ରୁତ ଗତିରେ ତରଳିବା ଆରମ୍ଭ କରିଦେଇଛି । ତାହା ମଧ୍ୟ ଦୁଇ ଗୁଣ ଗତିରେ ତରଳୁଛି ।
୨୦୧୬ରେ ଦ ଲାଷ୍ଟ ଆଇସ ଏରିଆ ୪୧.୪୩ ଲକ୍ଷ ବର୍ଗ କିଲୋମିଟର ଥିଲା । ଯାହା ବର୍ତ୍ତମାନ ହ୍ରାସ ଘଟି ୯.୯୯ ଲକ୍ଷ ବର୍ଗ କିଲୋମିଟରରେ ପହଞ୍ଚି ଯାଇଛି । ଯଦି ଏହା ଏପରି ଗତିରେ ତରଳିବ ତେବେ ୨୦୩୦ରେ ଏହା ସଂପୂର୍ଣ୍ଣ ତରଳି ଯିବ ।
ୟୁନିଭର୍ସିଟି ଅଫ ଟୋରେଣ୍ଟୋର ବୈଜ୍ଞାନିକ କ୍ୟାଣ୍ଟ ମୁରିଙ୍କ ଅନୁସାରେ ୧୯୭୦ ପରେ ବର୍ତ୍ତମାନ ଯାଏ ୫ ଫିଟ ବରଫ ତରଳି ଯାଇଛି । ଅର୍ଥାତ ପ୍ରତି ୧୦ ବର୍ଷରେ ୧.୩୦ ଫିଟ ବରଫ ତରଳୁଛି । ଏହା ଦ୍ୱାରା ସାମୁଦ୍ରିକ ଜଳସ୍ତରରେ ବୃଦ୍ଧି ହେବାର ଆଶଙ୍କା ରହିଛି ।
ଆର୍କଟିକର ବରଫ ତରଳିବାରୁ ଗ୍ରୀନଲ୍ୟାଣ୍ଡ ଓ କାନାଡାର ଆଖପାଖ ଅଞ୍ଚଳର ପାଣିପାଗରେ ପରିବର୍ତ୍ତନ ଦେଖା ଦେବ । ଏହାସହ ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ । ଦ ଲାଷ୍ଟ ଆଇସ ଏରିଆରେ ବିଭିନ୍ନ ପ୍ରଜାତିର ଜୀବ ଜନ୍ତୁ ବାସ କରନ୍ତି । ଯଦି ଏହି ଗତିରେ ବରଫ ତରଳିବା ଜାରି ରହିବ ତେବେ ପୋଲର ବିୟର ହ୍ୱିଲ, ପେଙ୍ଗୁଇନ ଓ ସୀଲ ପରି ସୁନ୍ଦର ଜୀବଜନ୍ତୁ ଲୋପ ପାଇଁ ଯିବ ।