ଅଜୟ ନାଥ, ସମ୍ବଲପୁର: ସରକାରଙ୍କ ତରଫରୁ ୨୦୨୦ ମସିହାରେ ଆସିଥିବା କୁଷ୍ଠ ରୋଗୀଙ୍କ ପାଇଁ ଟଙ୍କା ମିଳି ନ ଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି କୁଷ୍ଠାଶ୍ରମର ଅନ୍ତେବାସୀ। ସମ୍ବଲପୁର ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ବିଭିନ୍ନ ଆଳ ଦେଖାଇ ସେମାଙ୍କର ଟଙ୍କା ତାଙ୍କୁ ଦେଉ ନ ଥିବାରୁ ଜିଲ୍ଲାପାଳଙ୍କୁ ଦେଖାକରି ତାଙ୍କର ଟଙ୍କା ପାଇବା ପାଇଁ ସେମାନେ ଦାବି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ତାଙ୍କର ଟଙ୍କା ଯାହାକି ସରକାରଙ୍କ ତରଫରୁ ପ୍ରତ୍ୟେକ କୁଷ୍ଠରୋଗୀଙ୍କ ପରିବାରକୁ ୧୯ ହଜାର ଟଙ୍କା ବାସନକୁସନ ତଥା ଅନ୍ୟାନ୍ୟ ଆସବାବପତ୍ର କିଣାକିଣି ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖକୁ ଟଙ୍କା ଆସିଛି। ଯେତେବେଳେ ଏମାନେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କ ପାଖକୁ ଟଙ୍କା ପାଇଁ ପଚାରିଲେ ସେ ବିଭିନ୍ନ ଆଳ ଦେଖାଇ ତାଙ୍କୁ ଟଙ୍କା ଦେବା ପାଇଁ ମନା କରୁଥିବାର ଅଭିଯୋଗ କରିଛନ୍ତି ଅନ୍ତେବାସୀ। 


ଚାରିଟି କୁଷ୍ଠାଶ୍ରମର ଅନ୍ତେବାସୀମାନେ ଆଜି ଆସି ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କ ଟଙ୍କା ତାଙ୍କୁ ପ୍ରଦାନ କରାଯାଉ ବୋଲି ସେମାନେ ତାଙ୍କର ଦାବି ରେ ଜଣାଇଛନ୍ତି।