Shaktikanta das: କେତେ ସମ୍ପତ୍ତିର ମାଲିକ `ଗଭର୍ଣ୍ଣର ଅଫ୍ ଦି ଇୟର` ଆୱାର୍ଡ ପାଇଥିବା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

Shaktikanta Das: ଆରବିଆଇର ଗଭର୍ଣ୍ଣର ତଥା ଓଡିଶା ମାଟିର ପୁଅ ଶକ୍ତିକାନ୍ତ ଦାସଙ୍କୁ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଲଣ୍ଡନ ପକ୍ଷରୁ ଶ୍ରେଷ୍ଠ ଗଭର୍ଣ୍ଣର ଭାବେ ଘୋଷଣା କରାଯାଇଛି । ସେ ପ୍ରଥମ ଓଡିଆ ଭାବେ ଏହି ସମ୍ମାନ ଜନକପଦକ ହାସଲ କରିଛନ୍ତି।

Wed, 14 Jun 2023-5:14 pm,
1/5

୧୯୫୭ ମସିହା ଫେବୃୟାରୀ ମାସ ୨୬ ତାରିଖରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ। ଡେମନ୍‌ଷ୍ଟ୍ରେସନ୍‌ ମଲ୍‌ଟି ପର୍ପୋଜ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ପରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ସେଣ୍ଟ ଷ୍ଟିଫେନ୍ କଲେଜରେ ସେ ସ୍ନାତକ ପରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

2/5

୧୯୮୦ ମସିହାରେ ତାମିଲନାଡୁ କ୍ୟାଡରରୁ ସେ ପ୍ରଶାସନିକ ସେବାରେ ଯୋଗ ଦେଇ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ପରେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଭାବେ ବେଶ କିଛି ବର୍ଷ କାର୍ଯ୍ୟ କରି ସଚିବ ଥିବା ସମୟରେ ୨୦୧୭ ମସିହାରେ ଅବସର ଗ୍ରହଣ କରିଥିଲେ।

3/5

ବିଶ୍ୱ ବ୍ୟାଙ୍କ, ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ପରି ବିଭିନ୍ନ ଆନ୍ତର୍ଜାତୀୟ ବ୍ୟାଙ୍କର ଅଲ୍‌ଟର୍ନେଟ୍‌ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିସାରିଛନ୍ତି ଏହି ଓଡ଼ିଆ ପୁଅ। ଏହାଛଡା ସେ, ଆଇଏମଏଫ, ଜି-୨୦, ସାର୍କ ଓ ବ୍ରିକ୍ସ ପରି ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।

4/5

ମୁଦ୍ରାସ୍ଫୀତିର ପରିଚାଳନା ଓ କୋଭିଡ଼ ମହାମାରୀ ପରି ସଙ୍କଟ ସମୟରେ ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଦକ୍ଷ ପରିଚାଳନା ଲାଗି ତାଙ୍କୁ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ 'ଗଭର୍ଣ୍ଣର ଅଫ୍ ଦି ଇୟର' ଆୱାର୍ଡ ପ୍ରଦାନ କରାଯାଇଛି ।

5/5

ସମଗ୍ର ବିଶ୍ୱରେ ଜଣେ ଧନୀ ଓ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଭାବେ ବେଳ ଜଣାଶୁଣା ଶକ୍ତିକାନ୍ତ ଦାସ। ୨୦୨୩ ସୁଦ୍ଧା ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫ ମିଲିୟନ୍ ଡ଼ଲାର ଅଟେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link