ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କୁ ଫିଟ୍ ରହିବା ପାଇଁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରିଛନ୍ତି। ପିଏମ୍ ମୋଦି ଅନେକ ଗମ୍ଭୀର ରୋଗ ବିଷୟରେ ସୂଚନା ଦେଇ ଲୋକଙ୍କ ଫିଟନେସ୍ କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଦୂଷଣ ଏବଂ ଜଙ୍କ ଫୁଡ୍ କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଛି। ହେଲେ ଦେଶର ଏମିତି ଦୁଇଟି ଗାଁ ରହିଛି ଯେଉଁଠି ସମସ୍ତ ଲୋକଙ୍କ ଫିଟନେସର ଜବାବ ନାହିଁ। ଏହି ଦୁଇ ଗାଁ ଭାରତର ରାଜଧାନୀ  ଦିଲ୍ଲୀରେ ରହିଛି। 


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ଦିଲ୍ଲୀ ସ୍ଥିତ ଅସୋଲା ଏବଂ ଫତେପୁର ବେରୀ ନାମକ ଦୁଇଟି ଗାଁକୁ ପହିଲମାନ ଏବଂ ବାଉନ୍ସରଙ୍କ ବସ୍ତି କୁହାଯାଏ। ଏଠାକାର ଅଧିକ ଯୁବକ ପେସାରେ ବାଉନ୍ସର କାମ କରନ୍ତି  କିମ୍ୱା ଜିମରେ  ଫିଟନେସ୍ ସେଣ୍ଟରରେ କୋଚିଂ ଦିଅନ୍ତି।  ଏଠାରେ ରହୁଥିବା  ଦେଶୀ ଖାଦ୍ୟପେୟ ଏବଂ ଆଖଡ଼ାକୁ ଭଲପାଇବା ହିଁ ସେମାନଙ୍କ ଫିଟନେସ୍ ର ରହସ୍ୟ। 


ଦକ୍ଷିଣ ଦିଲ୍ଲୀସ୍ଥିତ ଅସୋଲା ଏବଂ ଫତେପୁର ବେରୀ ନାମକ ଦୁଇଟି ଗାଁର ବାଉନ୍ସରଙ୍କ ନାଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଜଣେ ବାଉନ୍ସର ଦିନରେ ପ୍ରାୟ ୪ ଲିଟର ଦୁଗ୍ଧ ,୨ କିଲୋଗ୍ରାମ୍  ଦହି  ଏବଂ ଏକ ଡର୍ଜନ୍ କଦଳୀ  ଖାଇଥାନ୍ତି।  ଗାଁରେ କ୍ଷୀର ପ୍ରଚୁର ମାତ୍ରାରେ ମିଳିଥାଏ। ଏଥିପାଇଁ ଲୋକମାନଙ୍କୁ ସୁଦ୍ଧ ଖାଇବା ପିଇବା ସହଜରେ ମିଳିଥାଏ। 


ଦିଲ୍ଲୀର ଏହି ଦୁଇ ଗାଁରେ ପ୍ରାୟ ପ୍ରତ୍ୟେକ ଘରର  ଜଣେ ଲେଖାଁଏ ଯୁବକ ବାଉନ୍ସର ତାଲିମ୍ ନେଉଛନ୍ତି। ଏହି  ଦୁଇ ଗାଁର ଯୁବମାନେ ବାଉନ୍ସର ଭାବେ ହୋଟେଲ ଏବଂ କ୍ଲବରେ ଭଲ ରୋଜଗାର କରନ୍ତି। ଗାଁରେ ବସବାସ କରୁଥିବା ଯୁବକଙ୍କ ବିଷୟରେ କୁହାଯାଏ। ବୋଧହୁଏ ଏଠି କେହି ନଥିବେ ଯିଏ କି କେବେ ଆଖଡ଼ା କିମ୍ୱା ଜିମ୍ ଯାଉନଥିବେ।


ଆସୋଲା ଗାଁରେ ଅନେକ ଟ୍ରେନର ନାମିଦାମୀ ଜିମରେ ତାଲିମ୍ ଦେଉଛନ୍ତି।  ଯେଉଁଲୋକମାନେ ଫିଟନେସ୍ ସେଣ୍ଟର ରେ ତାଲିମ୍ ବା ପପ୍  ଏବଂ କ୍ଲବରେ ବାଉନ୍ସର କାମ କରୁନାହାନ୍ତି
ସେମାନେ କସରତରେ ଯୋଡ଼ିହୋଇଛନ୍ତି।  ଏହି ଦୁଇ ଗାଁରେ ଲୋକଙ୍କୁ କୁସ୍ତି ଓ ଆଖଡ଼ା ଛଡ଼ା ଆନ୍ୟ କୌଣସି କାମ ଆସେନାହିଁ। ତେବେ ଆସନ୍ତୁ ଜାଣିବା ନିଜକୁ ଫିଟ ରଖିବାର ଉପାୟ। 


କେମିତି ନିଜକୁ ଫିଟ୍ ରଖିପାରିବା ?


 ଭାରତର ପ୍ରାୟ ୬୪ ପ୍ରତିଶତ ଲୋକ ଜିମ୍ କିମ୍ୱା ଆଖଡ଼ା ଠାରୁ ନିଜକୁ  ଦୁରେଇ ରଖନ୍ତି। ଏହାର ଅର୍ଥ ଜିମ୍ କିମ୍ୱା ଆଖଡ଼ାକୁ ଯିବାନେଇ ଭାରତୀୟମାନେ ବହୁ ପଛରେ ରହିଛନ୍ତି। ପ୍ରାୟ ୬୪ ପ୍ରତିଶତ ଭାରତୀୟ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି ନାହିଁ। ଏହି ସଂଖ୍ୟା ଜିମ୍, ପାର୍କ ଏବଂ ଫିଟନେସ୍ ସେଣ୍ଟର ଯାଉନଥିବା ଲୋକଙ୍କ ସଂଖ୍ୟା।  ନିକଟରେ ଆସିଥିବା ରିପୋର୍ଟ ଆଧାରରେ ୧୮ ବର୍ଷରୁ ୪୭  ବର୍ଷ ବୟସର ମାତ୍ର ୩୦ରୁ ୪୦ ପ୍ରତିଶତ ଲୋକଜିମ୍ ଯିବାକୁ ପସନ୍ଦ କରନ୍ତି।   


ତଥ୍ୟ ଅନୁଯାୟୀ ପ୍ରାୟ ୫୪ ପ୍ରତିଶତ ଲୋକ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି ନାହିଁ।  ରିପୋର୍ଟ ମୁତାବକ  ପ୍ରତ୍ୟେକ ଲୋକଙ୍କୁ ସପ୍ତାହ  ୭ଦିନରୁ ୧୫୦ ମିନିଟ୍ ବ୍ୟାୟାମ କରିବା ଆବଶ୍ୟକ ରହିଛି। 


 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ତଥ୍ୟ ଅନୁଯାୟୀ ଜଣେ ବୟସ୍କ ବ୍ୟକ୍ତି ସପ୍ତାହରେ ୧୫୦ ମିନିଟରୁ କମ୍, ଏବଂ ଜଣେ ଯୁବକ ସପ୍ତାହରେ ୬୦ ମିନିଟ୍ ରୁ କମ୍ ବ୍ୟାୟାମ କରୁଥିଲେ  ସେମାନଙ୍କୁ ତାଙ୍କ ଅଭ୍ୟାସ ସମୟକୁ ବଢ଼ାଇବା ଆବଶ୍ୟକ ରହିଛି।  


ବ୍ୟାୟାମ କରିବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ 


 ବ୍ୟାୟାମ ମଣିଷର ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ  ବ୍ୟାୟାମ ଦ୍ୱାରା  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।ପ୍ରତେକ ଦିନ ସକାଳ ସମୟରେ ଜିମ୍ ଏବଂ ଫିଟନେସ୍ ସେଣ୍ଟରକୁ ଯାଉଥିବେ ଲୋକେ ସାଧାରଣ ଲୋକଙ୍କ ଠାରୁ କମ୍ ରୋଗରେ ପଡ଼ିଥାନ୍ତି।  ତେଣୁ ବ୍ୟାୟାମ କରନ୍ତୁ , ସୁସ୍ଥ ରୁହନ୍ତୁ।