ତ୍ରିବେଣୀ ମହାପାତ୍ର,ଭୁବନେଶ୍ୱର: ସାଧାରଣତଃ ସମସ୍ତେ ନିଜ ପସନ୍ଦର ଗୀତ ଶୁଣିବାକୁ ଭଲ ପାଇଥାଆନ୍ତି  । ଗୀତ ଶୁଣିବା ଦ୍ୱାରା ମନ ତାଜା ରହିଥାଏ । ଲୋକେ ଖାଇବା ପିଇବାରୁ ଆରମ୍ଭ କରି ଶୋଇବା ଓ କାମ କରିବା ସମୟରେ ମ୍ୟୁଜିକ୍ ଶୁଣିବାକୁ ପସନ୍ଦ କରିଥାନ୍ତି । ତେବେ ଡ୍ରାଇଭିଂ ସମୟରେ ଗୀତ  ଶୁଣିବା ଏକ ପ୍ରକାର ଟ୍ରେଣ୍ଡ୍ ହୋଇଗଲାଣି । ଆପଣ ଜାଣିଛନ୍ତି ଡ୍ରାଇଭିଂ ସମୟରେ ଗୀତ  ଶୁଣିଲେ ଶରୀରକୁ ଫାଇଦା ମିଳିଥାଏ । ଏହା ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଗାଡି ଚଲାଇବା ସମୟରେ ଗୀତ ଶୁଣିବା ଦ୍ୱାରା ଶରୀରକୁ କି ଲାଭ ମିଳିଥାଏ ।


COMMERCIAL BREAK
SCROLL TO CONTINUE READING

-  ବ୍ରାଜିଲ୍ ସାଓ ପାଉଲ୍ ରାଜ୍ୟ ୟୁନିଭରସିଟିର ପ୍ରଫେସର୍ ଓ ରାଇଟର୍ ଆଗ୍ରେସିଆ ଭାଲେଣ୍ଟିଙ୍କ ରିସର୍ଚ୍ଚ ଅନୁସାରେ, ଗାଡ଼ି ଚଲାଇବା ସମୟରେ ମ୍ୟୁଜିକ୍ ଶୁଣିବା ଦ୍ୱାରା ସମସ୍ତ ଷ୍ଟ୍ରେସ୍ କମ୍ ହୋଇଥାଏ । ଏବଂ ହୃଦୟକୁ ଶାନ୍ତି ମିଳିଥାଏ ।


-  ଡ୍ରାଇଭିଂ କରିବା ସମୟରେ ମଣିଷ ଷ୍ଟ୍ରେସ୍ ରେ ଥିଲେ ହୃଦଘାତ ଭଳି ବିପଦ ରହିଛି । ତେଣୁ ଷ୍ଟ୍ରେସରେ ଥିଲେ ଗୀତ ଶୁଣନ୍ତୁ । କାରଣ ସଂଗୀତ ଆମକୁ ମନରଂଜନର ଖୋରାଖ ଯୋଗାଇଥାଏ । 


- ରିସର୍ଚ୍ଚରମାନଙ୍କ କହିବା ଅନୁସାରେ ଗାଡି ଚଲାଇବା ସମୟରେ ଇୟରବଟ୍ ଓ ହେଡ୍ ଫୋନ୍ ଟ୍ରାଫିକ୍ ରେ ବ୍ୟବହାର କରିବା ଅପରାଧ ଅଟେ । ଯଦି ଆପଣ ଗୀତ ଶୁଣିବାକୁ  ଚାହୁଁଛନ୍ତି ତେବେ କମ୍ ସାଉଣ୍ଡ୍ ଦେଇ କାର୍ ମଧ୍ୟରେ ଶୁଣିବା ଭଲ  ।