Gabriella Demetriade: ପୁଣି ଥରେ ଗୁଡ଼ ନ୍ୟୁଜ୍ ଦେଲେ ଅର୍ଜୁନ୍ ରାମପାଲଙ୍କ ପ୍ରେମିକା

Gabriella Demetriade: ପୁଣିଥରେ ମାଆ ହେବାକୁ (Second Pregnancy)ଯାଉଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ (Arjun Rampal Gabriella Demetriades)ପ୍ରେମିକା (Girlfriend ) ଗାବ୍ରିଏଲା ଡେମେଟ୍ରିଏଡସ (Gabriella Demetriade)। ଏନେଇ ଗାବ୍ରିଏଲା ଡେମେଟ୍ରିଏଡସ ନିଜ ଇନଷ୍ଟାରେ ଫ୍ୟାନ୍ସଙ୍କୁ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ତେବେ,ଏହି ଖବର ଜଣାପଡିବା ପରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

Sat, 29 Apr 2023-5:53 pm,
1/5

ସୂଚନା ମୁତାବକ, ୨୦୧୮ରେ ନିଜ ପ୍ରଥମ ପତ୍ନୀ ମେହେର ଜେସିୟାଙ୍କ ସହ ୨୦ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ଏହା ପରେ ସେ ଗାବ୍ରିଏଲାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । 

 

2/5

ଜଣେ ବନ୍ଧୁଙ୍କ ଜରିଆରେ ସେ ଗାବ୍ରିଏଲାଙ୍କୁ ଭେଟିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ପ୍ରେମ ହେବାର ବର୍ଷକ ମଧ୍ୟରେ ଗାବ୍ରିଏଲା ୨୦୧୯ରେ ଅର୍ଜୁନଙ୍କ ପିଲାର ମା’ ବନିଥିଲେ । ଦୁହେଁ ଏ ପର୍ଯ୍ୟନ୍ତ ବିବାହ କରି ନଥିବା ଜଣାପଡ଼ିଛି ।

3/5

ତେବେ ଗାବ୍ରିଏଲା ନିଜ ଇନଷ୍ଟା ଆକାଉଣ୍ଟରେ କିଛି ଫଟୋ ସେୟାର କରି ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏବେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। 

4/5

ଗାବ୍ରିଏଲାଙ୍କ ସହ ଅର୍ଜୁନଙ୍କର ଗୋଟିଏ ପୁଅ ଥିବା ବେଳେ ପୂର୍ବ ପତ୍ନୀଙ୍କ ସହ ତାଙ୍କର ୨ଟି ଝିଅ ଅଛନ୍ତି। 

5/5

ତେବେ ଗାବ୍ରିଏଲା ଦ୍ବିତୀୟ ଥର ମା’ ହେବାକୁ ଯାଉଥିବା ବେଳେ ଦୁହେଁ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାନ୍ତି, ତା’ର କାରଣ ସାମ୍ନାକୁ ଆସିନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link