Rohi Fish Benefits: ରୋହି ମାଛରେ ରହିଛି ଭରପୂର ପୋଷକ ତତ୍ତ୍ୱ, ଦୂର କରିଥାଏ ଏହିସବୁ ରୋଗ

Rohi Fish Benefits: ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଏବଂ ଯଦି ଆମେ ରୋହି ମାଛ ବିଷୟରେ କହିବା ତେବେ ଏହା ବହୁତ ପୁଷ୍ଟିକର ଅଟେ । ଓଡ଼ିଶାରେ ପ୍ରତି ଘରେ ଘରେ ରୋହୁ ମାଛରେ ଥିବା ପୋଷକ ତତ୍ତ୍ୱ ଆଇରନ୍, ଜିଙ୍କ୍, ଆୟୋଡିନ୍, ପୋଟାସିୟମ୍, କ୍ୟାଲସିୟମ୍ ଓ ସେଲେନିୟମ୍, ଭିଟାମିନ୍ ସି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ରୋହି ମାଛରେ ଚର୍ବିର ମାତ୍ରା ବହୁତ କମ୍ ଥାଏ, ଯେଉଁକାରଣରୁ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ଦେଇଥାଏ । ତେବେ ରୋହି ମାଛ ଓଡ଼ିଶାରେ ଘରେ ଘରେ ଖାଦ୍ୟରେ ସାମିଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରୋହିମାଛର ବିଶେଷ ଫାଇଦା କଣ ସବୁ ରହିଥାଏ।

Rashmita Sahoo Fri, 04 Oct 2024-8:52 pm,
1/5

ରୋହିମାଛରେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ତେବେ ସବୁ ମାଛରେ ପ୍ରୋଟିନ ରହିଥାଏ । କିନ୍ତୁ ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ହୃଦୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ରୋହି ମାଛ ବା ରୋହୁ କ୍ୟାନସର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ।      Also Read: Saturday Lucky Rashi: ଶନିବାର ବର୍ଷିବ ଶନିଦେବଙ୍କ କୃପା, ୬ରାଶିର ରହିବନି ଧନର ଅଭାବ !     Also Read: October Weekly Horoscope 7 To 13: କେମିତି କଟିବ ଆଗାମୀ ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

2/5

ରୋହି ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ରୋହି ମାଛରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ ଯାହା ଏହାର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ ।

3/5

ଭିଟାମିନ୍ ସି ଅଭାବରୁ ହେଉଥିବା ରୋଗ ଯଥା ସ୍କର୍ଭି, ରକ୍ତହୀନତା, ଦୁର୍ବଳତା, ରକ୍ତସ୍ରାବ, ବିଶେଷ କରି ପାଦରେ ଯନ୍ତ୍ରଣା, ମାଢ଼ିରେ ଅଲସର ଓ ଦାନ୍ତ ଗଳିବା ଇତ୍ୟାଦି ରୋଗରୁ ମୁକ୍ତି ମିଳିଥାଏ। ଯଦି ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ସି ରହିଛି ତେବେ ଆପଣ ଏହି ରୋଗକୁ ରୋକିବାରୁ ରକ୍ଷା ପାଇପାରିବେ ।

4/5

ରୋହି ମାଛରେ କ୍ୟାନସର କୋଷକୁ ଦୂର କରିବାର ଶକ୍ତି ମଧ୍ୟ ରହିଛି । ମଧୁର ଜଳରେ ମିଳୁଥିବା ମାଛର ଲିପିଡରେ ପୁଫା ନାମକ ଏକ ପଦାର୍ଥ ରହିଥାଏ । ଯାହା କ୍ୟାନସର କୋଷିକାକୁ ଦୂର କରିବାରେ କାମ କରିଥାଏ । 

5/5

ସତେଜ ରୋହି ମାଛ ଖାଇବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗରେ ଲାଭଦାୟକ ଅଟେ । ରୋହି ମାଛ ଖାଇବା ଦ୍ୱାରା ଫୁସଫୁସ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ, ଯାହା ଆସ୍ଥମାର ଲକ୍ଷଣକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଆସ୍ଥମା ରୋଗୀଙ୍କୁ ମାଛ ଖାଇବାକୁ ଡାକ୍ତରମାନେ ନିଶ୍ଚୟ ପରାମର୍ଶ ଦିଅନ୍ତି।       (Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link