ପରିସ୍ରାରୁ ଜାଣନ୍ତୁ ଶରୀରର ରୋଗ
ପରିସ୍ରା ରଙ୍ଗରେ ପରିବର୍ତ୍ତନ ହେଲେ ଅନେକ ଗୁରୁତର ରୋଗର ସଂକେତ ଦେଇଥାଏ
ଭୁବନେଶ୍ୱର: ଯେକୌଣସି ରୋଗ ହେଲେ ଡାକ୍ତର ପ୍ରଥମେ ପରିସ୍ରା ପରୀକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି । ପରିସ୍ରା ପରୀକ୍ଷା କରିବା ଦ୍ୱାରା କେଉଁ ରୋଗ ହୋଇଛି ତାହା ଜଣା ପଡିଯାଏ । ତେବେ ପରିସ୍ରା ରଙ୍ଗରେ ପରିବର୍ତ୍ତନ ହେଲେ ଅନେକ ଗୁରୁତର ରୋଗର ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ପରିସ୍ରା ପରିବର୍ତନ କେଉଁ ସବୁ ରୋଗର ସଙ୍କେତ ଦେଇଥାଏ ।
- ପେଟ ଗରମ ହେଲେ ବା କୌଣସି ହାଇ ପାୱାର ର ମେଡ଼ିସିନ ଖାଇଥିଲେ ହଳଦିଆ ପରିସ୍ରା ହୋଇଥାଏ । ତେବେ କିଛି ଦିନ ଧରି ଏହା ଲଗାତାର ଭାବେ ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ଜଣ୍ଡିସ୍ର ହୋଇପାରେ । ସେହିପରି ଗାଢ଼ ହଳଦିଆ ରଙ୍ଗର ପରିସ୍ରା ହେଉଥିଲେ ଶରୀରରେ ଜଳୀୟ ଅଂଶ ନାହିଁ ।
- ପରିସ୍ରାର ରଙ୍ଗ ଧୂସର ହୋଇଥିଲେ ପେଟରେ ଷ୍ଟୋନ୍ ହୋଇଥିବାର ଅନୁମାନ କରାଯାଇଥାଏ ।
- ଦୁଧିଆ ରଙ୍ଗର ପରିସ୍ରା ହେଉଥିଲେ ମୂତ୍ରାଶୟରେ ଷ୍ଟୋନ କିମ୍ବା ସଂକ୍ରମଣ ହୋଇଥିବା ଆଶଙ୍କା ରହିଛି ।
- କିଡନୀରେ ସମସ୍ୟା ଦେଖାଦେଲେ ଗାଢ଼ ବାଇଗଣୀ ରଙ୍ଗର ପରିସ୍ରା ହୋଇଥାଏ । ଏପରି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।