ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନକୁ ଆଖି ଆଗରେ ରଖି ଆଜି ସଂସଦରେ ବିଜେଡି ସାଂସଦୀୟ ଦଳ ବୈଠକ । ବୈଠକରେ ରାଜ୍ୟର ସ୍ୱାର୍ଥଜନିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଚଳିତ ଅଧିବେଶନରେ ରାଜ୍ୟ ବିଧାନ ପରିଷଦ ଗଠନ ନେଇ ସାମ୍ବିଧାନିକ ସଂଶୋଧନ ଵିଲ ଆଗତ କରିବାକୁ ବିଜେଡି ଦାବି ରଖିବ । ଏହା ସହ ବିଜୁବାବୁଙ୍କୁ ଭାରତ ରତ୍ନ ମିଳିବା ଦାବି, କୋଇଲା ରୟାଲଟି ବୃଦ୍ଧି, ଚାଷୀ, ମହାନଦୀ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଆଲୋଚନା ହୋଇଛି ।


COMMERCIAL BREAK
SCROLL TO CONTINUE READING

ଆଜି ସଂସଦରେ ଚିଟ୍ ଫଣ୍ଡ ସଂଶୋଧନ ବିଲ ଏବଂ ଦିଲ୍ଲୀ ପ୍ରଦୂଷଣ ନେଇ ହୋଇପାରେ ଆଲୋଚନା । ରାଜ୍ୟରେ ଅନେକ ଚିଟ ଫଣ୍ଡ ଦୁର୍ନୀତି ହୋଇଥିବାରୁ ଏହି ଵିଲର ଅନେକ ଗୁରୁତ୍ୱ ରହିଛି ।