Republic Day 2023: ଫଟୋରେ ଦେଖନ୍ତୁ ଫୁଲଡ୍ରେସ ରିହଲସଲର କିଛି ଝଲକ୍

Republic Day Full Dress Parade Rehearsal: ସାଧାରଣତନ୍ତ୍ର ଦିବସ ଅବସରରେ ଗାନ୍ଧୀମାର୍ଗରେ ଫୁଲଡ୍ରେସ ପରେଡ ରିହଲସଲ ଅନୁଷ୍ଠିତ ହୋଇଛି । ଏଥର ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି।

Tue, 24 Jan 2023-2:28 pm,
1/10

ଏହା ସହ ଡେୟାର ଡେଭିଲ ଶୋ’ ଓ ସ୍କେଟିଂର କୌଶଳ ଦେଖିବାକୁ ମିଳିବ । ଆଦିବାସୀ ନୃତ୍ୟ ଓ ପ୍ରଜ୍ଞାପନ ମେଢରେ ଦୁଲୁକିବ ଗାନ୍ଧୀ ମାର୍ଗ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ୍ ଫୋର୍ସ ।

2/10

ଗଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର୍ ଗଶଣଶୀ ଲାଲ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। 

 

3/10

ପାଖାପାଖି ୨୩ ପ୍ଲାଟୁନ୍ ଫୋର୍ସ ପରେଡ୍ ଉତ୍ସବରେ ନିୟୋଜିତ ହେବେ। ଏହି ଅବସରରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଓ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ। କରୋନା କଟକଣା ଯୋଗୁ ଦୁଇ ବର୍ଷ ହେଲା ସାଧାରଣତନ୍ତ୍ର ଦିବସ ପରେଡ୍ ବନ୍ଦ ଥିଲା।

 

4/10

ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି। ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପରେଡ୍ ଗ୍ରାଉଣ୍ତରେ ବ୍ୟାରିକେଡରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

5/10

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବ‌ୋଲି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। 

 

6/10

ସେ ଆହୁରି କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ପ‌ାଳନ ସମୟରେ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ରହିବେ।

 

7/10

ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଇଁ ରାଜଧାନୀରେ ପ୍ୟାରେଡ ସ୍ଥଳକୁ ସଂଯୋଗ କରୁଥିବା ମାର୍ଗରେ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଇଛି କମିଶନରେଟ ପୋଲିସ। 

8/10

ଜାନୁଆରୀ ୨୬ ତାରିଖ ସକାଳ ୬.୩୦ ସମୟରୁ ପ୍ୟାରେଡ ଶେଷ ନହେବା ପର୍ଯ୍ୟନ୍ତ ଜନପଥରେ କୌଣସି ଭାରୀ ଯାନକୁ ରାମ ମନ୍ଦିରରୁ ରାଜମହଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ ନାହିଁ। 

9/10

ଏହି ରାସ୍ତାରେ କେବଳ ହାଲୁକା ଯାନବାହାନ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଅନ୍ୟପଟେ ପ୍ୟାରେଡ ଶେଷ ନହେବା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକରୁ ମହାତ୍ମା ଗାନ୍ଧୀ ମାର୍ଗରେ କୌଣସି ଯାନ ବାହନକୁ ଯିବା ଆସିବା ଲାଗି ଅନୁମତି ଦିଆଯିବ ନାହିଁ।

10/10

ସେହିପରି ୨୬ ଜାନୁୟାରୀ ସକାଳ ୬.୩୦ ସମୟରୁ  ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ କୌଣସି ଗାଡିକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ। ସ୍ଥାନୀୟ  ବାସିନ୍ଦାଙ୍କ ଚଳ ପ୍ରଚଳ ତଥା ସରକାରୀ କାର୍ଯ୍ୟ ପାଇଁ କେଶରୀ ଟକିଜ୍ ଛକ ଠାରେ ବାମ ପାର୍ଶ୍ୱରେ ରହିଥିବା ରାସ୍ତାକୁ ଡାଇଭର୍ଟ କରାଯିବ। ଆହୁରି ମଧ୍ୟ ସେହି ଦିନ ସକାଳ ସମୟରୁ କୌଣସି ଗାଡ଼ି଼କୁ ଏଜି ଛକରୁ ପିଏମଜି ଛକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସରକାରୀ କାର୍ଯ୍ୟ ତଥା ବାସିନ୍ଦାଙ୍କ ପାଇଁ ଜୟଦେବ ଭବନ ଛକରୁ ଇଡକାଲ ଅଡିଟୋରିୟମ ପାର୍ଶ୍ୱ ରାସ୍ତାକୁ ସ୍ଥାନାନ୍ତରିତ କରାଯିବ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link