ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସିଆ ଏବଂ ସୁନ୍ନୀ ୱାକଫ ବୋର୍ଡକୁ ନିୟନ୍ତ୍ରଣ କରିବେ ରାଜ୍ୟରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାର | କାରଣ ଗତ ସପ୍ତାହରେ ବୋର୍ଡର ୫ ବର୍ଷିଆ କାର୍ଯ୍ୟକାଳ ପୂରିବା ସହ ଲକ ଡାଉନ ଯୋଗୁଁ ଏହାର ପୁନର୍ବାର ନିର୍ବାଚନ ଅନୁଷ୍ଠିତ ହୋଇ ପାରିନାହିଁ |   


COMMERCIAL BREAK
SCROLL TO CONTINUE READING

ଏହା ଉପରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମହସିନ ରାଜା କହିଛନ୍ତି ଉଭୟ ସିଆ ଏବଂ ସୁନ୍ନୀ ୱାକଫ ବୋର୍ଡର ପରିଚାଳନା ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହେବେ | ଉତ୍ତର  ପ୍ରଦେଶରେ ୨୦୧୨-୧୭ ପର୍ଯ୍ୟନ୍ତ କ୍ଷମତାସୀନ ଥିବା ସମାଜବାଦ ପାର୍ଟି ସରକାର ଅମଳରେ ଉଭୟ ବୋର୍ଡର ଗଠନ ହୋଇଥିଲା | 


ସେ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଥିଲା | ଏହାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | ବୋର୍ଡର ପରିଚାଳନା ପାଇଁ ଏବେ ମୁତ୍ତାୱାଲି(କେଆରଟେକର) ନିଯୁକ୍ତ ହେବେ |