3D Post Office India: ଦେଶର ପ୍ରଥମ 3D ମୁଦ୍ରିତ ଡାକଘର ଉଦଘାଟିତ; ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ

3D Printed Post Office: ଅଗଷ୍ଟ ୧୮ ତାରିଖ ବୁଧବାର ବେଙ୍ଗାଲୁରୁ ଠାରେ ଉଦଘାଟିତ ହୋଇଯାଇଛି ଦେଶରେ ପ୍ରଥମ 3D ମୁଦ୍ରିତ ଡାକଘର। ଯାହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଉଦଘାଟନ ପରେ ଏହି 3D ମୁଦ୍ରିତ ଡାକଘରର ଫଟୋ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ଦେଶର ନବସୃଜନ ଏବଂ ପ୍ରଗତିର ପ୍ରମାଣ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।

Fri, 18 Aug 2023-10:31 pm,
1/4

3D ମୁଦ୍ରିତ ଡାକଘର ଉଦଘାଟିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବେଙ୍ଗାଲୁରୁ ଠାରେ ଦେଶର ପ୍ରଥମ 3D ମୁଦ୍ରିତ ଡାକଘର ଦେଖି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବେ। ଏହା ଆମ ଦେଶର ନବସୃଜନ ଏବଂ ପ୍ରଗତିର ପ୍ରମାଣ, ଏହା ମଧ୍ୟ ଆତ୍ମନିର୍ଭରଶୀଳ ଭାରତର ଆତ୍ମାର ପ୍ରତୀକ। ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ଏହି ଡାକଘରକୁ ସମ୍ପୂର୍ଣ୍ଣ କରିବା ପାଇଁ କଠିନ ପରିଶ୍ରମ କରିଥିଲେ।

2/4

3D ମୁଦ୍ରିତ ଡାକଘର ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିକାଶର ଭାବନା, ନିଜର ବୈଷୟିକ ଜ୍ଞାନକୌଶଳକୁ ବିକାଶିତ କରିବାର ଭାବନା, ଏପରି କିଛି କରିବାର ଭାବନା ​​ଯାହାକୁ ପୂର୍ବ ସମୟରେ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା ତାହା ବର୍ତ୍ତମାନ ସମୟକୁ ବ୍ୟାଖ୍ୟା କରୁଛି।

3/4

ଏହି ଅବସରରେ ଡାକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବେଙ୍ଗାଲୁରୁ ସହରର କେମ୍ବ୍ରିଜ୍ ଲେଆଉଟ୍ ଠାରେ ୧୦୨୧ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଡାକଘରର ଉଦଘାଟନ ପରେ ସେଠାରେ କାର୍ଯ୍ୟ ଆରମ୍ଭ ହେବ।

4/4

ଡାକ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ 3D ମୁଦ୍ରିତ ଡାକଘର ନିର୍ମାଣ Larsen and Toubro Limited ପକ୍ଷରୁ କରାଯାଇଛି। ଏହି ଡାକଘର ନିର୍ମାଣ ପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ​

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link