Aircraft Carrier by Country: ବିଶ୍ୱରେ ସେହି ଦେଶ ଯାହା ପାଖରେ ରହିଛି ଏୟାରକ୍ରାଫ୍ଟ କ୍ୟାରିୟର

Wed, 13 Dec 2023-11:58 pm,
1/8

୧. ବ୍ରିଟେନ: ବ୍ରିଟିଶ ନୌସେନା ପାଖରେ ମୋଟ ୨ ଏୟାରକ୍ରାଫ୍ଟ କ୍ୟାରିୟର ମହଜୁଦ ରହିଛି। ବ୍ରିଟିଶି ନୌସେନାର ବିମାନ ବାହକ ଯୁଦ୍ଧପୋତ "HMS Queen Elizabeth" ବିଶ୍ୱର ତୃତୀୟ ବୃହତ୍ତମ ଏୟାରକ୍ରାଫ୍ଟ କ୍ୟାରିୟର ଭାବରେ ଜମାଶୁଣା। "HMS Prince of Wales" ନାମକ ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିୟର ବ୍ରିଟିଶ ନୌସେନାରେ ସେବା ପ୍ରଦାନ କରୁଛି। 

2/8

୨. ଆମେରିକା: ଆମେରିକୀୟ ନୌସେନାର ଏୟାରକ୍ରାଫ୍ଟ କ୍ୟାରିଅର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରତିଷ୍ଠିତ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଆମେରିକା ନୌସେନାର ବିମାନ ବାହକ ଯୁଦ୍ଧପୋତ ସମୁଦ୍ରରେ ଏକ ବିଶାଳ ଭାସମାନ ବିମାନ ବନ୍ଦର ଭଳି ଦୃଶ୍ୟମାନ ହୋଇଥାନ୍ତି। ବିଶ୍ୱର ସର୍ବାଧିକ ଏୟାରକ୍ରାଫ୍ଟ କ୍ୟାରିଅର ଆମେରିକା ନୌସେନା ପାଖରେ ରହିଛି। ମୋଟ ୧୧ ବିମାନ ବାହକ ଯୁଦ୍ଧପୋତ ଆମେରିକୀୟ ନୌସେନାରେ ସେବା ଯୋଗାଉଛି। ଆମେରିକୀୟ ନୌସେନାର ମାନ ବାହକ ଯୁଦ୍ଧପୋତର ନାମ ହେଉଛି USS Nimitz, USS Dwight D. Eisenhower,  USS Carl Vinson, USS Theodore Roosevelt,  USS Abraham Lincoln, USS George Washington, USS John C. Stennis, USS Harry S. Truman, USS Ronald Reagan, USS George H.W. Bush, USS Gerald R. Ford।

 

3/8

୩.ଚୀନ: ସାମରିକ କ୍ଷେତ୍ରରେ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ଚ୍ୟାଲେଞ୍ଜ କରୁଥିବା ଚୀନ ନୌସେନା ପାଖରେ ୨ ଏୟାରକ୍ରାଫ୍ଟ କ୍ୟାରିଅର ମହଜୁଦ ରହିଛି। ଅନ୍ୟପଟେ ଚୀନ ନୌସେନା ତୃତୀୟ ଏୟାରକ୍ରାଫ୍ଟ କ୍ୟାରିଅର ନିର୍ମାଣ କରିବା ଜାରି ରଖିଛି।  "Liaoning" ଏବଂ "Shandong" ନାମରେ ଚୀନ ନୌସେନା ପାଖରେ ଦୁଇ ଏୟାରକ୍ରାଫ୍ଚ କ୍ୟାରିଅର ଉପଲବ୍ଧ ରହିଛି।

 

4/8

୪. ଋଷିଆ: ସାମରିକ କ୍ଷେତ୍ରରେ ବିଶ୍ୱର ଏକ ଶକ୍ତିଶାଳୀ ଦେଶ ଭାବରେ ପରିଗଣିତ ହୋଇଥାଏ ଋଷିଆ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଋଷୀୟ ନୌସେନା ପାଖରେ କେବଳ ଗୋଟିଏ ମାତ୍ର ବିମାନ ବାହକ ଯୁଦ୍ଧପୋତ ରହିଛି। ଯାହାର ନାଁ ହେଉଛି "Admiral Kuznetsov"। ଯାହା ବର୍ତ୍ତମାନର ବିଶ୍ୱର ସର୍ବୋତ୍ତମ ଏୟାରକ୍ରାଫ୍ଟ କ୍ୟାରିଅର ଭାବରେ ଜଣାଶୁଣା। ଏହି ବିମାନ ବାହକ ଯୁଦ୍ଧପୋତ ଭାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ।

 

5/8

୫.ଭାରତ: ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ୨ ଏୟାରକ୍ରାଫ୍ଚ କ୍ୟାରିଅର ରହିଛି। ଯାହାର ନାଁ ହେଉଛି "INS Vikrant" ଏବଂ "INS Vikramaditya"। "INS Vikrant" ନାମକ ବିମାନ ବାହକ ଯୁଦ୍ଧପୋତ ବିଶ୍ୱର ସବୁଠାରୁ ବଡ଼ ଏୟାରକ୍ରାଫ୍ଚ କ୍ୟାରିଅର ମଧ୍ୟରୁ ଅନ୍ୟତମ। ଯାହାର ମୋଟ ଲମ୍ବା ହେଉଛି ୬୧ ମିଟର। ଯାହାକୁ ଗତ ୨୦୧୩ ବର୍ଷରେ ଭାରତୀୟ ନୌସେନାରେ ଅନ୍ତର୍ଭୂକ୍ତ ହୋଇଥିଲା। "INS Vikramaditya" ଗତ ବର୍ଷ ସେପ୍ଟମ୍ବର ୨ ତାରିଖରେ ଭାରତୀୟ ନୌସେନାରେ ସାମିଲ ହୋଇଛି। ଭାରତୀୟ ନୌସେନା ପକ୍ଷରୁ ତୃତୀୟ ଏୟାରକ୍ରାଫ୍ଚ କ୍ୟାରିଅର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। 

 

6/8

୬.ଫ୍ରାନ୍ସ: ପ୍ରଥମ ଏବଂ ଏକମାତ୍ର ଫରାସୀ ଆଣବିକ ଶକ୍ତି ଚାଳିତ ଏୟାରକ୍ରାଫ୍ଚ କ୍ୟାରିଅର ଫ୍ରାନ୍ସ ନୌସେନା ପାଖରେ ରହିଛି। ଯାହାର ନାଁ ହେଉଛି "Charles de Gaulle"।  ଏହି ବିମାନ ବାହକ ଯୁଦ୍ଧପୋତ ଗତ ୨୦୦୧ ମସିହାରୁ ଫ୍ରାନ୍ସ ନୌସେନା ସେବାରେ ନିୟୋଜିତ ରହିଛି। 

 

7/8

୭.ଇଟାଲୀ: ଇଟାଲୀ ନୌସେନା ପାଖରେ ମୋଟ ୨ ଏୟାରକ୍ରାଫ୍ଚ କ୍ୟାରିଅର ରହିଛି। ଯାହାର ନାଁ ହେଉଛି "Cavour" ଏବଂ "Giuseppe Garibaldi"। ଗତ ୨୦୦୮ ବର୍ଷରେ "Giuseppe Garibaldi" ଏବଂ ୧୯୮୫ ମସିହାରେ  "Cavour" ନାମକ ବିମାନ ବାହକ ଯୁଦ୍ଧପୋତ ଇଟାଲୀ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।

8/8

ସ୍ପେନ: "Juan Carlos I" ନାମରେ ସ୍ପେନ ନୌସେନା ପାଖରେ ଏୟାରକ୍ରାଫ୍ଚ କ୍ୟାରିଅର ରହିଛି। ଏହି ବିମାନ ବାହକ ଯୁଦ୍ଧପୋତର ନାମକରଣ ସ୍ପେନର ପୂର୍ବତନ ରାଜାଙ୍କ ନାମରେ ନାମିତ ହୋଇଛି। ଯାହା ସ୍ପେନ ନୌସେନା ଇତିହାସରେ ନିର୍ମିତ ସର୍ବ ବୃହତ ଜାହାଜ। ଗତ ୨୦୧୦ ବର୍ଷରେ "Juan Carlos" ଔପଚାରିକ ଭାବେ ସ୍ପେନ ନୌସେନା ସାମିଲ ହୋଇଥିଲା।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link