ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ବାହାରି ସାରିଛି। ରାଜ୍ୟ ବିଜେପି ବୃହତ୍ତ ବ୍ୟବଧାନରେ ପରାଜୟ ବରଣ କରିଛି। ଜନାଦେଶକୁ ସ୍ୱିକାର କରୁଛୁ ବୋଲି କହିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ରଘୁବର ଦାସ। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏନେଇ ସେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

 




ଟ୍ୱିଟରରେ ସେ କହିଛନ୍ତି କି, ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଚଳିତ ନିର୍ବାଚନରେ ବିଜୟ ଲାଭ କରିଥିବା ପୂର୍ବତନ ତଥା ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଜୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଝାଡ଼ଖଣ୍ଡବାସୀଙ୍କ ଆଶୀର୍ବାଦରୁ ମୋତେ 5 ବର୍ଷ ସେମାନଙ୍କର ସେବା କରିବାର ସୁଯୋଗ ମିଳିଛି। ଏଥିପାଇଁ ଝାଡ଼ଖଣ୍ଡର ସାଢେ 3 କୋଟି ଲୋକଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି। 


 


ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିର୍ବାଚନର ଫଳାଫଳ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟ୍ୱିଟ କରି ସେ କହିଛନ୍ତି କି,  ଦୀର୍ଘ ଦିନ ଧରି ରାଜ୍ୟବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ଧନ୍ୟବାଦ ଦେଉଛି। ଏହା ସହିତ ନିର୍ବାଚନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ପାଇଁ ମଧ୍ୟ ଅଶେଷ ଧନ୍ୟବାଦ ଦେଉଛି।