ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଆଦିବାସୀ ପିଲା ଦେଖାଇଲେ କମାଲ
ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଇ ଏମ ଆର୍ ଏସ୍ କ୍ରୀଡା ପ୍ରତିଯୋଗିତାରେ ପଦକ ଜିଣି ସଫଳତା ହାସଲ କରିଛନ୍ତି ।
ମୋହନା: ଆଦିବାସୀ ଅଧୁସିତ ମାଳ ଅଞ୍ଚଳ ଗଜପତି ଜିଲ୍ଲାର ଆଦିବାସୀ ପିଲାଙ୍କ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବଡ ସଫଳତା । ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଭୟ ଛାତ୍ର ଓ ଛାତ୍ରୀ ସର୍ବ ଭାରତୀୟ କ୍ରୀଡାରେ ଭାଗ ନେବା ପରେ ସ୍ୱର୍ଣ୍ଣ ରୌପ୍ୟ, ବ୍ରୋଞ୍ଚ ମେଡେଲ ଆଣି ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି । ଏହି ସଫଳତା ପରେ ଅନୁଷ୍ଠାନର ଅଧ୍ୟକ୍ଷ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟପ୍ରଦେଶ ରାଜ୍ୟର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ଇ ଏମ ଆର୍ ଏସ୍ କ୍ରୀଡା ପ୍ରତିଯୋଗିତାରେ ପଦକ ଜିଣି ସଫଳତା ହାସଲ କରିଛନ୍ତି । ଏଥିପାଇଁ ବିଦ୍ୟାଳୟରେ ଏକ ପ୍ରକାର ଉତ୍ସବ ମହଲ ସୃଷ୍ଟି ହୋଇଥିବା ବେଳେ ବାଜା ବଜେଇବା ସହ ଅଧ୍ୟକ୍ଷ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରି ଅଭିନନ୍ଦନ ଜଣାଇଛନ୍ତି ।