Nile River: ବିଶ୍ୱର ସବୁଠାରୁ ଲମ୍ବା ନଦୀର ସେହି ବନ୍ଧ; ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୩ ଦେଶ

Nile River Dam Row: ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀ କୁହାଯାଉଥିବା ନୀଳ ନଦୀ ଇଥିଓପିଆ ଦେଇ ଇଜିପ୍ଟ-ସୁଦାନ ଠାରେ ପ୍ରଭାବିତ ହେଉଛି। ପ୍ରାୟ ଦଶନ୍ଧି ପୂର୍ବେ ଇଥିଓପିଆ ନୀଳ ନଦୀରେ ଏକ ବନ୍ଧ ନିର୍ମାଣ ଆରମ୍ଭ କରିଥିଲା। ଯାହା `The Grand Ethiopian Renaissance Dam` (GERD) ନାମରେ ପରିଚିତ। ନୀଳ ନଦୀରେ ଇଥିଓପିଆ ଦ୍ୱାରା ନିର୍ମିତ ଏହି ନଦୀ ବନ୍ଦ ହେଉଛି ଆଫ୍ରିକା ମହାଦେଶର ସର୍ବ ବୃହତ୍ତମ ଜଳ ବିଦ୍ୟୁତ୍ ପ୍ରକଳ୍ପ। ଯାହାକୁ ନେଇ ଆରମ୍ଭରୁ ନୀଳ ନଦୀ ଅବବାହିକାରେ ଉତ୍ତେଜନା ସୃଷ୍ଟି ହୋଇଛି। ବର୍ତ୍ତମାନ ଇଥିଓପିଆ କହିଛି ଯେ ମେଗା ଡ୍ୟାମ ପ୍ରସଙ୍ଗରେ ସୁଦାନ-ଇଜିପ୍ଟ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି।

Sep 27, 2023, 01:35 AM IST
1/6

କେବେ ହେବେ ସମସ୍ୟାର ସମାଧନ: ଆଫ୍ରିକୀୟ ଦେଶ ଇଥିଓପିଆ ପକ୍ଷରୁ କୁହାଯାଇଛି ଯେ ନୀଳ ନଦୀ ଉପରେ ନିର୍ମିତ ବିଶାଳ ଡ୍ୟାମ ଠାରେ ଜଳ ଭରିବାର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ପଡୋଶୀ ଦେଶ ଇଜିପ୍ଟ-ସୁଦାନ ସହିତ ନଦୀ ଜଳକୁ ନେଇ ଚାଲିଥିବା ବିବାଦକୁ ଶେଷ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଇଥିଓପିଆ ପକ୍ଷରୁ କୁହାଯାଇଛି। ଏହି ପ୍ରସଙ୍ଗରେ ବର୍ଷ ବର୍ଷ ଧରି ମତଭେଦ ହେବା ପରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସି ଏବଂ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଗତ ଜୁଲାଇ ମାସରେ ୪ ମାସ ମଧ୍ୟରେ ଏକ ବୁଝାମାଣକୁ ଅନ୍ତିମ ରୂପ ଦେବାକୁ ରାଜି ହୋଇଥିଲେ। ଏହା ପରେ ସେ ଗତ ଅଗଷ୍ଟ ମାସରେ ପୁଣି ଥରେ ଆଲୋଚନା ଆରମ୍ଭ କରିଥିଲେ।

2/6

ଦୀର୍ଘ ସମୟ ଧରି ବନ୍ଦ ରହିଥିଲା ବାର୍ତ୍ତାଳାପ: ଗୋଟିଏ ପଟେ ଇଥିଓପିଆ କହିଛି ଯେ ଦେଶର ବିକାଶ ପାଇଁ "GERD" ଡ୍ୟାମ୍ ଆବଶ୍ୟକ। ହେଲେ ଇଜିପ୍ଟ-ସୁଦାନ ଭୟ କରୁଛନ୍ତି ଯେ ନଦୀରେ ଡ୍ୟାମ ହେବା କାରଣରୁ ସେମାନଙ୍କୁ ମିଳୁ ନଦୀ ଜଳକୁ ଇଥିଓପିଆ ଠାରେ ଅଟକାଇ ଦିଆଯିବ। ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ଆହ୍ୱାନରେ ୩ ଦେଶର ନେତା ମଧ୍ୟ ୩ ବର୍ଷ ପୂର୍ବେ ନିଜ ମଧ୍ୟରେ ଆଲୋଚନା କରିଥିଲେ। ଏହା ପରେ କୋରୋନା ମହାମାରୀ କାରଣରୁ ଏହି ପ୍ରସଙ୍ଗରେ ଚାଲିଥିବା ସମସ୍ତ ବାର୍ତ୍ତାଳପ ବନ୍ଦ ହୋଇଯାଇଥିଲା।

 

3/6

ଆଫ୍ରିକୀୟ ୟୁନିଅନ୍ ମଧ୍ୟ ଚିନ୍ତିତ ରହିଛି: ଏହି ପ୍ରସଙ୍ଗରେ ଆଫ୍ରିକୀୟ ୟୁନିଅନ କହିଛି ଯେ ଇଥିଓପିଆ, ଇଜିପ୍ଟ ଏବଂ ସୁଦାନ ମଧ୍ୟରେ ୯୦% ବିବାଦର ସମାଧାନ ହୋଇଛି। ୟୁନିଅନ୍ ଏହା ମଧ୍ୟ କହିଛି ଯେ ଏହି ୩ ଦେଶ ଏପରି ବିବୃତ୍ତି ଦେବା ଉଚିତ୍ ନୁହେଁ କିମ୍ବା ଏପରି ପଦକ୍ଷେପ ନେବା ଉଚିତ ନୁହେଁ ଯାହା ଏନେଇ ଚାଲିଥିବା ବାର୍ତ୍ତାଳପ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ।

 

4/6

ଆଫ୍ରିକୀୟ ୟୁନିଅନ୍ ମଧ୍ୟ ଚିନ୍ତିତ ରହିଛି: ଏହି ପ୍ରସଙ୍ଗରେ ଆଫ୍ରିକୀୟ ୟୁନିଅନ କହିଛି ଯେ ଇଥିଓପିଆ, ଇଜିପ୍ଟ ଏବଂ ସୁଦାନ ମଧ୍ୟରେ ୯୦% ବିବାଦର ସମାଧାନ ହୋଇଛି। ୟୁନିଅନ୍ ଏହା ମଧ୍ୟ କହିଛି ଯେ ଏହି ୩ ଦେଶ ଏପରି ବିବୃତ୍ତି ଦେବା ଉଚିତ୍ ନୁହେଁ କିମ୍ବା ଏପରି ପଦକ୍ଷେପ ନେବା ଉଚିତ ନୁହେଁ ଯାହା ଏନେଇ ଚାଲିଥିବା ବାର୍ତ୍ତାଳପ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ।

 

5/6

ନୀଳ ନଦୀରେ ବନ୍ଧ: ନୀଳ ନଦୀ ଆଫ୍ରିକା ମହାଦେଶର ୧୦ ଦେଶ ଦେଇ ପ୍ରବାହିତ ହୋଇଥାଏ। ଯେଉଁ ଆଫିକ୍ରୀୟ ଦେଶରେ ନୀଳ ନଦୀ ପ୍ରବାହିତ ହୋଇଥାଏ ତାହା ସେହି ଦେଶର ଜୀବନ ରେଖା ଭାବରେ ଜଣାଶୁଣା। ଜଳ ବ୍ୟତୀତ ବିଦ୍ୟୁତ ଉତ୍ପାଦନର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେଉଛି ନୀଳ ନଦୀ। ଏହି ନଦୀରେ ଇଥିଓପିଆ ଦ୍ୱାରା ନିର୍ମିତ "GERD" ବନ୍ଧ ପାଇଁ ପ୍ରାୟ ୪ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଯାହା ୬୪୫୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବ।

6/6

ନୀଳ ନଦୀରେ ଇଥିଓପିଆ ଦ୍ୱାରା ବନ୍ଧ ନିର୍ମାଣ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦର କେବେ ସମାଧନ ହେବ ତାହା କେହି ଜାଣିନାହାଁନ୍ତି। ହେଲେ ଇଥିଓପିଆ ଯେପରି ଭାବରେ ଜଳ ଭରିବା ଆରମ୍ଭ କରିଛି ତାହାକୁ ନେଇ ଅନ୍ୟ ୨ ଆଫ୍ରିକୀୟ ଦେଶଙ୍କ ମନରେ ସନ୍ଦେହ ଆହୁରି ଗଭୀର ହୋଇଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link