Best Mileage Cars in India: ଏଗୁଡ଼ିକ ହେଉଛି ଦେଶର ବେଷ୍ଟ ମାଇଲେଜ୍ ଦେଉଥିବା କାର୍, ମୂଲ୍ୟ ୧୦ ଲକ୍ଷରୁ କମ୍, ଜାଣନ୍ତୁ ଡିଟେଲ୍ସ

Best Mileage Cars in India: ଆପଣ ଯଦି କମ୍ ବଜେଟରେ ଏକ ଭଲ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି ଓ ଅନେକ ଗାଡି ଦେଖିବା ପରେ ମଧ୍ୟ କିଛି ନିଷ୍ପତ୍ତି ନେଇ ପାରୁନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଛୁ । ଏଗୁଡ଼ିକ ହେଉଛି ଦେଶର ବେଷ୍ଟ ମାଇଲେଜ୍ ଦେଉଥିବା କାର । ବଜେଟ୍ ଭିତରେ କାର୍ ନେବାର ଅର୍ଥ ନୁହେଁ ଯେ ଏଥିରେ ପାୱାର କମ୍ କିମ୍ବା ଭଲ ଫିଚର ନାହିଁ, ବରଂ ଏହା ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଫିଚର ସହିତ ଆସିଥାଏ ।

Aug 21, 2023, 16:48 PM IST
1/8

ରେନାଲ୍ଟ୍ ଟ୍ରାଇବର୍ (Renault Triber) : ଯଦି ଆପଣ ଏକ ଶସ୍ତା ୭ ସିଟର କାର୍ ଖୋଜୁଛନ୍ତି ତେବେ ରେନାଲ୍ଟ୍ ଟ୍ରାଇବର୍ ଆପଣଙ୍କ ପରିବାର ପାଇଁ ସର୍ବୋତ୍ତମ କାର ଅଟେ । ଏହାର ମୂଲ୍ୟ ୬.୩୩ ଲକ୍ଷରୁ ଆରମ୍ଭ ହୋଇଛି । ଏହି କାରର ଅନେକ ଭେରିଏଣ୍ଟ ମାର୍କେଟରେ ମିଳୁଛି ।

 

2/8

ଟ୍ରାଇବରରେ ଆପଣ ଇନଫୋଟେନ୍ମେଣ୍ଟ ସିଷ୍ଟମ୍, କ୍ଲାଇମଣ୍ଟ କଣ୍ଟ୍ରୋଲ ଏସି, ଷ୍ଟିଅରିଂ ମାଉଣ୍ଟେଡ୍ କଣ୍ଟ୍ରୋଲ୍, ଡୁଆଲ୍ ଏୟାରବ୍ୟାଗ, ଏବିଏସ୍, ଇବିଡି ଭଳି ଅନେକ ଫିଚର ପାଇପାରିବେ । କାରର ମାଇଲେଜ୍ ବିଷୟରେ କହିବାକୁ ଗଲେ ଏହା ଲିଟର ପିଛା ୨୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ ।

 

3/8

ବ୍ରିଜା (Brezza): ମାରୁତି ସୁଜୁକିର ବ୍ରିଜା ସର୍ବୋତ୍ତମ କମ୍ପାକ୍ଟ SUV ଓ ବର୍ତ୍ତମାନ ଏହା ଏକ ହାଇବ୍ରିଡ୍ ଇଞ୍ଜିନ୍ ସହିତ ମଧ୍ୟ ଉପଲବ୍ଧ । ଏହା ସହିତ କମ୍ପାନୀ CNG ରେ କାର ମଧ୍ୟ ପ୍ରଦାନ କରୁଛି । କାରରେ ୧୪୬୨ ସିସିର ଇଞ୍ଜିନ ଅଛି । ଏହି ଇଞ୍ଜିନ୍ ୮୭ Bhp ର ପାୱାର ଜେନରେଟ୍ କରେ । ଆପଣ ମାନୁଆଲ ଓ ଅଟୋମେଟିକ୍ ଟ୍ରାନ୍ସମିସନ୍ ବିକଳ୍ପ ସହିତ କାର୍ ନେଇପାରିବେ ।

 

4/8

ମାରୁତି ସୁଜୁକି ବ୍ରିଜାର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ଏକ ଏକ୍ସ-ସୋରୁମ୍ ମୂଲ୍ୟରେ ୮.୨୯ ଲକ୍ଷ ଟଙ୍କାରେ ଉପଲବ୍ଧ । ବ୍ରିଜାର ମାଇଲେଜ୍ ପେଟ୍ରୋଲ ଉପରେ ୨୫ କିଲୋମିଟର ଓ CNG ରେ ୨୮ କିଲୋମିଟର ପର୍ଯ୍ୟନ୍ତ ଆସିଥାଏ ।

 

5/8

ନିସାନ ମ୍ୟାଗ୍ନାଇଟ୍ (Nissan Magnite): ନିସାନ୍ ଏହାର ଏକମାତ୍ର କାରର ପାୱାର ଉପରେ ଭାରତୀୟ ବଜାରରେ ଏକ ଧୁମ ମଚାଇଛି । ନିସାନ ମ୍ୟାଗ୍ନାଇଟ୍ ମଧ୍ୟ ଏକ କମ୍ପାକ୍ଟ ଏସୟୁଭି ସେଗମେଣ୍ଟରେ ଆସିଥାଏ ଓ ଏଥିରେ କମ୍ପାନୀ ଏକ ୧.୦ ଲିଟରର ୩ ସିଲିଣ୍ଡର ଇଞ୍ଜିନ ପ୍ରଦାନ କରିଥାଏ । କାରଟି ୭୦ Bhp ପାୱାର ଉତ୍ପାଦନ କରେ ଓ ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ଉପଲବ୍ଧ । କାରର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ପ୍ରାରମ୍ଭିକ ମୂଲ୍ୟରେ ୭.୩୦ ଲକ୍ଷ ଟଙ୍କାରେ ଏକ୍ସ-ଶୋ’ରୁମରେ ଉପଲବ୍ଧ ।

 

6/8

ଏଥି ସହିତ କମ୍ପାନୀ ନିକଟରେ ମାଗ୍ନାଇଟର ଗେଜା ସଂସ୍କରଣ ମଧ୍ୟ ଲଞ୍ଚ କରିଛି । କାରର ମାଇଲେଜ୍ ବିଷୟରେ କହିବାକୁ ଗଲେ ଏହା ଲିଟର ପିଛା ୨୨ କିଲୋମିଟର ପର୍ଯ୍ୟନ୍ତ ଯାଏ । ଏହି ସମୟରେ, କାରରେ ଥିବା ଫିଚର ଗୁଡିକ ମଧ୍ୟ ବହୁତ ଭଲ । କାରରେ, ଆପଣ ଡ୍ରାଇଭିଂ ମୋଡ୍, ଇନଫୋଟେନ୍ମେଣ୍ଟ ସିଷ୍ଟମ୍, ଷ୍ଟିଅରିଂ ମାଉଣ୍ଟେଡ୍ କଣ୍ଟ୍ରୋଲ୍, ଏବିଏସ୍, ଇବିଡି, ବେକ୍ ପାର୍କିଂ ସେନ୍ସର, ଦୁଇଟି ଏୟାରବ୍ୟାଗ ଭଳି ଅନେକ ଫିଚର ପାଇ ପାରିବେ ।

 

7/8

ଟାଟା ନେକ୍ସନ୍ (Tata Nexon): ଦେଶର ସବୁଠାରୁ ଲୋକପ୍ରିୟ କମ୍ପାକ୍ଟ ଏସୟୁଭି ମଧ୍ୟରୁ ଟାଟା ନକ୍ସନ୍ ଏକ ୫ ଷ୍ଟାର ସୁରକ୍ଷା ରିଭ୍ୟୁ ସହିତ ଆସିଛି । କାରଟି ତିନୋଟି ପ୍ରକାର, ପେଟ୍ରୋଲ, ଡିଜେଲ ଓ ଇଲେକ୍ଟ୍ରିକ୍ ରେ ଉପଲବ୍ଧ । ଏହାର ପେଟ୍ରୋଲ କାର ବିଷୟରେ କହିବାକୁ ଗଲେ ଏହା ୧.୧ ଲିଟର ଇଞ୍ଜିନ୍ ସହିତ ଆସିଥାଏ ଓ ଏହାର ମାଇଲେଜ୍ ଲିଟର ପିଛା ୨୦ କିଲୋମିଟର ପର୍ଯ୍ୟନ୍ତ ରହିଛି ।

 

8/8

ନେକ୍ସନର ପ୍ରାରମ୍ଭିକ ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ୭.୮୦ ଲକ୍ଷ ଏକ୍ସ-ଶୋ’ରୁମ୍ ରେ ଉପଲବ୍ଧ । ଏଥିସହିତ ଏହାର ବେଷ୍ଟ ଭାରିଆଣ୍ଟର ମୂଲ୍ୟ ୧୪.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି କାରଟି ହୁଣ୍ଡାଇ କ୍ରେଟା ଓ କିଆ ସେଲ୍ଟୋସ୍ ଭଳି ଗିଡିକୁ ସିଧାସଳଖ ଟକ୍କର ଦେଇଥାଏ ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link