Anushka Sharma: ବିରାଟଙ୍କ ଏହି ଗୁଣ ଅନୁଷ୍କାଙ୍କୁ କରିଥିଲା ପାଗଳ, ପ୍ରେମ କରିବାକୁ ହୋଇଥିଲେ ବାଧ୍ୟ

Anushka Sharma: କ୍ରିକେଟର ବିରାଟ କୋହଲି( virat kohli) ଓ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) । ସେମାନେ ନିଜର ଲାଇଫ ଷ୍ଟାଇଲକୁ (LifeStyle) ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ୨୦୧୭ ମସିହା ଡିସେମ୍ବର ୧୧ରେ କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଇଟାଲିଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Mon, 03 Apr 2023-7:21 pm,
1/5

ନିକଟରେ ଏହି ଦମ୍ପତି ଭାରତୀୟ କ୍ରୀଡ଼ା ସମ୍ମାନ ୨୦୨୩ରେ ଯୋଗ ଦେଇଥିଲେ ଯେଉଁଠାରେ ସେମାନଙ୍କୁ ପରସ୍ପର ବିଷୟରେ ଅନେକ ପ୍ରଶ୍ନ ପଚରାଯାଇଥିଲା। ରେଡ୍ କାର୍ପେଟରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସମୟରେ ଅନୁଷ୍କା, ବିରାଟଙ୍କ କେଉଁ ଗୁଣ ବିଷୟରେ ଜାଣି ତାଙ୍କୁ ଡେଟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ, ସେ ବିଷୟରେ ଜଣାଇଥିଲେ।

2/5

ରେଡ୍ କାର୍ପେଟରେ ଦମ୍ପତିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କିଏ ଗୁରୁତ୍ବପୂର୍ଣ୍ଣ ତାରିଖ ଭୁଲିଯାଏ? ଏହାର ଉତ୍ତରରେ ବିରାଟ କହିଥିଲେ, ଗୁରୁତ୍ବପୂର୍ଣ୍ଣ ତାରିଖ ମନେ ରଖିବାରେ ମୁଁ ଅନୁଷ୍କାଙ୍କଠାରୁ ଟିକେ ଭଲ। ମୋର ସ୍ମରଣଶକ୍ତି ତାଙ୍କଠାରୁ ଟିକିଏ ଭଲ ଅଛି। ସେ ମୋତେ ମନେ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ ଦିଅନ୍ତି। ତେଣୁ, ମୁଁ ଗୁରୁତ୍ବପୂର୍ଣ୍ଣ ତାରିଖ ସବୁ ଭଲ ଭାବରେ ମନେ ରଖିଛି।

3/5

ଏହା ଶୁଣି ଅନୁଷ୍କା କହିଥିଲେ, “ଆମେ ଡେଟିଂ (dating)ଆରମ୍ଭ କରିବା ପୂର୍ବରୁ କିଛି ଜିନିଷ ଯାହା ମୋତେ ବହୁତ ପ୍ରଭାବିତ କରିଥିଲା, ତାହା ବିରାଟଙ୍କ ସ୍ମରଣଶକ୍ତି ଥିଲା। ମୁଁ ଭାବିଥିଲି, ବିରାଟଙ୍କ ସ୍ମରଣଶକ୍ତି ବହୁତ ଭଲ। ଆଗକୁ ଯାଇ ମୋତେ ଏହା ବହୁତ ସାହାଯ୍ୟ କରିବ।” ଏଭଳି କହି ଅନୁଷ୍କା ହସିବାକୁ ଲାଗିଥିଲେ।

4/5

ଏହାସହ ବିରାଟ ଆହୁରୀ ମଧ୍ୟ କହିଛନ୍ତି ,'ଏଭଳି ଏକ ସମୟ ଥିଲା ମୁଁ ଅନେକ ପାର୍ଟିରେ ଯୋଗ ଦେଉଥିଲି ଏବଂ ପ୍ରାୟତଃ ବିଳମ୍ବିତ ରାତି ଯାଏଁ ପାର୍ଟିରେ ରହୁଥିଲି । ରାତିସାରା  ଡ୍ରିଙ୍କସ୍ ଓ ନାଚିବାର ମଜା ସେହି ସମୟରେ ଅତି ସାଧାରଣ ଥିଲା (drink and dance all night)। କିନ୍ତୁ ଯେବେଠୁ ମୋ ଜୀବନରେ ଅନୁଷ୍କା ଆସିଛନ୍ତି । ସେବେଠାରୁ ବହୁତ କିଛି ପରିବର୍ତ୍ତନ ହୋଇଛି । ଏବେ ଖାସ୍ କରି ଆମେ ଦୁହେଁ ଏତେ ପାର୍ଟିକୁ ଯାଉନୁ ,ଆମେ ରାତି ୯ଟା ୩୦ ଭିତରେ ଶୋଇ ପଡୁଛୁ । ବର୍ତ୍ତମାନ ଆମେ ଦୁହେଁ ସମ୍ପୁର୍ଣ୍ଣ ପାରିବାରିକ ଜୀବନ ବିତାଉଛୁ । '

5/5

ଏହି ଷ୍ଟାର୍ କପଲ ଆହୁରୀ କହିଛନ୍ତି,'ଭାମିକା ଜନ୍ମ ହେବା ପରେ ସୋସିଆଲ ମିଡିଆରେ ଆମେ ମଧ୍ୟ ନିଜକୁ ଟିକେ ଦୂରେଇ ରଖୁଛୁ। ଆମେ ବୃତ୍ତିଗତ ଜୀବନରେ ଅଧିକ ବ୍ୟସ୍ତ ରହୁଛୁ । ଏପରି ପରିସ୍ଥିତିରେ, ଯେତେବେଳେ ବି ଆମେ ସମୟ ପାଇଥାଉ,ବାହାରକୁ ଯିବା କିମ୍ବା ପାର୍ଟି କରିବା ପରିବର୍ତ୍ତେ,ଆମେ ପରସ୍ପର ସହିତ ସମୟ ବିତାଇବାକୁ ଚେଷ୍ଟା କରୁ ।'

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link