Adipurush: କାହିଁକି କ୍ଷମା ପ୍ରାର୍ଥନା କଲେ `ଆଦିପୁରୁଷ` ଡାଇଲଗ୍ ରାଇଟର୍ ? ଜାଣନ୍ତୁ ଏହା ପଛର କାରଣ

Adipurush: ରିଲିଜ୍ ହେବା ଦିନ ଠାରୁ ବିବାଦରେ ରହି ଆସିଛି ଫିଲ୍ମ `ଆଦିପୁରୁଷ`(Adipurush)। ଫିଲ୍ମଟିକୁ ନେଇ ଏକ ବଡ ଅପଡେଟ୍ ଆସିଛି । ପୁରା ଫିଲ୍ମ ପ୍ରକୃତ ରାମାୟଣ କଥାବସ୍ତୁକୁ କଦର୍ଥ କରୁଛି । ଯାହା ସନତନ ଧର୍ମ ବିରୋଧୀ । ଏବଂ ପ୍ରତ୍ୟକ ହିନ୍ଦୁଙ୍କ ଭାବନାକୁ କୁଠାରଘାତ କରିଛି।

Sat, 08 Jul 2023-10:46 am,
1/5

‘ଆଦିପୁରୁଷ’ର ସଂଳାପକୁ ନେଇ ଟ୍ରୋଲ ହେବା ପରେ ଟ୍ୱିଟ୍ କରି ଦେଶବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ ମୁନ୍ତସିର । ଟ୍ୱିଟ୍ କରି ମୁନ୍ତସିର ଲେଖିଛନ୍ତି ଯେ, ‘ ସାଧୁ ସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କ ଭାବନାକୁ ଆଘାତ କରିଥିବାରୁ ସେ କ୍ଷମା ମାଗୁଛନ୍ତି । ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ ଆଦିପୁରୁଷ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ ସବୁ ବଡ ଭାଇ ଭଉଣୀ, ପୂଜ୍ୟ ସାଧୁସନ୍ଥ ଓ ଶ୍ରୀରାମଙ୍କ ଭକ୍ତଙ୍କୁ ହାତ ଯୋଡି ବିନା ସର୍ତ୍ତରେ କ୍ଷମା ମାଗୁଛନ୍ତି । ଭଗବାନ ବଜରାଙ୍ଗବାଲି ସମସ୍ତଙ୍କ ଉପରେ କୃପା କରନ୍ତୁ । ଏବଂ ଆଗକୁ ଧୈର୍ଯ୍ୟର ସହ ନବିତ୍ର ସନାତନ ଓ ମହାନ ଦେଶର ସେବା କରିବାକୁ ସକ୍ଷମ ହୋଇପାରୁ’ ।

2/5

ଏହା ପୂର୍ବରୁ ମଧ୍ୟ, ଫିଲ୍ମରେ ଥିବା ବିବାଦୀୟ ଡାଇଲଗ୍ ବଦଳିବ ବୋଲି ସେ ଟ୍ବିଟ୍ କରି ସୂଚନା ଦେଇଥିଲେ । ସଂଳାପ ଲେଖକ ମନୋଜ ମୁନ୍ତସିର ଟ୍ବିଟରେ ଲେଖିଥିଲେ ଯେ,୩ ଘଣ୍ଟାର ଫିଲ୍ମରେ ୩ ମିନିଟ୍ ର କିଛି ଲୋକଙ୍କ କଳ୍ପନା ବାହାରେ ଡାଇଲଗ୍ ଲେଖିଦେଇଥିବି । କିନ୍ତୁ ସେଥିପାଇଁ ମୋତେ ସନାତନ ବିରୋଧୀ କାହିଁକି କୁହାଯାଉଛି । ମୁଁ ପ୍ରଭୁ ଶ୍ରୀରାମଙ୍କ ପାଇଁ ‘ଜୟ ଶ୍ରୀରାମ’, ‘ଶିବୋହମ’, ‘ରାମ ସିୟା ରାମ’ ମଧ୍ୟ ଲେଖିଛି କିନ୍ତୁ ସେଥିପ୍ରତି କାହାର ଧ୍ୟାନ ନାହିଁ ।

3/5

ତେବେ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଯେଉଁଥିରେ ଫିଲ୍ମର ଅନେକ ସିନ୍, ଡାଇଲଗ୍ ଓ ଚରିତ୍ରକୁ ହଟାଇବା ଲାଗି ଦାବି କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଉଛି ।

4/5

କିଛି ଡାଇଲଗ୍, ମାତା ସୀତାଙ୍କୁ ଭାରତର ଝିଅ ଭାବେ ବର୍ଣ୍ଣନା କରିବା, ନେଗେଟିଭ୍ ରିଭ୍ୟୁ ଡିଲିଟ୍ ପାଇଁ ଟଙ୍କା ଅଫର୍ କରାଯାଉଥିବା ଭଳି କିଛି ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି ।

5/5

ପ୍ରଭାସ ଓ କ୍ରିତି ସାନନ୍ ଙ୍କ ଅଭିନୀତ ‘ଆଦିପୁରୁଷ’ ଜୁନ୍ ୧୬ରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ୧୪୦ କୋଟି ଟଙ୍କା ଇନକମ୍ କରିଥିଲା ।  ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଥିଲା ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link