Bank FD: ଏହି ୫ଟି ବ୍ୟାଙ୍କରେ FD କରୁଛନ୍ତି କି? ଆପଣ ହେବେ ଲାଭବାନ

ପ୍ରତି ଆର୍ଥିକ ବର୍ଷ ନିମନ୍ତେ ଟିକସ ସଞ୍ଚୟ କରିବା ପାଇଁ ପୁଞ୍ଜି ବିନିଯୋଗ କରିବାକୁ ଅନେକଙ୍କର ଚିନ୍ତା ରହିଥାଏ । ଅଧିକାଂଶ ନିଯୁକ୍ତିଦାତା କିମ୍ବା କମ୍ପାନୀ ଜାନୁଆରୀ କିମ୍ବା ଫେବୃଆରୀରେ ବିନିଯୋଗ ଘୋଷଣା ପାଇଁ ପଚାରନ୍ତି । ଶୀଘ୍ର ଏବଂ ଭୁଲ ବିନିଯୋଗ ନିଷ୍ପତ୍ତି କାରଣରୁ ଅନେକ ବ୍ୟକ୍ତି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ପୂର

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 06 Oct 2023-7:50 pm,
1/5

ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଇଣ୍ଡସ ଇଣ୍ଡ୍ ବ୍ୟାଙ୍କ ବର୍ତ୍ତମାନ ଟିକସ ସଞ୍ଚୟ ଏଫଡି ଉପରେ ସର୍ବାଧିକ ସୁଧ ପ୍ରଦାନ କରୁଛି। ବର୍ତ୍ତମାନ ଏହି ବ୍ୟାଙ୍କରେ ଟିକସ ସଞ୍ଚୟ ଏଫଡି ଉପରେ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଏହି ବ୍ୟାଙ୍କରେ ବିନିଯୋଗ ହୋଇଥିବା ୧.୫ ଲକ୍ଷ ଟଙ୍କା ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ୨.୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

2/5

ଦେଶର ସର୍ବବୃହତ ବ୍ୟାଙ୍କ ମଧ୍ୟରେ ରହିଛି HDFC ବ୍ୟାଙ୍କ । ଟିକସ ସଞ୍ଚୟ FD ଉପରେ HDFC ବ୍ୟାଙ୍କ ମଧ୍ୟ ଖୁବ ଭଲ ସୁଧ ଗ୍ରାହକଙ୍କୁ ପ୍ରଦାନ କରୁଛି । ଯଦି ଆପଣ HDFC ବ୍ୟାଙ୍କରେ ଟିକସ ସଞ୍ଚୟ FD କରନ୍ତି, ତେବେ ଆପଣଙ୍କୁ ୭ ପ୍ରତିଶତ ସୁଧ ମିଳିବ । ୧.୫ ଲକ୍ଷ ଟଙ୍କା ବିନିଯୋଗରେ ଆପଣ ପାଞ୍ଚ ବର୍ଷ ପରେ ୨.୧୨ ଲକ୍ଷ ଟଙ୍କା ପାଇବେ ।

3/5

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ କାନାରା ବ୍ୟାଙ୍କ ଟିକସ ସଞ୍ଚୟ ଏଫଡି ଉପରେ ଗ୍ରାହକଙ୍କୁ ୬.୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛନ୍ତି । ଯଦି ଆପଣ ଏହି ଦୁଇଟି ସରକାରୀ ବ୍ୟାଙ୍କରେ ପାଞ୍ଚ ବର୍ଷ ପାଇଁ ୧.୫ ଲକ୍ଷ ଟଙ୍କା ଏଫଡି କରନ୍ତି ତେବେ ଆପଣଙ୍କୁ ପରିପକ୍ୱତା ଉପରେ ୨.୦୯9 ଲକ୍ଷ ଟଙ୍କା ମିଳିବ ।

4/5

ଫେଡେରାଲ୍ ବ୍ୟାଙ୍କ ଟିକସ ସଞ୍ଚୟ FD ଉପରେ ୬.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ଫେଡେରାଲ ବ୍ୟାଙ୍କର ଟ୍ୟାକ୍ସ ସଞ୍ଚୟ ଏଫଡିରେ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିବା ପରେ ପାଞ୍ଚ ବର୍ଷରେ ୨.୦୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

5/5

ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଟିକସ ସଞ୍ଚୟ ଏଫଡି ଉପରେ ୬.୫ ପ୍ରତିଶତ ସୁଧ ପ୍ରଦାନ କରୁଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ ମଧ୍ୟ ୬.୫ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସୁଧ ପ୍ରଦାନ କରୁଛନ୍ତି। ଏହି ବ୍ୟାଙ୍କଗୁଡିକରେ ବିନିଯୋଗ ହୋଇଥିବା ୧.୫ ଲକ୍ଷ ଟଙ୍କା ପାଞ୍ଚ ବର୍ଷ ମଧ୍ୟରେ ୨.୦୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link