ନୂଆଦିଲ୍ଲୀ: ଗୁଜୁରାଟ ମଡେଲ ଆପଣାଉଛନ୍ତି ଉତ୍ତରପ୍ରଦେଶ ସରକାର । ରାଜ୍ୟରେ ଖୋଲିବ ପୋଲିସ ସ୍କୁଲ । ଆସନ୍ତା ଶିକ୍ଷାବର୍ଷଠୁ ପାଠପଢା ଆରମ୍ଭ ହେବ । ପୋଲିସରେ ଚାକିରି କରିବା ପାଇଁ ଚାହୁଁଥିବା ଶିକ୍ଷାର୍ଥୀଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ସେହିଢାଞ୍ଚାରେ ପାଠ୍ୟ ଖସଡା ମଧ୍ୟ ପ୍ରସ୍ତୁତ ହେବ । ଯୁକ୍ତ ଦୁଇରୁ ଏଠି ପାଠ ପଢିପାରିବେ ଛାତ୍ରଛାତ୍ରୀ । 


COMMERCIAL BREAK
SCROLL TO CONTINUE READING

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଡାଃ ଦିନେଶ ଶର୍ମା କହିଛନ୍ତି, ଏହି ପ୍ରକାର ସ୍କୁଲ ଗୁଜୁରାଟରେ ଅଛି । ଠିକ ଗୁଜୁରାଟ ପରି ହିଁ ଉତ୍ତର ପ୍ରଦେଶରେ ପୋଲିସ ସ୍କୁଲ ଖୋଲିବ । ଆଇନ ବ୍ୟବସ୍ଥାରେ ବର୍ତ୍ତମାନ ଯେଉଁ ଆହ୍ୱାନ ରହିଛି, ଏହାରି ମାଧ୍ୟମରେ ତାହା ପୂରଣ ହୋଇପାରିବ । ଯେଉଁ ଶିକ୍ଷାର୍ଥୀ ପୋଲିସରେ ଯିବାକୁ ଚାହୁଁଛନ୍ତି, ଏହାରିୁ ମାଧ୍ୟମରେ ନିଜକୁ ପ୍ରସ୍ତୁତ କରିପାରିବେ । 



ସେ ଆହୁରି ମଧ୍ୟ କହିଛନ୍ତି, ଏହି ସ୍କୁଲରେ ବିଭିନ୍ନ ପଦ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯିବ । ପୋଲିସ ସେବାରେ ଯିବାକୁ ହେଲେ କେଉଁ ପ୍ରକାର ଆଚରଣ କରିବା ଦରକାର, ସେନେଇ ମଧ୍ୟ ଶିକ୍ଷା ଦିଆଯିବ । ସେହିପରି ସ୍କୁଲର ନିର୍ମାଣ ପାଇଁ ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯିବ ବୋଲି କହିଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ । 


ଆହୁରି ପଢନ୍ତୁ; 'ମୁଁ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ଚାହେଁ'