Rahul Gandhi: ବଢୁଛି ରାହୁଲଙ୍କ କ୍ରେଜ୍, ଯିଏ ଘରଠୁ ବାହାରେ କେବଳ ବାଣ୍ଟିଥାନ୍ତି ଭଲପାଇବା

Rahul Gandhi Personality: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବେଶ ଚର୍ଚ୍ଚାରେ । ଭାରତ ଯୋଡୋ ଯାତ୍ରା ସମୟରେ ନଜରକୁ ଆସିଥିବା କିଛି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଭାରତ ଯୋଡୋ ଯାତ୍ରା ଏହାର ପ୍ରଥମ ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଅତିକ୍ରମ କରିସାରିଛି।

Thu, 05 Jan 2023-6:10 pm,
1/9

ହେଲେ ଏହି ଭାରତ ଯୋଡୋ ଯାତ୍ରା ସମୟରେ ଅନେକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଲାଗିବ ରାହୁଲ ଜଣେ ଏମିତି ନେତା ଯାହାଙ୍କୁ ପସନ୍ଦ କରନ୍ତି ଆବାଳ ବୃଦ୍ଧ ବନିତା । 

2/9

ରାହୁଲ ଗାନ୍ଧୀ ନିଜର ପ୍ରୋଟୋକଲକୁ ନମାନି ସମସ୍ତଙ୍କ ସହ ମିଶିଥାନ୍ତି । ସେ ନେତାଙ୍କ ସହ ମିଶି ତଳେ ବସି ଖାଆନ୍ତି ତ ସେହିପରି ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ କୌଣସି ଭେଦଭାବ ଦେଖନ୍ତି ନାହିଁ। 

3/9

ଛୋଟ ଶିଶଙ୍କୁ ଭାରି ପସନ୍ଦ କରନ୍ତି ରାହୁଲ।  ଭାରତ ଯୋଡୋ ଯାତ୍ରାରେ ଅନେକ ସମୟରେ ସେ ଛୋଟ ଶିଶୁଙ୍କ ସହ ନଜର ଆସିଥାନ୍ତି। 

 

4/9

ବେକାରୀ ସମସ୍ୟା ହେଉ ବା ଅନ୍ୟ କିଛି ସମସ୍ୟା । ଯୁବପୀଢିଙ୍କ ସହ ସାମ୍ନାସାମ୍ନି କଥା ହୁଅନ୍ତି ରାହୁଲ। ଏହାସହ ତାଙ୍କ ସମସ୍ୟାକୁ ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି। 

5/9

ସଂସଦରେ ସରକାରଙ୍କୁ ବିରୋଧ କରନ୍ତି ସତ ହେଲେ ମା ଙ୍କ ପଣତରେ ଆଜି ବି ରାହୁଲ ଗାନ୍ଧୀ ଜଣେ କୁନି ଶିଶୁ । ମାଙ୍କ ପ୍ରେରଣା, ସ୍ନେହ, ଭଲ ପାଇବା, ମାର୍ଗଦର୍ଶନ ଆଗରେ ରାହୁଲ ସର୍ବଦା ନତମସ୍ତକ ହୋଇଥାନ୍ତି। 

6/9

ମା ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଅତି ନିକଟତର । ଲୋକଙ୍କ ସମସ୍ୟା ସହ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ବି ବହୁତ ଯତ୍ନବାନ ଥାଆନ୍ତି ରାହୁଲ ଗାନ୍ଧୀ। 

7/9

କେବଳ ମା ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଖୁବ ସମ୍ମାନ ଦିଅନ୍ତି ରାହୁଲ। ତାଙ୍କ ପ୍ରେରଣାରେ ରାହୁଲ ଗାନ୍ଧୀ ଅନୁପ୍ରାଣିତ ।

8/9

ଭାଇ ଓ ଭଉଣୀ ଉଭୟଙ୍କୁ ରାଜନୈତିକ ମଞ୍ଚରେ ଏକାଠି ଦେଖିବାକୁ ମିଳିଥାଏ। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ସାନ ଭାଇଙ୍କ ସହ ବିଶେଷ ମୂହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାକୁ ଭୁଲନ୍ତି ନାହିଁ। 

9/9

ରାହୁଲ ଗାନ୍ଧୀ ଜଣେ ଏମିତି ନେତା ଯିଏ ନା ଭଲ ପାଇବା ଓ ସ୍ନେହ ବାଣ୍ଟିବାରେ ରୋକ୍ ଲଗାନ୍ତି ନା ନିୟମ ମାନନ୍ତି। ସମସ୍ତଙ୍କୁ ଆଦର କରିବାର ନଜିର ରହିଛି। ଯାହାକୁ ଲୋକମାନେ ବି ଖୁବ ପସନ୍ଦ କରିଥାନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link