Bharat Jodo Yatra In Delhi: କୋରୋନା ଭୟ ପରେ ବି ରାଜଧାନୀ ଦିଲ୍ଲୀରେ କଂଗ୍ରେସର `ଭାରତ ଯୋଡୋ ଯାତ୍ରା`

Congress Bharat Jodo Yatra: `ଭାରତ ଯୋଡୋ ଯାତ୍ରା` ହେଉଛି କଂଗ୍ରେସର ମିଶନ ୨୦୨୪ । ନିର୍ବାଚନ ପୂର୍ବରୁ ରାଜ୍ୟକୁ ରାଜ୍ୟ ବୁଲି ଲୋକଙ୍କ ସହ ଯୋଡ଼ି ହେବାକୁ ଚାହୁଁଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ। ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି । ଆଉ ଆଜି ଏହି ଯାତ୍ରା ଦିଲ୍ଲୀରେ ପହଞ୍ଚିଛି।

Sat, 24 Dec 2022-11:31 am,
1/5

ଲାଲକିଲ୍ଲାରେ ଜନତାଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ । ରାଜଘାଟ ସମେତ ବିଭିନ୍ନ ସମାଧୀସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ । 'ଭାରତ ଯୋଡୋ ଯାତ୍ରା'ରେ ଅଭିନେତା ତଥା ଏମକେଏମ ଅଧ୍ୟକ୍ଷ କମଲ ହାସନ ଯୋଗଦେଇପାରନ୍ତି ।

2/5

ଦିଲ୍ଲୀରେ ପ୍ରାୟ ୪୦ରୁ ୫୦ହଜାର ଲୋକ ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତାକାଲିଠୁ ୯ଦିନ ଯାଏ ଯାତ୍ରା ବନ୍ଦ ରହିବ । ୨ ଜାନୁଆରୀରୁ ପୁଣି ପଦଯାତ୍ରା ଆରମ୍ଭ ହେବ। 

3/5

୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜସ୍ଥାନ ଓ ହରିୟାଣାରେ ସରିଛି ଭାରତ ଯୋଡୋ ଯାତ୍ରା । 

4/5

ଅନ୍ୟପଟରେ ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ।

 

5/5

'ଭାରତ ଯୋଡୋ ଯାତ୍ରା' ହେୁଛି ଅନ୍ଧକାରରୁ ଆଲୋକ ଆଡ଼କୁ ନେଇ ଯିବାର ଯଜ୍ଞ । ଏହି ଯାତ୍ରାକୁ ସ୍ବାଗତ କରିବା ନିମନ୍ତେ ଥଣ୍ଡାରେ ପ୍ରତୀକ୍ଷାରତ ‌ଲୋକେ ନିଜ ନିଜ ଉପସ୍ଥିତିକୁ ଏହି ଯଜ୍ଞରେ ଆହୂତି ଦେଉଛନ୍ତି। ଦେଶ ରକ୍ଷା କରିବାର ଯଜ୍ଞ ବୋଲି କଂଗ୍ରେସ କହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link