Hot Water Side Effects: ଶୀତଦିନ ବୋଲି ଅଧିକ ମାତ୍ରାରେ ଗରମ ପାଣି ପିଉଛନ୍ତି କି, ଜାଣନ୍ତୁ କ`ଣ କ୍ଷତି ହେଉଛି ଆପଣଙ୍କ ଶରୀରରେ?
Hot Water Side Effects: ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଅନେକ ଲୋକଙ୍କ ପାଇଁ ଏହା ଲାଭ ପରିବର୍ତ୍ତେ କ୍ଷତି ମଧ୍ୟ କରିପାରେ । ବାସ୍ତବରେ ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଓ ମଇଳା ଦୂର ହୋଇଥାଏ। ଆଉ ଏହି ମନୋଭାବ ନେଇ ଅନେକ ସମୟରେ ଅନେକ ଲୋକ ଅତ୍ୟଧିକ ଗରମ ପାଣି ପିଇଥାନ୍ତି । କାରଣ ଗରମ ପାଣି ପିଇଲେ ସେମାନେ ଶୀଘ୍ର ଓଜନ ହ୍ରାସ କରିପାରିବେ ବୋଲି ଅନୁଭବ କରିଥାନ୍ତି । କିନ୍ତୁ ତାହା ନୁହେଁ। ବାରମ୍ବାର ଗରମ ପାଣି ପିଇବା ଦ୍ୱାରା ଶରୀରକୁ ଫାଇଦା ହେବା ପରିବର୍ତ୍ତେ କ୍ଷତି ହୋଇଥାଏ। ଯଦି ଆପଣ ଅଧିକ ଗରମ ପାଣି ପିଅନ୍ତି ତେବେ ଆପଣଙ୍କୁ ଅଧିକ ସତର୍କ ରହିବାକୁ ପଡିବ ।
କାରଣ ଅଧିକ ଗରମ ପାଣି ପିଇବା ଦ୍ୱାରା ମସ୍ତିଷ୍କର କୋଷଗୁଡ଼ିକ ଫୁଲିଯାଇଥାଏ, ଯାହା ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବାର କଣ ସବୁ ରହିଛି କ୍ଷତି ।
Also Read: Khan Sir Love Story: ମନର ନାୟିକା କିଏ? ସାକ୍ଷାତକାରରେ ଗୁମର ଖୋଲିଲେ ଚର୍ଚ୍ଚିତ ଚେହେରା ଖାନ୍ ସାର୍...
Also Read: Weekly Financial Horoscope: ଆସୁଛି ନୂଆବର୍ଷ, ଜାଣନ୍ତୁ ୨୦୨୫ ର ପ୍ରଥମ ସପ୍ତାହରେ କେଉଁ ରାଶିଙ୍କ ଫିଟିବ ଭାଗ୍ୟ
ଅଧିକାଂଶ ଲୋକ ସକାଳେ ଖାଲି ପେଟରେ ଗରମ ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଓଠ ଓ ପାଟିର ସ୍ତର ଜଳିଯାଇଥାଏ । ତେଣୁ ଏହାକୁ ପିଇବା ସମୟରେ ଗରମ ପାଣି ନୁହେଁ ବରଂ ଟିକେ ନଖ ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ।
ଯଦି ଆପଣ ବାରମ୍ବାର ଗରମ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ନିଦରେ ସମସ୍ୟା ସୃଷ୍ଟି କରିପାରେ । ଅତ୍ୟଧିକ ଗରମ ପାଣି ପିଇଲେ ନିଦ୍ରାହୀନତା ଦେଖାଦେଇଥାଏ।
ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା କିଡନୀକୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଅସୁବିଧା ହୋଇଥାଏ । ଅର୍ଥାତ୍ ଅଧିକ ଗରମ ପାଣି ପିଇଲେ ଏହା କିଡନୀକୁ କ୍ଷତି ପହଞ୍ଚାଇଥାଏ।
ପାଟିର ଅଲସର ସବୁଠାରୁ ସାଧାରଣ ସମସ୍ୟା, କିନ୍ତୁ ଯେତେବେଳେ ଏହି ସମସ୍ୟା ବଢିଯାଏ, ଏହା ବହୁତ ଅସୁବିଧା ସୃଷ୍ଟି କରିଥାଏ। ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ପାଟିରେ ଅଲସର ହୋଇପାରେ । ଯେତେବେଳେ ଫାଟିଯାଏ, କିଛି ଖାଇହୁଏ ନାହିଁ, ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।