Cricketers Life partners: ବିଦେଶିନୀଙ୍କୁ ଜୀବନ ସାଥୀ କରିଛନ୍ତି ଏହି ଭାରତୀୟ ଖେଳାଳି

Cricketers Life partners: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁରୀ ଉର୍ଦ୍ଧ୍ୱରେ ପ୍ରେମ । କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ (Love is Blind) । ପ୍ରେମର ନଥାଏ କୌଣସି ସୀମା । ସାତ ଦରିଆ ପାରି ପ୍ରେମର ବନ୍ଧନରେ ବାନ୍ଧି ହୋଇଥାଆନ୍ତି ଅନେକ ପ୍ରେମୀ । ତେବେ ଭାରତୀୟ କ୍ରିକେଟ୍ ଦଳରେ ଏପରି ୪ ଜଣ କ୍ରିକେଟର ଅଛନ୍ତି ଯେଉଁମାନେ ବିଦେଶିନୀଙ୍କୁ ନିଜର ଜୀବନ ସାଥୀ ଭାବେ ବାଛିଛନ୍ତି ।

Mon, 30 Jan 2023-5:08 pm,
1/8

ଇରଫାନ ପଠାନ ଓ ସାଫା

ଭାରତୀୟ କ୍ରିକେଟର ଇରଫାନ ପଠାନ ୨୦୧୬ ମସିହାରେ ସାଉଦି ଆରବିଆର ସାଫା ବେଗଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛି । ତାଙ୍କ ନାମ ଇମ୍ରାନ ଖାନ ପଠାନ୍ ଅଟେ ।

2/8

ଇରଫାନ ପଠାନ ଓ ସାଫା

ସାଫା  ୧୯୯୪ ମସିହା ଫେବୃୟାରୀ ୨୮ ତାରିଖରେ ସାଉଦି ଆରବିଆରେ ଜନ୍ମ ଗ୍ରହଣ କରିଥିଲେ । ପେଶା ସେ ଜଣେ ମଡେଲ ଓ ସାମ୍ବାଦିକା ଅଟନ୍ତି ।

3/8

ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ଶିଖର ଧାୱନ ୨୦୧୨ ମସିହାରେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ଅଷ୍ଟ୍ରେଲିଆର ଆୟେଶା ମୁଖାର୍ଜୀ ପେଶାରେ ଜଣେ ବକ୍ସର ହୋଇଥିବା ବେଳେ ସେ ଧାୱନଙ୍କ ଠାରୁ ବୟସରେ ୧୦ ବର୍ଷ ବଡ଼ । ତେବେ ଧାୱନଙ୍କ ସହ ଆୟେଶାଙ୍କର ଏହା ଥିଲେ ଦ୍ବିତୀୟ ବିବାହ ।  

4/8

ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ

ଏହା ପୂର୍ବରୁ ପ୍ରଥମ ବିବାହରୁ ତାଙ୍କ ୨ଟି ଝିଅ ରହିଥିବା ବେଳେ ପ୍ରଥମ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପରେ ସେ ଶିଖର ଧାୱନଙ୍କୁ ବିବାହ କରିଥିଲେ । ପରେ ପାରିବାରିକ ବିଦାଦ କାରଣରୁ ୨୦୨୧ ମସିହାରେ ଶିଖର ଧାୱନଙ୍କ ସହ ମଧ୍ୟ ବିବାହ ବିଚ୍ଛେଦ ହୋଇଥିଲା ।

5/8

ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ସାନ୍ତକୋଭିକ୍

କୋଭିଡ଼ ସମୟରେ ହାପତକୁ ଦି ହାତ ହୋଇଥିଲେ ହାର୍ଦ୍ଦିକ ଓ ନତାଶା । ଉଭୟ ବିବାହ ସେ ସମୟରେ ବେଶ ଚର୍ଚ୍ଚା ସାଉଁଥିଲା । ଉଭୟଙ୍କର ମଧ୍ୟ ଗୋଟିଏ ପୁଅ ରହିଥିବା ବେଳେ ସେମାନେ ତାଙ୍କ ନାଁ ରଖିଛନ୍ତି ଅଗସ୍ତା ପାଣ୍ଡ୍ୟା ।

6/8

ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ସାନ୍ତକୋଭିକ୍

ସେରେବିଆନ୍ ମଡ଼େଲ ନତାଶା ସାନ୍ତକୋଭିକ୍ ବଲିଓଡ଼ରେ ଅଭିନୟ କରିଥିବା ବେଳେ ସେ ବିଗ୍ବସ(ସିଜନ-୮)ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ ।

7/8

ୟୁବରାଜ ସିଂ ଓ ହେଜଲ କିଚ୍

ୟୁବରାଜ ସିଂ ଓ ହେଜଲ କିଚ୍ ୨୦୧୫ରେ ଚଣ୍ତିଗଡ଼ ନିକଟସ୍ଥ ଗୁରୁଦ୍ୱାରାରେ ସିଖ୍ ରୀତିନୀତିରେ ବିବାହ କରିଥିଲେ ।  ହେଜଲଙ୍କର ପ୍ରକୃତ ନାମ ରୋଜ ଡାଓନ ଅଟେ । ବିବାହ ପରେ ହେଜଲ ନିଜ ନାମ ପରିବର୍ତ୍ତନ କରି ଗୁରୁବସନ୍ତ କୌର କରିଦେଇଥିଲେ ।

8/8

ୟୁବରାଜ ସିଂ ଓ ହେଜଲ କିଚ୍

ବିଟ୍ରିଶର ହେଜଲ କିଚ୍ ବଲିଉଡ଼ର ବିଭିନ୍ନ ଫିଲ୍ମ ଓ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link