ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା । ଯୁବା ଭାରତ ରାହୁଲଙ୍କୁ ଚାହୁଁନଥିବା ସେ କହିଛନ୍ତି । ଏପରିକି ଆପଣ ରାହୁଲ ଗାନ୍ଧୀଙ୍କୁ କାହିଁକି ସଂସଦକୁ ନିର୍ବାଚିତ କଲେ ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର । 


COMMERCIAL BREAK
SCROLL TO CONTINUE READING

କେରଳ ଲିଟରେଚର ଫେଷ୍ଟିଭାଲରେ ଯୋଗ ଦେଇ ରାମଚନ୍ଦ୍ର ଗୁହା କହିଛନ୍ତି, ଆପଣମାନେ ରାହୁଲ ଗାନ୍ଧୀଙ୍କୁ ସଂସଦକୁ କାହିଁକି ନିର୍ବାଚିତ କରିଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ରାହୁଲ ଗାନ୍ଧୀଙ୍କ ବିରୋଧୀ ନୁହେଁ । ରାହୁଲ ଜଣେ ସଭ୍ୟ ମଣିଷ । ମାତ୍ର ଯୁବା ଭାରତ ଏକ ଖାନଦାନର ପଞ୍ଜମ ପିଢ଼ିକୁ ଚାହୁଁନାହିଁ । 


ଗୁହା ଆହୁରି ମଧ୍ୟ କହିଥିଲେ, ଯଦି ଆପଣ ୨୦୨୪ରେ ରାହୁଲ ଗାନ୍ଧୀଙ୍କୁ ସଂସଦକୁ ପୁଣିଥରେ ପଠାଉଛନ୍ତି କେବେ ଆପଣ ମୋଦିଙ୍କୁ ହିଁ ସାହାଯ୍ୟ କରୁଛନ୍ତି ବୋଲି ଧରାଯିବ । କାହିଁକିନା ନରେନ୍ଦ୍ର ମୋଦିଙ୍କ ସବୁଠୁ ବଡ଼ ଶକ୍ତି ଏହା ଯେ, ସେ ରାହୁଲ ଗାନ୍ଧୀ ନୁହଁନ୍ତି । 



ଏଠାରେ ଗୁହାଙ୍କ କଥାକୁ ଆଉ ଟିକିଏ ସ୍ପଷ୍ଟ କରିଦେଉଛୁ । ନେହରୁ ଖାନଦାନର ପଞ୍ଚମ ପିଢ଼ି ଭାବରେ ସେ ରାହୁଲ ଗାନ୍ଧୀଙ୍କୁ ଦର୍ଶାଇଛନ୍ତି । ଖାନଦାନର ପ୍ରଥମ ପିଢ଼ି ଭାବେ ମୋତିଲାଲ ନେହେରୁ, ଦ୍ୱିତୀୟ ପିଢ଼ି ଭାବେ ତାଙ୍କ ପୁଅ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ବୁଝାପଡ଼ୁଛି । ସେହିପରି ତୃତୀୟ ପିଢ଼ିରେ ଯାଉଛନ୍ତି ଇନ୍ଦିରା ଗାନ୍ଧୀ । ଚତୁର୍ଥ ପିଢ଼ିରେ ଯାଉଛନ୍ତି ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ, ସୋନିଆ ଗାନ୍ଧୀ, ମେନକା ଗାନ୍ଧୀ । ସେହିପରି ପଞ୍ଚମ ପିଢ଼ି ଭାବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ବରୁଣ ଗାନ୍ଧୀଙ୍କୁ ଦର୍ଶାଇବାକୁ ଯାଇ ଏପରି ବୟାନ ଦେଇଛନ୍ତି ରାମଚନ୍ଦ୍ର ଗୁହା । 


ଆହୁରି ପଢ଼ନ୍ତୁ; ଏକା ସାଙ୍ଗରେ ଫାଶୀ ଦେବା କ'ଣ ନିହାତି ଦରକାର ?