Chaitra Navratri 2023: ଚୈତ୍ର ନବରାତ୍ରୀ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ସବୁ ଜିନିଷ, ନଚେତ୍ ଭୋଗିପାରନ୍ତି ବଡ଼ କ୍ଷତି

Chaitra Navratri 2023: ଆସନ୍ତା ମାର୍ଚ୍ଚ ୨୨ ତାରିଖ ଦିନ ହିନ୍ଦୁ ନବ ବର୍ଷ(Hindu new year 2023) ପାଳନ ହେବା ସହ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦାଠାରୁ ଆରମ୍ଭ ହେଉଥିବା ଏହି ନବରାତ୍ରି ଉତ୍ସବ ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ଘର ଦ୍ୱାର ପରିଷ୍କାର ପରିଚ୍ଛନ୍ନ କରିବା ସହ ନିଷ୍ଠାର ସହ ମାଆ ଦୁର୍ଗାଙ୍କ ଉପାସନା କରାଯାଏ। ହିନ୍ଦୁ ରୀତିନୀତି ଅନୁଯାୟୀ ଏହାର ବିଶେଷ ମହତ୍ତ୍ୱ ଥିବାବେଳେ ଘର ଉପରେ କୁ-ପ୍ରଭାବ ପକାଉଥିବା ଜିନିଷ ଗୁଡି଼କ ଘରୁ ବାହାର କରି ଦିଆଯାଏ। ତେବେ ଘରେ ପୂଜା ପାଠ ସମୟରେ ଏହି ସବୁ ଜିନିଷ ଥିଲେ ବିଘ୍ନ ଘଟିଥାଏ ବୋଲି କୁହାଯାଏ।

Wed, 15 Mar 2023-8:22 pm,
1/5

ଖରାପ ହୋଇଯାଇଥିବା ଖାଦ୍ୟ- ଆମେ ଖାଉଥିବା ଖାଦ୍ୟରୁ ପ୍ରତିଦିନ କିଛି କିଛି ବଳିଯାଇଥାଏ । ଏହି ବଳକା ଖାଦ୍ୟକୁ ଆମେ ଫ୍ରିଜ କିମ୍ବା ରୋଷେଇ ଘରେ ରଖିଥାଉ। ତେବେ ପରେ ଏହି ଖାଦ୍ୟ ଖରାପ ହୋଇଗଲେ ମଧ୍ୟ ଆମକୁ ଫୋପାଡିବା ପାଇଁ ମନେ ପଡି଼ ନଥାଏ। ତେବେ କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଏହି ସବୁ ଖରାପ ଖାଦ୍ୟ ଘରେ ରହିବା ଉଚିତ୍ ନୁହେଁ। ଏହି ସମୟରେ ଘରେ ଖରାପ ଖାଦ୍ୟ ଥିଲେ ମାଆ ଦୁର୍ଗା ଅସନ୍ତୋଷ ହୁଅନ୍ତି। ଯାହା ଫଳରେ ଘରେ ବିଘ୍ନ ଘଟିଥାଏ।

2/5

ଆମିଷ- ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କ ସହ ଅନ୍ୟ ଦେବାଦେବୀ ମାନେ ଧରାବତରଣ କରି ଭକ୍ତଙ୍କ ଘରେ ବାସ କରିଥାଆନ୍ତି। ତେବେ ଏହି ସମୟରେ ଘର ସମ୍ପୂର୍ଣ୍ଣ ପରିଷ୍କାର ଓ ପବିତ୍ର ରହିବା ଆବଶ୍ୟକ। ଘର ଅପବିତ୍ର କରୁଥିବା ଖାଦ୍ୟ ଓ ପଦାର୍ଥ ଯେପରି ମାଛ, ମାଂସ, ଅଣ୍ଡା, ପିଆଜ ଓ ରସୁଣ ଆଦି ଘରୁ ବାହାର କରିଦିଅନ୍ତୁ। ଏହା ସବୁ ନବରାତ୍ରୀ ସମୟରେ ନକରାତ୍ମକ ଶକ୍ତି ବଢାଇଥାଏ।

3/5

ଫଟା ଜୋତା ଓ ଚିରା ପୋଷାକ- ନବରାତ୍ରୀ ଆରମ୍ଭ ହେବା ପୂର୍ବରୁ ଘରେ ଥିବା ଖରାପ ଓ ଚିରା ପୋଷାକ ଓ ଫଟା ଜୋତା ଆଦି ବାହାର କରି ଦିଅନ୍ତୁ।  ଏହି ସମୟରେ ଫଟା ଜୋତା ଓ ଚିରା ପୋଷାକ ଘରେ ରହିଲେ ଅଶୁଭ ହୁଏ। ଯେତେ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ମଧ୍ୟ ଏହା ଫଳପ୍ରଦ ହୁଏ ନାହିଁ। ମାଆ ଦୁର୍ଗା ଗୃହ ପ୍ରବେଶ କରନ୍ତି ନାହିଁ। ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

4/5

ଖରାପ ହୋଇଯାଇଥିବା  ଘଣ୍ଟା- ବାସ୍ତୁ ଶାସ୍ତ୍ର ଅନୁସାରେ, ଖରାପ ଘଣ୍ଟା କିମ୍ବା ବନ୍ଦ ପଡି଼ଥିବା ଘଣ୍ଟା ଘରର ଅବନତି ଘଟିଥାଏ । ଏହା ଖରାପ ସମୟ ଆଣିବା ସହ ଘରେ ନକରାତ୍ମକ ଶକ୍ତିକୁ ଜାଗ୍ରତ କରିଥାଏ। ତେଣୁ ନବରାତ୍ରୀ ପୂର୍ବରୁ ଏହିପରି ଘଣ୍ଟା ଘରୁ ବାହାର କରି ଦିଅନ୍ତୁ।

5/5

ଭଙ୍ଗା ମୂର୍ତ୍ତି- ଭଗବାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଯାଇଥିଲେ ଏହାକୁ ପୂଜା କରିବା ଉଚିତ୍ ନୁହେଁ। ଏହା ତ ସମସ୍ତେ ଜାଣିଥିବେ ନିଶ୍ଚୟ, କିନ୍ତୁ ଘରେ ଭଙ୍ଗା ମୂର୍ତ୍ତି ମଧ୍ୟ ରଖିବା ଅଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଭଙ୍ଗା ମୂର୍ତ୍ତି ରହିଲେ ଏହା ପରିବାର ଉପରେ କୁପ୍ରଭାବ ପକାଇବା ସହ ଦୁର୍ଭାଗ୍ୟ ଅଣିଥାଏ । ଫଳରେ ଘରେ ଅଶାନ୍ତି ଲାଗିରହିଥାଏ । ତେଣୁ ଯଦି ଘରେ ଭଙ୍ଗା ମୂର୍ତ୍ତି ଅଛି ତାହାଲେ ଯଥା ଶୀଘ୍ର ଏହାକୁ ବାହାରେ ନ ଫୋପାଡି଼ ଜଳରେ ବିସର୍ଜନ କରିଦିଅନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link