Odisha News: ମଦ ମୃତ୍ଯୁକୁ ନେଇ ବିଧାନସଭା ତୁମ୍ବିତୋଫାନ, `ସମ୍ପୂର୍ଣ୍ଣ ବନ୍ଦ ହେବ ଚୋରା ମଦ ବେପାର`

Odisha News: ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ଏନେଇ ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଆୟୁକ୍ତଙ୍କ ସ୍ତରରେ ତଦନ୍ତ ଆଦେଶ ଦିଆଯାଇଛି।

ପ୍ରିୟମ୍ବଦା ରଣା Thu, 22 Aug 2024-5:02 pm,
1/7

Odisha News:ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ଏନେଇ ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ଆୟୁକ୍ତଙ୍କ ସ୍ତରରେ ତଦନ୍ତ ଆଦେଶ ଦିଆଯାଇଛି।  

 

2/7

 ୨ ମାସ ଭିତରେ ସେ ରିପୋର୍ଟ ଦେବେ ବୋଲି ବିଧାନସଭାରେ ଆଇନ ମନ୍ତ୍ରୀ କହିଛନ୍ତି ପୃଥ୍ଵୀରାଜ ହରିଚନ୍ଦନ। 

3/7

ଆଇନ ମନ୍ତ୍ରୀ ପୃଥ୍ୱିରାଜ ହରିନଚନ୍ଦନଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି। 

4/7

ଏଥି  ସହ ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

5/7

ମଦ ମୃତ୍ଯୁକୁ ନେଇ ଆଜି ବିଧାନସଭା ତୁମ୍ବିତୋଫାନ ହୋଇଥିଲା । ବାରମ୍ବାର ହଙ୍ଗାମା ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବି କରିଦେଇଥିଲେ ବାଚସ୍ପତି।

6/7

 ଆରମ୍ଭରୁ ଗୃହରେ ଗଞ୍ଜାମ ଚିକିଟି ମଦମୃତ୍ଯୁ ନେଇ ହଟ୍ଟଗୋଳ ହୋଇଥିଲା। ଅବକାରୀ ମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲା ବିଜେଡି। 

7/7

କାହିଁକି ସରକାର ବିଷାକ୍ତ ମଦମୃତ୍ଯୁକୁ ନେଇ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ତେବେ ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁରେ ଏବେବି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୧୪ ଜଣ ବ୍ୟକ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link