ନୂଆଦିଲ୍ଲୀ: ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡେବିଡ ମାଲପାସ । ଶୁକ୍ରବାର ସେ ଭାରତ ଆସି ପହଞ୍ଚିବେ । ସେ ଅକ୍ଟୋବର ୨୫ରୁ ୨୮ ଯାଏ ଭାରତରେ ରହିବେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ନୂଆ ଦିଲ୍ଲୀରେ ସାକ୍ଷାତ କରିବେ ।  


COMMERCIAL BREAK
SCROLL TO CONTINUE READING

ଏହି ବର୍ଷ ଏପ୍ରିଲରେ ସେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଗସ୍ତ । ମାଲପାସ ଚଳିତ ବର୍ଷ ଏପ୍ରିଲ ୯ରେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।  


ସେ ଆଇଏଏସ ଅଧିକାରୀଙ୍କୁ ସମ୍ବୋଧନ କରିବେ । ସେ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ଘରୋଇ କ୍ଷେତ୍ରର ପ୍ରମୁଖ ବ୍ୟକ୍ତି ଓ ସିଭିଲ ସୋସାଇଟିର ଲୋକଙ୍କ ସହ ସାକ୍ଷାତ କରିବେ । ସେ ଭାରତ ସରକାରଙ୍କ ଆମନ୍ତ୍ରଣରେ ଗୁଜୁରାଟ ମଧ୍ୟ ଯିବେ । ସେଠାରେ ସେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀଙ୍କୁ ସମ୍ବୋଧନ କରିବେ । ଏହା ୩ ଦିନର କାର୍ଯ୍ୟକ୍ରମ ହେବ, ଯେଉଁଥିରେ ସେ ଆଇଏଏସ ଅଧିକାରୀଙ୍କୁ କାର୍ଯ୍ୟ କୁଶଳତାକୁ ମଜଭୁତ କରିବାର ମନ୍ତ୍ର ପ୍ରଦାନ କରିବେ । ଏହାସହ ସେ ଭାରତର ପ୍ରଶାସନକୁ କିପରି ଦୃଢ କରି ହେବ ସେହି ବିଷୟରେ ନୂଆ ଅଧିକାରୀଙ୍କୁ ସମ୍ବାଦ ପ୍ରଦାନ କରିବେ ।