ନୂଆଦିଲ୍ଲୀ: କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି କି, ଅପରାଧୀର ଶେଷ ହୋଇଛି। ବିକାଶ ଦୁବେ ନିହତ ହୋଇଛି। କିନ୍ତୁ ଅପରାଧ ଓ ଅପରାଧୀଙ୍କୁ ପ୍ରଶ୍ରୟ ଦେଉଥିବା ଲୋକମାନଙ୍କ କଣ ହୋଇଛି। ଏଭଳି ପ୍ରଶ୍ନ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ଗୁରୁବାର ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ କି, କାନପୁରରେ ଜଘନ୍ୟ ହତ୍ୟାକାଣ୍ଡ ଭଳି ଘଟଣା ରାଜ୍ୟ ସରକାରଙ୍କୁ ଯେଉଁଭଳି କାର୍ଯ୍ୟ କରିବାର ଆବଶ୍ୟକତା ରହିଥିଲା, ସେଭଳି କୌଣସି ପ୍ରକାର କାର୍ଯ୍ୟ କରିନାହାନ୍ତି। ଘଟଣାକୁ ସଠିକ ଢଙ୍ଗରେ ତଦନ୍ତ କରିବାରେ ଯୋଗୀ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। 


ଘଟଣା ପରଠାରୁ ଅପରାଧୀ ଉଜ୍ଜୈନ ପର୍ଯ୍ୟନ୍ତ ଯାଇପାରିଲା। ଯାହା ରାଜ୍ୟସରକାରଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ବୋଲି ସେ କହିଥିଲେ। ଏହା ସହିତ ଅପରାଧୀ ଓ ସରକାରଙ୍କ ଆପୋଷ ବୁଝାମଣାକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତିନି ମାସ ପୂର୍ବର ଏକ ଚିଠିରେ ନୋ ଆକ୍ସନ ଏବଂ କୁଖ୍ୟାତ ଅପରାଧୀଙ୍କ ତାଲିକାରେ ବିକାଶର ନା ନରହିବା ଘଟଣା ନିଶ୍ଚିତ ପକ୍ଷେ ବହୁ ମାମଲା ସହିତ ଜଡ଼ିତ ରହିଥିବାର ବାସ୍ନା ବାରି ହୋଇ ପଡ଼ୁଛି। ଏହି ଘଟଣାର ସିବିଆଇ ତଦନ୍ତ ନିହାତି ଜରୁରୀ ହୋଇ ପଡ଼ୁଛି ବୋଲି ସେ କହିଛନ୍ତି।