Valentine Day 2023: ବିବାହ ପରେ ପ୍ରଥମ ଥର ଏହି ସବୁ ସେଲିବ୍ରିଟି ପାଳିଲେ ଭାଲେଣ୍ଟାଇନ୍ସ ଡେ`
Valentine Day 2023: ଆଜି ହେଉଛି ଭାଲେଣ୍ଟାଇନ୍ ଡେ’(Valentines Day) ବା ପ୍ରେମ ଦିବସ। ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କିଛି ସେଲିବ୍ରିଟି କିଭଳି ନିଜ ଭାଲେଟାଇନ୍ସ ଡେ ସେଲିବ୍ରେସନ୍ କରିଛନ୍ତି ଆସନ୍ତୁ ଜାଣିବ।
ଆଲିଆ ଭଟ୍ଟ ଏବଂ ରଣବୀର କପୁର ଗତବର୍ଷ ଏପ୍ରିଲ ୧୪ରେ ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କ ଜୀବନରେ ଏକ କୁନି ଅତିଥି ଆସି ସାରିଛି । ଯାହା ସେମାନଙ୍କ ପ୍ରଥମ ଭାଲେଟାଇନ୍ସକୁ ଅଧିକ ସ୍ପେଶାଲ କରିବ । ଉଭୟ ନିଜ ଦାମ୍ପତ୍ୟ ଜୀବନକୁ ଖୁବ ଖୁସିରେ ଉପଭୋଗ କରୁଛନ୍ତି ।
ସେହିପରି ସାଉଥ୍ ଅଭିନେତ୍ରୀ ନୟନତାରା ଓ ତାଙ୍କ ପତୀ ତଥା ଫିଲ୍ମ ନିର୍ଦ୍ଦେଶକ ବିଗ୍ନେଶ । ଦିର୍ଘ ବର୍ଷ ଧରି ପରପ୍ପରକୁ ଭଲ ପାଉଥିଲେ। ଗତବର୍ଷ ଜୁନ୍ ୯ରେ ଉଭୟଙ୍କ ବିବାହ ହୋଇଥିଲା। ପରେ ସେମାନେ ସରୋଗେସି ମାଧ୍ୟମରେ ଜାଆଁଳା ସନ୍ତାନର ପିତାମାତା ହୋଇଛନ୍ତି। ତେବେ,ଏହି ଷ୍ଟାର କପଲଙ୍କ ଭାଲେଟାଇନ୍ସକୁ ଅଧିକ ସ୍ପେଶାଲ କରିଛି ସେମାନଙ୍କ ଜାଆଁଳା ସନ୍ତାନ ।
ହଂସିକା ମୋଟଓ୍ବାନି ଓ ସୋହେଲ କାଥୁରିଆ ମଧ୍ୟ ଚଳିତ ବର୍ଷ ହାତକୁ ଦି ହାତ ହୋଇଛନ୍ତି । ହାନସିକା ମୋଟୱାନି ଏବଂ ସୋହେଲ ଖାଟୁରିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଜୀବନ ସାଥୀ ହେବା ପୂର୍ବରୁ ହଂସିକା ଏବଂ ସୋହେଲ ମଧ୍ୟ ବ୍ୟବସାୟିକ ସହଯୋଗୀ ମଧ୍ଯ ରହିଥିଲେ ।
କ୍ରିକେଟର କେ.ଏଲ ରାହୁଲ ଚଳିତ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୨୩ରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଖିଆଙ୍କୁ ବିବାହ କରିଥିଲେ। ତେବେ, ବିବାହ ପରେ ଏହା ଉଭୟଙ୍କ ପାଇଁ ପ୍ରଥମ ଭାଲେଟାଇନ୍ସ । ତେବେ,ଏହି ଭାଲେଟାଇନ୍ସରେ କିଏ କାହାକୁ କଣ ଉପହାର ଦେଉଛି । ତାହାତ ସମୟ କହିବ।
ସେହିପରି ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କିୟାରା ଓ ସିଦ୍ଧାର୍ଥଙ୍କର ଏହା ହେଉଛି ପ୍ରଥମ ଭାଲେଟାଇନ୍ସ । ସେମାନେ ମଧ୍ୟ ଖୁବ ଖୁସିର ସହକାରେ ସେଲିବ୍ରେସନ କରିଛନ୍ତି ଏହି ପ୍ରେମ ଦିବସକୁ ।