General Knowledge: ବିଶ୍ୱର ସେହି ସମୁଦ୍ର ଯେଉଁଠି ଚାହିଁଲେ ମଧ୍ୟ ବୁଡ଼ି ପାରିବ ନାହିଁ ଆପଣ

Dead Sea Israel Jordan: ଯଦି ଆପଣ ସମୁଦ୍ରର ଗଭୀରତାକୁ ଯିବାକୁ ଚେଷ୍ଟା କରନ୍ତି ଏବଂ ଯଦି ଆପଣ କିପରି ପହଁରିବାକୁ ହୁଏ ଜାଣନ୍ତି ନାହଁ ତାହେଲେ ଆପଣ ସମୁଦ୍ରରେ ଅତି ସହଜରେ ବୁଡ଼ିଯିବ। ହେଲେ କ`ଣ ଆପଣ ଜାଣିଛନ୍ତି ବିଶ୍ୱରେ ମଧ୍ୟ ଏପରି ଏକ ସମୁଦ୍ର ଅବସ୍ଥିତ ରହିଛି ଯେଉଁଠି ଜଣେ ବ୍ୟକ୍ତି ଚାହିଁଲେ ମଧ୍ୟ ବୁଡ଼ି ପାରିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଚିତ୍ରମୟ ସମୁଦ୍ରରେ କୌଣସି ସାମୁଦ୍ରିକ ଜୀବ ଦେଖିବାକୁ ମିଳନ୍ତି ନାହିଁ।

Sat, 27 Jan 2024-1:07 am,
1/5

ବିଶ୍ୱର ଏପରି ବିଚିତ୍ରମୟ ସମୁଦ୍ର ଇସ୍ରାଏଲ-ଜୋର୍ଡାନ ସୀମାରେ ଅବସ୍ଥିତ ରହିଛି। ଯାହ ମୃତ ସାଗର (Dead Sea) ନାମରେ ଜଣାଶୁଣା। ଯଦିଓ ଆପଣ ହଠାତ୍ ମୃତ ସାଗରରେ ପଡ଼ିଯାନ୍ତି, ତାହେଲେ ଆପଣ ବୁଡ଼ିଯିବେ ନାହି। ବରଂ ଆପଣଙ୍କ ଶରୀର ପାଣିରେ ଆପେ ଆପେ ଭାସିବାରେ ଲାଗିବ।

2/5

ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ସମୁଦ୍ରର ଜଳ ଲୁଣିଆ ହୋଇଥାଏ। ହେଲେ ମୃତ ସାଗର ଜଳ ଏତେ ଲୁଣିଆ ଯେ ଯେଉଁଥିରେ କୌଣସି ସାମୁଦ୍ରିକ ଜୀବ ବଞ୍ଚିପାରିବେ ନାହିଁ। ଯଦି ଆପଣ ମୃତ ସାଗରରେ କୌଣସି ଏକ ମାଛ ମଧ୍ୟ ରଖିଦିଅନ୍ତି, ତାହେଲେ ପାଣିରେ ରହିବା ସମୟରେ ସେହି ମାଛ ଅତି ଅଳ୍ପ ସମୟ ମଧ୍ୟରେ ମରିଯିବ। 

3/5

ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମୃତ ସାଗର ଜଳରେ ବ୍ରୋମାଇଡ୍, ଜିଙ୍କ, ସଲଫର୍, ପଟାଶ୍, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ପରି ଖଣିଜ ପଦାର୍ଥ ମିଳିଥାଏ। ଯେଉଁଥିପାଇଁ ଏହା ଅତି ଲୁଣିଆ ହୋଇଯାଏ।

4/5

ଏବେ ଆପଣ ଭାବୁଥିବେ ଯେ ମୃତ ସାଗର ଜଳ ଲୁଣିଆ ହେବା ସହ ବୁଡ଼ିଯିବାର କ’ଣ ସମ୍ପର୍କ ରହିଛି? ହେଲେ ଆପଣଙ୍କୁ କହିରଖୁଛୁ ଯେ ଏହାର କାରଣ ଅଲଗା ଏବଂ ବହୁତ ଆକର୍ଷଣୀୟ। ସମୁଦ୍ର ପତ୍ତନ ଠାରୁ ୧୩୮୮ ଫୁଟ ତଳେ ଅବସ୍ଥିତ ରହିଛି ଇସ୍ରାଏଲ-ଜୋର୍ଡାନ ସୀମାରେ ଅବସ୍ଥିତ ମୃତ ସାଗର। ଯାହା ପୃଥିବୀର ସର୍ବନିମ୍ନ ବିନ୍ଦୁ ବୋଲି ବିବେଚନା କରାଯାଏ।

5/5

ଏହି କାରଣରୁ ମୃତ ସାଗର ଜଳର ଘନତ୍ୱ ଏତେ ଅଧିକ ହୋଇଯାଏ ଯେ ଏହି ସମୁଦ୍ରରେ ଜଳ ପ୍ରବାହ ତଳରୁ ଉପରକୁ ହୋଇଥାଏ। ଏହି କାରଣରୁ ଯେତେବେଳେ ଜଣେ ବ୍ୟକ୍ତି ମୃତ ସାଗରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି, ତାହେଲେ ଏହାର ଲୁଣିଆ ଜଳରେ ଭାସିବାରେ ଲାଗିଥାନ୍ତି। ଯଦି ଆପଣ ମୃତ ସାଗରରେ ଶୋଇ ପଡ଼ନ୍ତି ତାହେଲେ ଆପଣ ବୁଡ଼ିବା ବଦଳରେ ଭାସିବାରେ ଲାଗିବେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link