ଅଜିତ ଅଗରକର ହେଲେ ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା, କିପରି ନିଯୁକ୍ତ ହେଲେ ଜାଣନ୍ତୁ

ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର

ଜୀ ଓଡ଼ିଶା ଡେସ୍କ Tue, 04 Jul 2023-11:08 pm,
1/6

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି । ଏହି ପୋଷ୍ଟ ପାଇଁ ଅଜିତ ଅଗରକରଙ୍କ ନାମ ଆଗରେ ଥିଲା। ଏହାପୂର୍ବରୁ ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫର ସଦସ୍ୟ ଥିଲେ। ଅଗରକର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗଙ୍କ ସହ ସହକାରୀ ବୋଲିଂ କୋଚ୍ ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ନିକଟରେ ଏହି ପଦରୁ ସେ ଇସ୍ତଫା ଦେଇଥିଲେ।

2/6

ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୩୦ ଜୁନ୍ ଥିଲା । 

3/6

ଉଲ୍ଲେଖଥାଉ କି, ଏହି ପୋଷ୍ଟ ପାଇଁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ନାମ ଆଗରେ ଥିଲା

 

4/6

୪୫ ବର୍ଷୀୟ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଗରକର ୨୬ ଟି ଟେଷ୍ଟ, ୧୯୧ ଟି ଦିନିକିଆ ଓ ୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୫୮ ୱିକେଟ୍, ୨୮୮ ୱିକେଟ୍ ଓ ତିନୋଟି ୱିକେଟ୍ ନେଇଥିଲେ।

5/6

ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଥିଲା । ଏହାପୂର୍ବରୁ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ବର୍ଷ ଆରମ୍ଭରେ ତାଙ୍କ ଷ୍ଟିଙ୍ଗ ଅପରେସନର ଏକ ଭିଡିଓ ସାମ୍ନାକୁ ଆସିଥିଲା । 

6/6

ଏହା ପରେ ତାଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେବାକୁ ପଡିଥିଲା। ସେବେଠାରୁ ଶିବସୁନ୍ଦର ଦାସ କାର୍ଯ୍ୟନିର୍ବାହୀ ମୁଖ୍ୟ ଚୟନକର୍ତ୍ତାଙ୍କ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ସହିତ ଅନ୍ୟ ତିନିଜଣ ସଦସ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link