Amazon Prime Day Sale: କମ ଦାମରେ ପ୍ରାଇମ ମେମ୍ୱରସିପ୍ ସୁଯୋଗ ! ମିଳିବ ଦମଦାର ରିହାତି

କମ ଦାମରେ ପ୍ରାଇମ ମେମ୍ୱରସିପ୍ ସୁଯୋଗ ! ମିଳିବ ଦମଦାର ରିହାତି

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 05 Jul 2023-6:58 pm,
1/7

ଖୁବଶୀଘ୍ର ଆମାଜନ ପ୍ରାଇମ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି । ଜୁଲାଇ ୧୫ ଏବଂ ୧୬ ତାରିଖରୁ ଆରମ୍ଭ ହେବ ଏହି ମେଗା ସେଲ୍ ।

2/7

ଏହି ସେଲ୍ ସମୟରେ ଗ୍ରାହକଙ୍କୁ ଅନେକ ଦାମୀ ଜିନିଷ ଉପରେ ଆକର୍ଷଣୀୟ ରିହାତି ଦିଆଯିବ । ବର୍ତ୍ତମାନ, ବିକ୍ରି ପୂର୍ବରୁ ଗ୍ରାହକଙ୍କୁ ଆମାଜନ ପ୍ରାଇମ ମେମ୍ୱରସିପ ଉପରେ ମଧ୍ୟ ସୁବିଦା ସୁଯୋଗ ଦିଆଯାଉଛି । 

3/7

ଜୁଲାଇ ୧୫ରୁ ଆମାଜନ ଏହାର ମେଗା ପ୍ରାଇମ ଡେ ସେଲ୍ ପୂର୍ବରୁ ପ୍ରାଇମ ସବସ୍କ୍ରିପସନ୍ ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି । ଏହି ରିହାତି କ୍ୟାସବ୍ୟାକ୍ ଆକାରରେ ଦିଆଯାଉଛି, ଯାହାକୁ ଗ୍ରାହକମାନେ ଆମାଜନ ପେ ବାଲାନ୍ସରେ ଦେଖିପାରିବେ । କିନ୍ତୁ ଏହି ଅଫର ସମସ୍ତଙ୍କ ପାଇଁ ନୁହେଁ ।

4/7

ପ୍ରାଇମ ମେମ୍ବରସିପ୍ ଉପରେ ୫୦ ପ୍ରତିଶତ ରିହାତି ଆମାଜନର ୟୁଥ୍ ଅଫରର ଏକ ଅଂଶ । କେବଳ ୧୮ ରୁ ୨୪ ବର୍ଷ ବୟସ୍କମାନେ ଏହାର ଫାଇଦା ନେଇପାରିବେ । ଏଥିପାଇଁ ଏକ ଯାଞ୍ଚ ପ୍ରକ୍ରିୟା ମଧ୍ୟ ରହିଛି । ପ୍ରାଇମ୍ ମେମ୍ବରସିପ୍ ପାଇଁ ସାଇନ୍ ଅପ୍ ହେବାର ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରିବାକୁ ପଡିବ ।

5/7

୨୯୯ ଟଙ୍କା ଆମାଜନ ପ୍ରାଇମ ଯୋଜନାରେ ୧୫୦ଟଙ୍କା କ୍ୟାସବ୍ୟାକ୍ ପରେ ୧୪୯ ଟଙ୍କା ଏବଂ ବର୍ଷକ ପାଇଁ ସବସ୍କ୍ରିପସନ୍ ଯୋଜନାରେ ୧୪୯୯ ଟଙ୍କା ରିହାତି ପରେ ୭୪୯ ଟଙ୍କା ଖର୍ଚ୍ଚ ହେବ । ଗ୍ରାହକମାନେ ଆପ୍ ମାଧ୍ୟମରେ ଅଫରର ଲାଭ ଉଠାଇ ପାରିବେ ।

6/7

ଆମାଜନ ପ୍ରାଇମ ସବସ୍କ୍ରିପସନର ଲାଭ ବିଷୟରେ ଜାଣିବା ପରେ ଗ୍ରାହକମାନେ ଆମାଜନର ସେଲ୍ ଡିଲ ଗୁଡିକ ଶୀଘ୍ର ପାଇପାରିବେ । ସମାନ ଦିନର ସେଲ୍ ମଧ୍ୟ ଉପଲବ୍ଧ ରହିଛି । ଏହା ସହିତ ଆମାଜନ୍ ପ୍ରାଇମ୍ ଭିଡିଓ ଏବଂ ମ୍ୟୁଜିକ୍ ପାଇଁ ମାଗଣା ଏଣ୍ଟ୍ରୀ ମଧ୍ୟ ଉପଲବ୍ଧ ।

7/7

ଯଦି ଆପଣ ମଧ୍ୟ ଇଚ୍ଛୁକ ତେବେ ଆଉ ଡେରି ନକରି ତୁରନ୍ତ ଆମାଜନ ପ୍ରାଇମ ମେମ୍ୱର ହେବା ସହ ଆକର୍ଷଣୀୟ ଅଫରର ମଜା ନେବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link