Pakistan Journalist Says India Afghanistan Raw Behind Target Killing: 


COMMERCIAL BREAK
SCROLL TO CONTINUE READING

ସିଏ ଅଜ୍ଞାତ


ଅଜଣା,ଅଶୁଣା


ନା ତା’ର ଫଟୋ ଅଛି


ନା ତା’ର କିଛି ପତା ଅଛି


ସେ ଆସୁଛି.. ମାରୁଛି..ଯାଉଛି


ସିଏ ’ଜଣେ’


ନା ‘ଅନେକ’


କିଏ ସିଏ ସେହି ଅଜ୍ଞାତ ଆତତାୟୀ ଯାହାକୁ ନେଇ ଏବେ ଭୟର ଥରହର ପାପିସ୍ତାନର ପାପି ମାନେ । ଲସ୍କର,ଜୈଶର ବଡ଼ବଡ଼ ଆତଙ୍କବାଦୀ ଏବେ ଲୁଚି ବୁଲୁଛନ୍ତି । କିନ୍ତୁ ମୃତ୍ୟୁଦୂତ ତାଙ୍କୁ ଖୋଜି ନେଉଛି । କେବେ ମସଜିଦ ଭିତରେ ମାରୁଛି । କେବେ ବିଚ୍ ରାସ୍ତାରେ ମାରୁଛି । କେବେ ଗୋଡେଇ ଗୋଡେଇ ଗୁଳି କରୁଛି । ପାକିସ୍ତାନ ଚୁପ୍ । କିନ୍ତୁ ଗୁପଚୁପ ଭାବେ ପାକିସ୍ତାନୀ ନେଉଛନ୍ତି ଗୋଟିଏ ସଂଗଠନର ନାମ । ନାଁ ହେଲା ର‘ । ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍ । ଭାରତର ଗୁଇନ୍ଦା ଏଜେନ୍ସି । ମଙ୍ଗଳବାର


ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାଷ୍ଟରାମାଇଣ୍ଡ୍ ଜୈଶ ଏ ମହମ୍ମଦର ମୌଲାନ ରହୀମୁଲ୍ଲା ତାରିକକୁ କରାଚିରେ ହତ୍ୟା କରାଯାଇଛି । ଆଉ ଏହା ସହିତ ପୁଣି ଚର୍ଚ୍ଚା କୁ ଆସିଛି ଅଜ୍ଞାତ ଆତତାୟୀ । ଯାହାର ନାଁ ନାହିଁ । ଯିଏ ଭୂତ ଭଳି ଆସେ,ମାରେ ଆଉ ମିଳେଇଯାଏ । ଗୋଟିଏ ସପ୍ତାହ ମଧ୍ଯରେ ପାକ୍ ଆତଙ୍କବାଦୀଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ ।  ଏହାପୂର୍ବରୁ ଲଶ୍କର-ଏ-ତାଇବା ଆତଙ୍କବାଦୀ ଆକ୍ରାମ ଗାଜିକୁ ମଧ୍ୟ ହତ୍ୟା କରାଯାଇଥିଲା। ଅଜ୍ଞାତ ଆତତାୟୀର ଆତଙ୍କ ପାକିସ୍ତାନରେ କେତେ ଅଧିକ ତାର ଉଦାହରଣ  ଏବେ ପାକିସ୍ତାନର ଜଣାଶୁଣା ସାମ୍ବାଦିକ ହମିଦ ମୀରଙ୍କର ଏକ ଭିଡିଓରୁ ସାମ୍ନାକୁ ଆସିଛି। ଏହି ଭିଡିଓରେ ମୀର ଶୁଣିବାକୁ ମିଳୁଛି ଯେ ଏହି ଘଟଣା ପଛରେ ଭାରତ ଅଛି।


ଭିଡିଓରେ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି RAW ବିଷୟରେ ଅନେକ କଥା କହୁଥିବା ଶୁଣିବାକୁ ମିଳୁଛି। ମୀର କହୁଛନ୍ତି, 'ର’ ଗତ କିଛି ବର୍ଷ ଧରି ପାକିସ୍ତାନରେ ସକ୍ରିୟ ଅଛି । ଆଫଗାନିସ୍ତାନରେ ଆଶ୍ରାଫ ଘାନି ସରକାର ଅମଳରେ RAW, ଆଫଗାନି ଗୁପ୍ତଚର ଏଜେନ୍ସି NDS ର ସହଯୋଗରେ ପାକିସ୍ତାନରେ ସ୍ଲିପର ସେଲ୍ ତିଆରି କରିଥିଲା । ସେହି ଏଜେଣ୍ଟ୍ ମାନେ ଏବ  ପାକିସ୍ତାନରେ ଟାର୍ଗେଟ କିଲିଂ କରୁଛନ୍ତି। ସେମାନଙ୍କୁ ଭାରତରୁ  ଇଣ୍ଟେଲିଜେନ୍ସ ଏଜେନ୍ସି ର’ ନିୟନ୍ତ୍ରଣ କରୁଛି । ପାକିସ୍ତାନରେ ସକ୍ରିୟ ଥିବା ସବୁ  ଏଜେଣ୍ଟ  ଆଫଗାନିସ୍ତାନୀ ବୋଲି ସେ ଦାବି କରିଛନ୍ତି ।  ଏହି ଏଜେଣ୍ଟମାନେ ଆଫଗାନିସ୍ତାନର ସୈନିକ ଏବଂ NDS ରୁ  ତାଲିମପ୍ରାପ୍ତ ବୋଲି ସେ କହିଛନ୍ତି । ଏହି ଏଜଣ୍ଟ୍ ମାନେ କରାଚି ଏବଂ ଲାହୋରକୁ ଯାଇ ଟାର୍ଗେଟରେ ହତ୍ୟା କରନ୍ତି । ଏପରିକି ସେମାନେ ପାକ୍ ଅଧିକୃତ କାଶ୍ମୀର ଯାଇ ଟାର୍ଗେଟରେ ହତ୍ୟାକାଣ୍ଡ ଘଟାଇଛନ୍ତି।


 


ଚଳିତ ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥିଲା ଅଜ୍ଞାତର ଆତଙ୍କ । କେତେବେଳେ ସେହି ଭୂତ ଲସ୍କର ମୁଖିଆ ହାଫିଜ୍ ସଇଦର ପରିବାରକୁ ଟାର୍ଗେଟ୍ କରୁଥିଲା ତ’ କେତେବେଳେ ଶିଖ ଆତଙ୍କବାଦୀଙ୍କୁ । । ଜାନୁଆରୀରୁ ଆରମ୍ଭ ହୋଇଥିଲା ଅଜ୍ଞାତ ଆତତାୟୀର ଆତଙ୍କରାଜ୍ ।  ଆଫଗାନିସ୍ତାନର କୁନ୍ନର ପ୍ରଦେଶରେ ଜାନୁଆରୀ ମାସରେ ଇଜାଜ ଅହମ୍ମଦ ଅଙ୍ଗାରକୁ ହତ୍ୟା କରାଯାଇଥିଲା। ସେତେବେଳେ କୁହାଯାଇଥିଲା ଯେ ତାଲିବାନ ତାକୁ ହତ୍ୟା କରିଛି। ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଙ୍ଗର ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ର ସର୍ବୋଚ୍ଚ କମାଣ୍ଡର ଥିଲା। ଏହା ପରେ ଫେବୃଆରୀରେ ଅଲ ବଦର ମୁଜାହିଦ୍ଦିନ ସହ ଜଡିତ ସୟଦ ଖାଲିଦ ରଜାକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀ ହତ୍ୟା କରିଥିଲେ।  ଏହା ପରେ ପରେ ଅଜ୍ଞାତର ହିଟ୍ ଲିଷ୍ଟ ବଢିଚାଲିଥିଲା । ହିଟ୍ ଲିଷ୍ଟରେ ସାମିଲ ହୋଇଥିଲା ଆତଙ୍କ ଦୁନିଆର ଅନେକ ବଡ଼ ନାଁ । ଯେମିତି ମାସୁଦ ଅଜହରର ଘନିଷ୍ଠ ସହଯୋଗୀ ତାରିକ, ତାୱଦ ମଲିକ ମଧ୍ୟ ଟାର୍ଗେଟ୍ କିଲିଂର ଶିକାର ହୋଇଥିଲା । ଏହା ବ୍ୟତୀତ ଆକ୍ରାମ ଗାଜୀ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ସହିଦ ଲତିଫ, ଲଶ୍କରର ଜିଆଉର ରେହମାନ, ଅବୁ କାସିମ କାଶ୍ମୀରୀ, ସର୍ଦ୍ଦାର ହୁସେନ୍ ଅରାଇନ୍, ଖାଲିସ୍ତାନ କମାଣ୍ଡୋ ଫୋର୍ସର ପରମଜିତ୍ ସିଂ ପଞ୍ଜୱର, ସୟଦ ନୁର ଶାଲୋବର, ବଶିର ଅହମ୍ମଦ ପେର, ସୟଦ ଖାଲିଦା ଅହମ୍ମଦ ଆଜା ,ହରବିନ୍ଦର ସିଂ ରିଣ୍ଡା ଏବଂ ଜାହୋରକୁ ମଧ୍ୟ ହତ୍ୟା କରାଯାଇଛି ।