Tamannaah Bhatia: ଜାଣନ୍ତୁ ଗୋଟିଏ ଫିଲ୍ମ ପାଇଁ କେତେ କୋଟି ଚାର୍ଜ କରନ୍ତି ତମନ୍ନା ?

Tamannaah Bhatia Photos: ଅଭିନେତ୍ରୀ ତମନ୍ନା ଭାଟିଆ । କେବଳ ତାମିଲ ସିନେମାରେ ନୁହେଁ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ସିନେମାରେ ଏକାଧିକ ଫିଲ୍ମ କରିଛନ୍ତି । ତାଙ୍କ କ୍ୟାରିୟରେ ଅନେକ ଉତ୍ଥାନ ପତନ ଘଟିଥିଲା। କିନ୍ତୁ ସବୁ ପରିସ୍ଥିତିର ସାମ୍ନା କରି ସେ ନିଜର ସଫଳତାର ସିଢି ଚଢିଥିଲେ। ଆଜି ସେ ସାଉଥର ପ୍ରମୁଖ ଅଭିନେତ୍ରୀ ସହ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ମିଡିଆ ରିପୋର୍ଟ ଅନୁଯାୟୀ ସେ ଏକ ଫିଲ୍ମ ପାଇଁ ୧.୫ରୁ ୨ କୋଟି ଟଙ୍କା ଆଦାୟ କରନ୍ତି । ବର୍ତ୍ତମାନ ତମନ୍ନା କୋଟି କୋଟି ଟଙ୍କାର ମାଲିକାଣୀ ।

Sun, 08 Jan 2023-5:57 pm,
1/5

ନିକଟରେ ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା ।   ଅଭିନେତା ବିଜୟ ବର୍ମା  ତମନ୍ନାଙ୍କୁ ଡେଟ କରୁଛନ୍ତି । ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । କିଛି ଦିନ ପୂର୍ବରୁ ବିମାନବନ୍ଦରରେ ଦୁହେଁ ଏକା ସାଙ୍ଗରେ ନଜର ଆସିଥିଲେ। ଏହା ସହ ଅଭିନେତା ବିଜୟ ବର୍ମା ଡିସେମ୍ବର ୨୧ରେ ତମନ୍ନାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଯାଇଥିବା ଦେଖାଯାଇଥିଲା।

2/5

ଏସବୁକୁ ଘଟଣା ପରେ ଏବେ ଦୁହିଁଙ୍କ ଭିଡିଓ ଭାଇରାଲ ହେବାରୁ ବିଜୟ-ତମନ୍ନା ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ନୂଆ ବର୍ଷର ସ୍ବାଗତ ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ବାଣ ଫୁଟୁଥିବା ସହ ସମସ୍ତେ ନୃତ୍ୟୁ କରୁଛନ୍ତି। ବିଜୟ ଓ ତମନ୍ନା ଗୋଟିଏ କୋଣରେ ଛିଡା ହୋଇ ପରସ୍ପରକୁ ଆଲିଙ୍ଗନ କରିବା ସହ ପରସ୍ପରକୁ ଚୁମ୍ବନ ଦେଉଥିଲେ ।

3/5

ତେବେ ଫଟୋ ସହ ଭିଡିଓ ଭାଇରାଲ ହୋଇଥିଲେ ବି ଦୁହେଁ ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବିଜୟଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ‘ଡାର୍ଲିଂ’ରେ ନଜର ଆସିଥିବା ବେଳେ ଆଗକୁ ଅଭିନେତ୍ରୀ କରୀନା କପୁରଙ୍କ ସହ କାମ କରିବେ। 

 

4/5

ସୁଜୋଏ ଘୋଷଙ୍କ ‘ଦ ଡିଭୋସନ ଅଫ୍ ସସପେକ୍ଟ ଏକ୍ସ’ରେ ସେ କରୀନାଙ୍କ ସହ କାମ କରିବେ ବୋଲି ଜଣାପଡ଼ିଛି। ଏହା ସହ ସେ ‘ମିର୍ଜାପୁର’ର ତୃତୀୟ ସିରିଜରେ ନଜର ଆସିବା ସହ ଓଟିଟି ସିରିଜ ‘ଦହାଡ’ରେ ମଧ୍ୟ ନଜର ଆସିବେ।

5/5

ତମନ୍ନାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ସେ ତେଲୁଗୁ ଚଳଚ୍ଚିତ୍ର ‘ଭୋଲା ଶଙ୍କର’, ହିନ୍ଦୀ ଚଳଚ୍ଚିତ୍ର ‘ବୋଲେ ଚୁଡିୟାନ୍’ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ‘ବାନ୍ଦ୍ରା’ରେ ନଜର ଆସିବେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link