ବର୍ଷା ସତ୍ତ୍ୱେ କମ୍ ହେଉନି ଭକ୍ତଙ୍କ ଭିଡ଼, ରାଜଧାନୀରେ ଜାରି ରହିଛି ମହାନବମୀ ପୂଜା; ଦେଖନ୍ତୁ ଫଟୋ
Durga Puja 2022: ବୁଧବାର ମହାମାୟା ଜଗଜ୍ଜନନୀ ମା ଦୁର୍ଗା ହାତୀରେ ବିଦାୟ ନେବେ । ଏଥର ମଧ୍ୟ ଏକ ହାତୀ ଉପରେ ମା ଦୁର୍ଗାଙ୍କ ଆଗମନ ହୋଇଥିଲା । ହାତୀରେ ମା’ଙ୍କ ଆଗମନ ଓ ବିଦାୟ ସହିତ ବର୍ଷସାରା ଭଲ ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର: Durga Puja 2022: ଶାରଦୀୟ ଦୁର୍ଗା ପୂଜାର ଆଜି (ମଙ୍ଗଳବାର) ମହାନବମୀ ପୂଜା ଜାରି ରହିଛି । ଫଳରେ ଦୁର୍ଗା ମଣ୍ଡପରେ ଭକ୍ତମାନଙ୍କ ଭିଡ଼ ଜମିବା ସ୍ୱାଭାବିକ କଥା ।
କିନ୍ତୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପୂଜା ମଉଜ ଫିକା ପଡ଼ିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ହେଉଛି । ଫଳରେ ମନେ କରାଯାଉଥିଲା ରାଜଧାନୀର ବିଭିନ୍ନ ମଣ୍ଡପରେ ଭିଡ଼ ଜମିବ ନାହିଁ ।
କିନ୍ତୁ ଏହାର ଓଲଟା ଭକ୍ତମାନେ ମହାନବମୀ ଅବସରରେ ଦୁର୍ଗା ମଣ୍ଡପରେ ଆସି ପୂଜା କରୁଛନ୍ତି ଓ ପୁଷ୍ପାଞ୍ଜଳି ଅର୍ପଣ କରୁଛନ୍ତି ।
ଅଧିକ ପଢ଼ନ୍ତୁ:-ଯାତ୍ରୀଙ୍କୁ ବଡ଼ ଝଟକା; ପାର୍ବଣ ଋତୁରେ ରେଲୱେ ବାତିଲ କଲା ୨୪୪ ଟ୍ରେନ, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍
ଅଧିକ ପଢ଼ନ୍ତୁ:-ପୂଜା ମଉଜକୁ ଫିକା କରିବ ଲଘୁଚାପ! ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା
ଅଧିକ ପଢ଼ନ୍ତୁ:-ଓଡ଼ିଶାରେ ଟାଟା ଷ୍ଟିଲ୍ ଆରମ୍ଭ କଲା ନୀଳାଚଳ ଇସ୍ପାତ ନିଗମ ପ୍ଲାଣ୍ଟର ପରିଚାଳନା
ସେପଟେ ଆସନ୍ତାକାଲି ଲୋକମାନେ ବିଜୟା ଦଶମୀ ଦିନ ଦେବୀଙ୍କୁ ବିଦାୟ ଜଣାଇବେ ।
ବୁଧବାର ସୁକର୍ମା ବା ରବି ଯୋଗାରେ ଯୁଗ୍ମ ସଂଯୋଗରେ ବିଜୟ ଦଶମୀ ପାଳନ କରାଯିବ । ବୁଧବାର ମହାମାୟା ଜଗଜ୍ଜନନୀ ମା ଦୁର୍ଗା ହାତୀରେ ବିଦାୟ ନେବେ ।
ଏଥର ମଧ୍ୟ ହାତୀ ଉପରେ ମା ଦୁର୍ଗାଙ୍କ ଆଗମନ ହୋଇଥିଲା । ହାତୀରେ ମା’ଙ୍କ ଆଗମନ ଓ ବିଦାୟ ସହିତ ବର୍ଷସାରା ଭଲ ବର୍ଷା ହେବାର ସମ୍ଭାବନା ରହିଛି ।