Dadasaheb Phalke Death Anniversary:କିଏ ସେ ଦାଦାସାହେବ ଫାଲକେ, ଯାହାଙ୍କ ନାମରେ ଦିଆଯାଏ ଦେଶର ସବୁଠାରୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ପୁରସ୍କାର

Dadasaheb Phalke Death Anniversary: ଦାଦାସାହେବ ଫାଲକେ ପୁରସ୍କାରକୁ ଭାରତୀୟ ସିନେମା ଜଗତର ସମ୍ମାନଜନକ ପୁରସ୍କାର ଭାବେ ବିବେଚନା କରାଯାଏ । ଭାରତୀୟ ସିନେମା ଜଗତର ଜନକ କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ଆଜି ପୁଣ୍ୟତିଥି ଅଟେ ।ତେବେ ଆଜି ଆସନ୍ତୁ ଜାଣିବା କିଏ ସେ ଦାଦାସାହେବ ଫାଲକେ, ଯାହାଙ୍କ ନାମରେ ଦିଆଯାଏ ଦେଶର ସବୁଠାରୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ପୁରସ୍କାର ।

Thu, 16 Feb 2023-12:06 pm,
1/5

ଦାଦାସାହେବ ଫାଲକେଙ୍କୁ ଭାରତୀୟ ଫିଲ୍ମ ଇଣ୍ତଷ୍ଟ୍ରିର ଜନକ ବୋଲି କୁହାଯାଏ । ତାଙ୍କର ପ୍ରକୃତ ନାମ ଧୁଣ୍ତିରାଜ ଗୋବିନ୍ଦ ଫାଲେକ ଅଟେ। ୧୮୭୦ ମସିହା ଏପ୍ରିଲ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ ପୁରୁଷ ।

2/5

୧୯୧୦ ମସିହାରେ ଯେତେବେଳେ ଆମେରିକା- ଇଣ୍ତିଆ ପିକ୍ଚର ପ୍ୟାଲେସରେ ଫିଲ୍ମ ‘ଦି ଲାଇଫ ଅଫ କ୍ରିଷ୍ଟ’ ପ୍ରଦର୍ଶିତ ହୋଇଥିଲା ସେ ସମୟରେ ଧୁଣ୍ତିରାଜ ଗୋବିନ୍ଦ ଫାଲେକ ଏହାକୁ ଦେଖିବାକୁ ଯାଇଥିଲେ । ଏହାପରେ ତାଙ୍କ କ୍ୟାରିୟର ମୋଡ଼ ବଦଳିଯାଇଥିଲା । ସେ ଭାରତୀୟ ସିନେମା ନିର୍ମାଣ କରିବା ନେଇ ସ୍ବପ୍ନ ଦେଖିଥିଲେ । କିନ୍ତୁ ଚଳଚ୍ଚିତ୍ର ନିର୍ମାଣ ନେଇ ତାଙ୍କ ନିକଟରେ ଆର୍ଥିକ ସମ୍ବଳ ନଥିଲା । ସେ ସମୟରେ ଚଳଚ୍ଚିତ୍ର ନିର୍ମାଣ କରିବା ନେଇ କେହି ଆଗ୍ରହ ମଧ୍ଯ ପ୍ରକାଶ କରୁନଥିଲେ । ଅନେକ ବାଧା ବିଘ୍ନ ପରେ ସେ ହାର ମାନି ନଥିଲେ ।

3/5

ଅନେକ ସମସ୍ୟା ଓ ସଂର୍ଘଷ ପରେ ସେ ୧୯୧୩ ମସିହାରେ ସେ ପ୍ରଥମେ ‘ରାଜା ହରିଶ୍ଚନ୍ଦ୍ର’ ନାମରେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏହା ନିର୍ମାଣ କରିବା ଲାଗି ତାଙ୍କୁ ପ୍ରାୟ ୬ ମାସ ସମୟ ଲାଗିଥିଲା । ଏହାପରେ ପଛକୁ ଫେରି ଚାହଁନଥିଲେ ସେ । ‘ରାଜା ହରିଶ୍ଚନ୍ଦ୍ର’ ସିନେମାରେ ଦାଦାସାହେବ ଫାଲକେ ନିର୍ଦ୍ଦେଶନା ଦେବା ସହ, କାହାଣୀ, ପୋଷାକ ଡ଼ିଜାଇନ ଏମିତି କି ନିଜେ କ୍ୟାମେରା ମଧ୍ୟ ପରିଚାଳନା କରିଥିଲେ । ଏହା କରୋନେସନ୍ ସିନେମା ବମ୍ବେରେ ମୁକ୍ତି ଲାଭ କରିଥିଲା ।

4/5

ନିଜର ୧୯ ବର୍ଷର କ୍ୟାରିୟରେ ସେ ପ୍ରାୟ ୯୫ଟି ଚଳଚ୍ଚିତ୍ର ଓ ୨୭ଟି ସର୍ଟ ଫିଲ୍ମ ନିର୍ମାଣ କରିଥିଲେ । 'ସେତୁବନ୍ଧ' ଥିଲା ତାଙ୍କ ଜୀବନର ଶେଷ ଚଳଚ୍ଚିତ୍ର । ୧୯୪୪ ମସିହା ଫେବୃୟାରୀ ମାସ ୧୬ ତାରିଖରେ ସେ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କରି ସ୍ମୃତିରେ ଭାରତୀୟ ସିନେମାରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଥାଏ ।

5/5

ଭାରତୀୟ ସିନେମାରେ ଜଣେ କଳାକାରଙ୍କୁ ତାଙ୍କ ଆଜୀବନ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥାଏ । ୧୯୬୯ ମସିହାରେ  ଦାଦାସାହେବ ଫାଲକେଙ୍କ ଜନ୍ମ ଶତବାର୍ଷିକୀରୁ ଏହି ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଥିଲା । ସେହିବର୍ଷ  ରାଷ୍ଟ୍ରୀୟ ପୁରସ୍କାର ପାଇଁ ଆୟୋଜିତ ୧୭ତମ ସମାରୋହରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଦେବୀକା ରାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେବେଠାରୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇଁ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ରାଜ କପୁର, ଅମିତାଭ ବଚ୍ଚନ, ଲତା ମଙ୍ଗେସକର, ଦିଲ୍ଲୀପ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link